କନକ ବ୍ୟୁରୋ : ଆସନ୍ତା ଡିସେମ୍ବର ୨୪ରୁ ଆରମ୍ଭ ହେବାକୁ ଯାଉଛି ୭୮ ତମ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। ଏଥିପାଇଁ ଏବେଠାରୁ ବରଗଡ଼ ସହର ଚଳଚଞ୍ଚଳ ହେଲାଣି । ଏଥିରୁ ବାଦ ପଡିନାହାନ୍ତି କଳାକାର, ଆଖଡାରେ ଆରମ୍ଭ ହୋଇଗଲାଣି ଅଭ୍ୟାସ । ଚଳିତ ବର୍ଷର ଯାତ୍ରା କିପରି ପୂର୍ବବର୍ଷ ଅପେକ୍ଷା ଆକର୍ଷଣୀୟ ହୋଇପାରିବ ସେଥିପାଇଁ ସମସ୍ତଙ୍କ ଠାରେ ଦେଖିବାକୁ ମିଳିଛି ଉତ୍ସାହ ଓ ଉଦ୍ଦୀପନା । 

Advertisment

ଅଧିକ ପଢ଼ନ୍ତୁ : ଯନ୍ତ୍ରଣା ଭୋଗୁଛି ବରଗଡ଼ ଧନୁଯାତ୍ରାର ଯମୁନା, ଜରାଜୀର୍ଣ୍ଣ ଐତିହାସିକ ଜୀରା ନଦୀ

ନାଟ୍ୟ ନିର୍ଦେଶକଙ୍କ ତତ୍ତ୍ୱାବଧାନରେ ଚାଲିଛି ଜୋରଦାର ଅଭ୍ୟାସ । ଆଉ କଳାକାରଙ୍କ ଅଟ୍ଟହାସ୍ୟରେ ପ୍ରକମ୍ପିତ ହେଉଛି ଆଖଡ଼ାଶାଳ । ଦେବକୀ ବିବାହ ଠାରୁ ଆରମ୍ଭ କରି କଂସବଦ୍ଧ ଯାଏ ପ୍ରତିଟି ଦୃଶ୍ୟକୁ କିପରି ନିଖୁଣ ଭାବେ ପ୍ରଦର୍ଶିତ କରାଯିବ ସେନେଇ ପ୍ରସ୍ତୁତ ହେଉଛନ୍ତି ବିଭିନ୍ନ ଚରିତ୍ର । ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ ପରେ ଆରମ୍ଭ ହୋଇଯାଇଛି କଳାକାରଙ୍କ ଅଭ୍ୟାସ। ଚଳିତ ବର୍ଷ ନୂତନ  କଳାକାର ଚୟନ କରାଯାଇଛି, ତେଣୁ ମହାରାଜ କଂସଙ୍କ ଠାରୁ ଆରମ୍ଭକରି ଉଗ୍ରସେନ, ଦେବକୀ, ବସୁଦେବ ଭୂମିକାରେ ଅଭିନୟ କରୁଥିବା ନୂଆ ପୁରୁଣା କଳାକାରଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ଧନୁଯାତ୍ରାକୁ ନେଇ ବେଶ ଉତ୍ସାହ ଦେଖିବାକୁ ମିଳିଛି ।

ଅଧିକ ପଢ଼ନ୍ତୁ : ଧନୁଯାତ୍ରାରେ କମ୍ପୁଥିଲା ବରଗଡ; ଜଙ୍ଗଲରେ ଯୁବତୀଙ୍କୁ ଝୁଣି ଦେଲେ ନରରାକ୍ଷସ

ବରଗଡ଼ ଧନୁଯାତ୍ରାର କୌଣସି ନିର୍ଦ୍ଦିଷ୍ଟ ପାଣ୍ଡୁଲିପି ନାହିଁ । ପୁରାଣ, ପୋଥିରୁ ବିଭିନ୍ନ ତଥ୍ୟ ସଂଗ୍ରହ କରି ଏହାର ସଂଳାପ ସହ ଅଭିନୟ କରାଯାଏ । ଚଳିତ ବର୍ଷ ଧନୁଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ନୂତନ ସଂଳାପ ସହ ନୂତନ ଅଭିନୟ ଯୋଡ଼ାଯାଇଛି, ଯାହା ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଯୋଗାଇବ। କଳାକାରଙ୍କ ଆଖଡା ସ୍ଥଳୀରେ ଉପସ୍ଥିତ ରହି ବରଗଡ଼ ଉପ ଜିଲ୍ଲାପାଳ ଓ ସମ୍ପାଦକ ସୁରେଶ୍ବର ଶତପଥି ସମସ୍ତଙ୍କୁ ଉତ୍ସାହିତ କରିଛନ୍ତି । 

ଅଧିକ ପଢ଼ନ୍ତୁ : ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ସରକାରଙ୍କ ପ୍ରସ୍ତୁତି : ସଂସ୍କୃତି ମନ୍ତ୍ରୀଙ୍କ ସୂଚନା ଓଡିଆ ଅସ୍ମିତାର ପରିଚୟ ଦେବ ଐତିହାସିକ ଧନୁଯାତ୍ରା

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଯେତିକି ପାଖେଇ ଆସୁଛି ଧନୁଯାତ୍ରାକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ସେତିକି ବଢ଼ୁଛି।