ଛାଡ଼ଖାଇର ପ୍ରକୃତ ଅର୍ଥ କଣ ? ଏହିଦିନ ଆମିଷ ଖାଇବା କଥା ନା ନାହିଁ?

ଛାଡ଼ଖାଇର ପ୍ରକୃତ ଅର୍ଥ କଣ? କଣ ରହିଛି ଏହା ପଛର ଅସଲ କଥା...

Chadakhai

Chadakhai Photograph: (KanakNews)

କନକ ବ୍ୟୁରୋ:  ସରିଲା କାର୍ତ୍ତିକ ମାସ । ଆଜି ସାରା ଓଡିଶା ପାଳୁଛି ଛାଡଖାଇ । ଲୋକଙ୍କ ବିଶ୍ୱାସ ରହିଛି ଯେ, କାର୍ତ୍ତିକ ମାସ ଏକ ପବିତ୍ର ମାସ । ଏହି ମାସରେ ସେବା ଧର୍ମ କଲେ ପୁଣ୍ୟ ମିଳେ । ସେଥିପାଇଁ କାର୍ତ୍ତିକ ବ୍ରତ ପାଳନ କରୁଥିବା ଲୋକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଆମିଷ ଖାଆନ୍ତି ନାହିଁ । କେହି କେହି କେବଳ ପଞ୍ଚୁକ ପାଞ୍ଚଦିନ ମାନନ୍ତି । ତା ପରଦିନ ପ୍ରାୟ ସମସ୍ତଙ୍କ ଘରେ ହୁଏ ଆମିଷ । ଅମିଷ ମାକେର୍ଟରେ ପ୍ରବଳ ଭିଡ ଦେଖିବାକୁ ମିଳେ । ଏହି ଅବସରରେ ଆମିଷ ବେପାରୀ ମାଛ, ମାଂସ ସବୁର ଦର ଦାମ ବଢାଇ ଦିଅନ୍ତି । ତେବେ ଛାଡଖାଇର ପ୍ରକୃତ ଅର୍ଥ କଣ ଆମିଷ ଭୋଜନ କରିବା ନା ଏହା ପଛରେ ରହିଛି ଅନ୍ୟ କିଛି କାରଣ ଆସନ୍ତୁ ଜାଣିବା ।  

ଅଧିକ ପଢନ୍ତୁ : ସରିଲା କାର୍ତ୍ତିକ ମାସ, ଆଜି ଛାଡଖାଇ । ଜାଣନ୍ତୁ, ଆମିଷ ବଜାରରେ କେତେ ରହିଛି ଦାମ...

କାର୍ତ୍ତିକ ମାସରେ ହବିଷ କରୁଥିବା ହବିଷିଆଳି ମାନେ ମାସ ସାରା ଦିନକୁ ମାତ୍ର ଗୋଟିଏ ଥର ଖାଇ ହବିଷ କରିଥାଆନ୍ତି । କାର୍ତ୍ତିକ ପୂର୍ଣ୍ଣିମୀ ପରଦିନ ଛାଡଖାଇର ଅସଲ ଅର୍ଥ ସେହିଦିନ ସମ୍ପୂର୍ଣ୍ଣ ଭାବରେ ଆହାର ଛାଡି ନିର୍ଜଳା ଉପବାସ କରିଥାଆନ୍ତି । ଯାହାକୁ ଛାଡଖାଇ କୁହାଯାଏ । ଆମେ କିନ୍ତୁ ଛାଡଖାଇକୁ ଅଲଗା ଅର୍ଥରେ ନେଇ, ସେହି ପବିତ୍ର ଦିନରେ ଆମିଷ ଭକ୍ଷଣ କରିଥାଉ । ଯାହା ଆମ ପରମ୍ପରାକୁ ଆଘାତ ପଂହଚାଇ ଥାଏ । ତେବେ ଛାଡଖାଇର କିଛି ଅନ୍ୟ ଅର୍ଥ ମଧ୍ୟ ରହିଛି । ଛାଡ଼ଖାଇ, ଓଡ଼ିଶାରେ ପାଳିତ ଏକ ସାମାଜିକ ଚଳଣି । ବ୍ରତୀମାନେ ସମ୍ପୂର୍ଣ୍ଣ ମାସ ଆମିଷ ଭକ୍ଷଣରୁ ନିଜକୁ ବଞ୍ଚେଇ ରଖିଥାନ୍ତି । ଛାଡ଼ଖାଇ ଶବ୍ଦଟି, ‘ଛାଡ଼’ ଓ ‘ଖାଇ’ ଦୁଇଟି ଶବ୍ଦର ସନ୍ଧିରୁ ସୃଷ୍ଟି । ଛାଡ଼ ଅର୍ଥ ସମୟର ଅନ୍ତରାଳ ଓ ଖାଇ ଅର୍ଥ ଖାଇବା । ଅର୍ଥାତ, କିଛି ସମୟ ଅନ୍ତରାଳ ପରେ ଖାଇବା । ଲୋକମାନେ ମାସେ କାଳ ଆମିଷ ଖାଦ୍ୟରୁ ନିବୃତ ରହି କାର୍ତ୍ତିକ ମାସ ଶେଷରେ ପ୍ରଥମ ଦିନ ହିଁ ଆମିଷ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ।
 
କିଛି ତଥ୍ୟ ଅନୁଯାୟୀ ଓଡ଼ିଆ ସାଧବ ପୁଅମାନେ ନୌବାଣିଜ୍ୟ କରିବା ପାଇଁ ଏବଂ କେଉଟମାନେ ସମୁଦ୍ରକୁ ମାଛ ମାରିବା ପାଇଁ ଏହି ସମୟରେ ଯାତ୍ରାରମ୍ଭ କରୁଥିଲେ । ସେମାନଙ୍କୁ ମେଲାଣି ଦେବାପାଇଁ ଆୟୋଜନ କରାଯାଉଥିବା ଭୋଜିରେ ଆମିଷ ଖାଦ୍ୟ ରହୁଥିଲା । ଛାଡ଼ଖାଇ ଏହିପରି ଭାବରେ ଆରମ୍ଭ ହୋଇଥାଇପାରେ ବୋଲି ଲୋକମତ ରହିଛି । ବର୍ଷର ଏହି ସମୟରେ ମାଛମାନେ ସମୁଦ୍ର ତଟକୁ ଆସନ୍ତି, ତେଣୁ ମାଛ ଅମଳ ମଧ୍ୟ ଭଲ ହୋଇଥାଏ । କିଛି ମତରେ, ଛାଡ଼ଖାଇରୁ ଶୀତ ଋତୁର ଆରମ୍ଭ ହୋଇଥାଏ । ଶୀତ ଦିନରେ ମାଂସରେ ସ୍ନେହସାର ଓ ଆଦ୍ରତାର ଅନୁପାତ ଭଲ ରହୁଥିବାରୁ, ଶୀତ ଦିନ ଆମିଷ ଖାଇବା  ସବୁଠାରୁ ଭଲ
 

 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe