କନକ ବ୍ୟୁରୋ: ସରିଲା କାର୍ତ୍ତିକ ମାସ । ଆଜି ସାରା ଓଡିଶା ପାଳୁଛି ଛାଡଖାଇ । ଲୋକଙ୍କ ବିଶ୍ୱାସ ରହିଛି ଯେ, କାର୍ତ୍ତିକ ମାସ ଏକ ପବିତ୍ର ମାସ । ଏହି ମାସରେ ସେବା ଧର୍ମ କଲେ ପୁଣ୍ୟ ମିଳେ । ସେଥିପାଇଁ କାର୍ତ୍ତିକ ବ୍ରତ ପାଳନ କରୁଥିବା ଲୋକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଆମିଷ ଖାଆନ୍ତି ନାହିଁ । କେହି କେହି କେବଳ ପଞ୍ଚୁକ ପାଞ୍ଚଦିନ ମାନନ୍ତି । ତା ପରଦିନ ପ୍ରାୟ ସମସ୍ତଙ୍କ ଘରେ ହୁଏ ଆମିଷ । ଅମିଷ ମାକେର୍ଟରେ ପ୍ରବଳ ଭିଡ ଦେଖିବାକୁ ମିଳେ । ଏହି ଅବସରରେ ଆମିଷ ବେପାରୀ ମାଛ, ମାଂସ ସବୁର ଦର ଦାମ ବଢାଇ ଦିଅନ୍ତି । ତେବେ ଛାଡଖାଇର ପ୍ରକୃତ ଅର୍ଥ କଣ ଆମିଷ ଭୋଜନ କରିବା ନା ଏହା ପଛରେ ରହିଛି ଅନ୍ୟ କିଛି କାରଣ ଆସନ୍ତୁ ଜାଣିବା ।
ଅଧିକ ପଢନ୍ତୁ : ସରିଲା କାର୍ତ୍ତିକ ମାସ, ଆଜି ଛାଡଖାଇ । ଜାଣନ୍ତୁ, ଆମିଷ ବଜାରରେ କେତେ ରହିଛି ଦାମ...
କାର୍ତ୍ତିକ ମାସରେ ହବିଷ କରୁଥିବା ହବିଷିଆଳି ମାନେ ମାସ ସାରା ଦିନକୁ ମାତ୍ର ଗୋଟିଏ ଥର ଖାଇ ହବିଷ କରିଥାଆନ୍ତି । କାର୍ତ୍ତିକ ପୂର୍ଣ୍ଣିମୀ ପରଦିନ ଛାଡଖାଇର ଅସଲ ଅର୍ଥ ସେହିଦିନ ସମ୍ପୂର୍ଣ୍ଣ ଭାବରେ ଆହାର ଛାଡି ନିର୍ଜଳା ଉପବାସ କରିଥାଆନ୍ତି । ଯାହାକୁ ଛାଡଖାଇ କୁହାଯାଏ । ଆମେ କିନ୍ତୁ ଛାଡଖାଇକୁ ଅଲଗା ଅର୍ଥରେ ନେଇ, ସେହି ପବିତ୍ର ଦିନରେ ଆମିଷ ଭକ୍ଷଣ କରିଥାଉ । ଯାହା ଆମ ପରମ୍ପରାକୁ ଆଘାତ ପଂହଚାଇ ଥାଏ । ତେବେ ଛାଡଖାଇର କିଛି ଅନ୍ୟ ଅର୍ଥ ମଧ୍ୟ ରହିଛି । ଛାଡ଼ଖାଇ, ଓଡ଼ିଶାରେ ପାଳିତ ଏକ ସାମାଜିକ ଚଳଣି । ବ୍ରତୀମାନେ ସମ୍ପୂର୍ଣ୍ଣ ମାସ ଆମିଷ ଭକ୍ଷଣରୁ ନିଜକୁ ବଞ୍ଚେଇ ରଖିଥାନ୍ତି । ଛାଡ଼ଖାଇ ଶବ୍ଦଟି, ‘ଛାଡ଼’ ଓ ‘ଖାଇ’ ଦୁଇଟି ଶବ୍ଦର ସନ୍ଧିରୁ ସୃଷ୍ଟି । ଛାଡ଼ ଅର୍ଥ ସମୟର ଅନ୍ତରାଳ ଓ ଖାଇ ଅର୍ଥ ଖାଇବା । ଅର୍ଥାତ, କିଛି ସମୟ ଅନ୍ତରାଳ ପରେ ଖାଇବା । ଲୋକମାନେ ମାସେ କାଳ ଆମିଷ ଖାଦ୍ୟରୁ ନିବୃତ ରହି କାର୍ତ୍ତିକ ମାସ ଶେଷରେ ପ୍ରଥମ ଦିନ ହିଁ ଆମିଷ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ।
କିଛି ତଥ୍ୟ ଅନୁଯାୟୀ ଓଡ଼ିଆ ସାଧବ ପୁଅମାନେ ନୌବାଣିଜ୍ୟ କରିବା ପାଇଁ ଏବଂ କେଉଟମାନେ ସମୁଦ୍ରକୁ ମାଛ ମାରିବା ପାଇଁ ଏହି ସମୟରେ ଯାତ୍ରାରମ୍ଭ କରୁଥିଲେ । ସେମାନଙ୍କୁ ମେଲାଣି ଦେବାପାଇଁ ଆୟୋଜନ କରାଯାଉଥିବା ଭୋଜିରେ ଆମିଷ ଖାଦ୍ୟ ରହୁଥିଲା । ଛାଡ଼ଖାଇ ଏହିପରି ଭାବରେ ଆରମ୍ଭ ହୋଇଥାଇପାରେ ବୋଲି ଲୋକମତ ରହିଛି । ବର୍ଷର ଏହି ସମୟରେ ମାଛମାନେ ସମୁଦ୍ର ତଟକୁ ଆସନ୍ତି, ତେଣୁ ମାଛ ଅମଳ ମଧ୍ୟ ଭଲ ହୋଇଥାଏ । କିଛି ମତରେ, ଛାଡ଼ଖାଇରୁ ଶୀତ ଋତୁର ଆରମ୍ଭ ହୋଇଥାଏ । ଶୀତ ଦିନରେ ମାଂସରେ ସ୍ନେହସାର ଓ ଆଦ୍ରତାର ଅନୁପାତ ଭଲ ରହୁଥିବାରୁ, ଶୀତ ଦିନ ଆମିଷ ଖାଇବା ସବୁଠାରୁ ଭଲ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/06/chadakhai-2025-11-06-09-04-21.jpg)