କନକ ବ୍ୟୁରୋ : କଟକ ନେତାଜୀ ବସ୍ ଟର୍ମିନାଲରେ ଦୋକାନ ଘର ଆବଣ୍ଟନରେ ଅନିୟମିତତା ଅଭିଯୋଗ । କାଗଜପତ୍ରରେ ବିବାଦ ଯୋଗୁଁ ତଳ ମହଲାରେ ଥିବା ୧୩ଟି ଦୋକାନ କାହାରିକୁ ଦିଆଯାଇ ନାହିଁ , ବାସ୍ତବ ସ୍ଥିତି କିନ୍ତୁ ଭିନ୍ନ । ବିନା ଚୁକ୍ତିନାମାରେ ଚାଲିଛି ଦୋକାନ । କଟକ ନେତାଜୀ ବସ୍ ଟର୍ମିନାଲ ଭିତରେ ତଳ ମହଲାରେ ରହିଛି ପ୍ରାୟ ୩୦ଟି ଦୋକାନ । ଆଉ ଏଥିମଧ୍ୟରୁ ୧୩ଟି ଦୋକାନ ବିନା ଚୁକ୍ତିରେ ୨ ବର୍ଷ ହେଲା ଚାଲିଛି । ଚୁକ୍ତିନାମା ହୋଇନଥିବା ଦୋକାନୀମାନେ ନିର୍ଦ୍ଧାରିତ ଲାଇସେନ୍ସ ଫି ୬ ଲକ୍ଷ ଟଙ୍କା ବି ଦେଇନାହାନ୍ତି । ଏହା ସତ୍ତ୍ବେ ସେମାନେ କିଭଳି ଦୋକାନ ଖୋଲୁଛନ୍ତି ? ଦୋକାନ ଖୋଲିବାକୁ କିଏ ଦେଲା ଅନୁମତି ? ସେ ନେଇ ଉଠିଛି ପ୍ରଶ୍ନ । 

Advertisment

ଖାନନଗର ଅଞ୍ଚଳରେ କାଠଯୋଡ଼ି ନ‌ଦୀ କୂଳେ ୧୫ ଏକର ଜମିରେ ନିର୍ମାଣ ହୋଇଛି ବସ୍ ଟର୍ମିନାଲ୍ । ପ୍ରାୟ ୯୦ କୋଟି ଟଙ୍କା ବ୍ୟୟରେ ତିନି ମହଲା ବିଶିଷ୍ଟ ବସ୍ ଟର୍ମିନାଲ ସହ ତଳ ମହଲାରେ ୩୦ଟି ଦୋକାନ କରାଯାଇଛି । ଏହା ଭିତରେ ଔଷଧ ଦୋକାନ ହେବାର ବ୍ୟବସ୍ଥା ଥିଲା । କିନ୍ତୁ ଗୋଟିଏ ବି ଔଷଧ ଦୋକାନ ନାହିଁ । କେବଳ ଖାଇବା, ତେଜରାତି ଦୋକାନ, ଫଳ ଦୋକାନ ରହିଛି । ୧୩ଟି ଦୋକାନ କ'ଣ ପାଇଁ ବିନା ଚୁକ୍ତିରେ ଚାଲିଛି ସେ ନେଇ କୌଣସି ଅଧିକାରୀ ବି ମୁହଁ ଖୋଲିନାହାଁନ୍ତି ।

ଅଧିକ ପଢ଼ନ୍ତୁ--ପ୍ରେମ ପାଇଁ ଓଡ଼ିଶା ଫେରିଥିଲେ ସେଜଲ୍‌; ଏବେ ଚର୍ଚ୍ଚାରେ ଆମେରିକୀୟ ମା’ଙ୍କ ଆଖିଭିଜା ଚିଠି