କନକ ବ୍ୟୁରୋ : ଦେବାଶିଷ ସାମନ୍ତରାୟଙ୍କ ବେଇମାନ୍ ଶବ୍ଦର କାଉଣ୍ଟର କଲେ ପ୍ରଭାତ ବିଶ୍ବାଳ । କହିଲେ, ସାରା ଓଡ଼ିଶାବାସୀ ଜାଣିଛନ୍ତି ବେଇମାନ୍ କିଏ । ଦେବାଶିଷ ସାମନ୍ତରାୟଙ୍କ ଭାଇ ବୋହୂଙ୍କୁ ପଚାରିଲେ ସେ କହିପାରିବେ, ବେଇମାନ୍ କିଏ । କଟକ ସଦରର ପୂର୍ବତନ ବିଧାୟକ ଚନ୍ଦ୍ରସାରଥୀ ବେହେରାଙ୍କ ଉପରେ ବି ବର୍ଷିଛନ୍ତି ପ୍ରଭାତ ବିଶ୍ବାଳ ।

Advertisment

ଅଧିକ ପଢନ୍ତୁ : ଚତୁର୍ଥ ଆସନ ଲଢ଼ି ପାରେ ବିଜେଡି ! ସଂକେତ ଦେଲେ ବିଜେଡି ବିଧାୟକ

ବିଜେଡିରୁ ବହିଷ୍କୃତ ନେତା ପ୍ରଭାତ ବିଶ୍ଵାଳ  ଏବଂ ଦେବାଶିଷ ସାମନ୍ତରାୟଙ୍କ ମଧ୍ୟରେ ଗତ ୩ ଦିନ ଧରି ବାକ୍‌ଯୁଦ୍ଧ ଚାଲିଛି । ନିକଟରେ ପ୍ରଭାତ ବିଶ୍ଵାଳ, ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ଆକ୍ଷେପ କରି କହିଥିଲେ । ତାର ପ୍ରତି ଜବାବରେ ଗତକାଲି ପ୍ରଭାତ ବିଶ୍ବାଳଙ୍କୁ ଅକୃତଜ୍ଞ ଓ ବେଇମାନ  ବୋଲି କହିଥିଲେ ସାଂସଦ ଦେବାଶିଷ ସାମନ୍ତରାୟ ।