କନକବ୍ୟୁରୋ : କଟକ ବିଜେଡିରେ ଫାଟ ଏବେ ଜଳଜଳ ।  ଆସନ୍ତା  ୨୬ ତାରିଖରେ  ଦଶହରା  ଉପଲକ୍ଷେ କଟକ ବିଜେଡି ପକ୍ଷରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରାଯାଉଛି। କିନ୍ତୁ ଏହି ବନ୍ଧୁମିଳନ ନିମନ୍ତ୍ରଣ ପତ୍ରରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ନାଁ ନାହିଁ ।  କଟକ ବିଜେଡି ସଭାପତି ପ୍ରଫୁଲ୍ଲ ସିଂ, ମେୟର ସୁବାସ ସିଂ, କଟକ ଚୌଦ୍ଵାର ବିଧାୟକ ସୌଭିକ୍ ବିଶ୍ଵାଳଙ୍କ ନାଁ ନିମନ୍ତ୍ରଣ ପତ୍ରରେ ରହିଛି । ହେଲେ ସାଂସଦ ଦେବାଶିଷ ସାମନ୍ତରାୟଙ୍କ ନାଁ କ’ଣ ପାଇଁ ନାହିଁ ତାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Advertisment