କନକ ବ୍ୟୁରୋ:  ଚତୁର୍ଥ ଆସନକୁ ବିଜେଡି ଲଢିବ କି ନାହିଁ ଆଜି ନବୀନ ନିବାସ ବୈଠକରେ ସ୍ପଷ୍ଟ ହେବ  ।  ବିଧାୟକ ଦଳ ବୈଠକରେ ଜଣାପଡିବ । ବିଜେଡି ଲଢିବ ବିରୋଧୀ ଦଳ ହିସାବରେ । ବିଜେଡି ଏକ ହୋଇ ଅଛି ।  ନବୀନଙ୍କ ନିଷ୍ପତ୍ତିକୁ ସବୁ ବିଧାୟକ ଗ୍ରହଣ କରିବେ ।  .PAC ନବୀନ ପଟ୍ଟନାୟକଙ୍କୁ  ପ୍ରସ୍ତାବ ଦେଇଛି ନିଷ୍ପତ୍ତି ନେବାକୁ  ବୋଲି କହିଛନ୍ତି ବିଜେଡି ବିଧାୟକ ସାରଦା ଜେନା  । 

Advertisment

ଅଧିକ ପଢନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ଅଙ୍କକଷା ଆରମ୍ଭ , କିଏ ପାଇବ ଟିକେଟ୍ ?

 
ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ କିଏ ଯିବେ ରାଜ୍ୟସଭା, ତାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା । ବିଜେଡି ଓ ବିଜେପିରୁ କାହାକୁ ପ୍ରାର୍ଥୀ କରାଯିବ, ତାକୁ ନେଇ ଲବି ଆରମ୍ଭ ହୋଇଯାଇଛି । ଦିନେ ଦୁଇଦିନ ଭିତରେ ବିଜେଡି ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ । ଗତକାଲି ସାଂସଦ ସସ୍ମିତ୍ ପାତ୍ର ବିଧାନସଭା ସମ୍ମିଳନୀ କକ୍ଷରୁ ୬ ସେଟ୍ ଫର୍ମ ନେଇଥିଲେ । ସବୁଥର ଭଳି ଏଥର ବି ନବୀନ ପଟ୍ଟନାୟକ ସରପ୍ରାଇଜ୍ କାର୍ଡ ଖେଳିପାରନ୍ତି ।

ସେହିପରି ବିଜେପି ମଧ୍ୟ କୌଣସି ମୁହୂର୍ତ୍ତରେ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ । ରେସ୍‌ର ସବୁଠୁ ଆଗରେ ଅଛନ୍ତି ସୁଜିତ୍ କୁମାର। ସେହିପରି ମନମୋହନ ସାମଲ, ବିଜୟପାଲ ସିଂ ତୋମାର, ଗୋଲକ ମହାପାତ୍ର ଓ ସମୀର ମହାନ୍ତିଙ୍କ ନାଁ ବି ଚର୍ଚ୍ଚା ହେଉଛି । ତେବେ ସଂସଦୀୟ ବୋର୍ଡ ବୈଠକ ନେବ ଚୂଡ଼ାନ୍ତ ନିଷ୍ପତ୍ତି ।