ଆସନ୍ତାକାଲି ନୂଆପଡ଼ା ଉପନିର୍ବାଚନ ପାଇଁ ପଡ଼ିବ ଭୋଟ,  ନିଜର ମତାଧିକାର ସାବ୍ୟସ୍ତ କରି ନେତା ବାଛିବେ ଜନତା

ଅନ୍ତିମ ପର୍ଯ୍ୟାୟରେ ପହଁଚିଛି ପ୍ରଶାସନିକ ସ୍ତରରେ । ଆଜି ବିଭିନ୍ନ ମତଦାନ କେନ୍ଦ୍ର ଗୁଡ଼ିକରେ ପହଁଚିବେ ପୁଲିଂ ପାର୍ଟି

Nuapada election

Nuapada election Photograph: (KanakNews)

କନକ ବ୍ୟୁରୋ: ଆସନ୍ତାକାଲି ନୂଆପଡ଼ା ଉପନିର୍ବାଚନ ପାଇଁ ପଡ଼ିବ ଭୋଟ, ନିଜ ନିଜର ମତାଧିକାର ସାବ୍ୟସ୍ତ କରି ନେତା ବାଛିବେ ଜନତା । ଏଥିପାଇଁ ଅନ୍ତିମ ପର୍ଯ୍ୟାୟରେ ପହଁଚିଛି ପ୍ରଶାସନିକ ପ୍ରସ୍ତୁତି । ଆଜି ବିଭିନ୍ନ ମତଦାନ କେନ୍ଦ୍ର ଗୁଡ଼ିକରେ ପହଁଚିବେ ପୁଲିଂ ପାର୍ଟି । ସମ୍ବେଦନଶୀଳ ୮ଟି ବୁଥକୁ ସ୍ବତନ୍ତ୍ର ହେଲିକପ୍ଟରରେ ଯିବାର ବ୍ୟବସ୍ଥା କରାଯାଇଛି । ଇଭିଏମରେ କିପରି ମତଦାନ କରାଇବେ ପୁଲିଂ ଅଧିକାରୀଙ୍କୁ ସେନେଇ ପ୍ରଶିକ୍ଷଣ ଦିଆଯାଇଛି । ମତଦାନ ଦିନ ଅପରାହ୍ନ ୫ଟା ଯାଏଁ ଭୋଟିଂ ପ୍ରକ୍ରିୟା ଜାରି ରହିବ । ସମ୍ବେଦନଶୀଳ ବୁଥରେ ୪ଟା ଯାଏ ହେବ ଭୋଟ୍। ସମ୍ବେଦନଶୀଳ ବୁଥରେ ସଶସ୍ତ୍ର ସୁରକ୍ଷାକର୍ମୀ ସୁରକ୍ଷା ଯୋଗାଇଦେବେ ।

ନୂଆପଡା ଉପନିର୍ବାଚନ ପାଇଁ ଧରପଗଡ ଜୋର୍, ସ୍ଥାନୀୟ ମୋହରା ଛକରୁ ଦୁଇ ଲକ୍ଷ ଟଙ୍କା ଜବତ

ସେପଟେ ରବିବାର ସଂଧ୍ୟାରୁ ପ୍ରଚାର ଥମିଥିବା ବେଳେ ନିର୍ବାଚନ ଆଚରଣ ବିଧି ନିୟମ ଅନୁସାରେ ଡେରା ପକାଇଥିବା ବାହାର ନେତା ଓ କର୍ମୀ ବି ନୂଆପଡ଼ା ଛାଡ଼ିଛନ୍ତି । ଆରମ୍ଭ ହୋଇଛି ସାଇଲେଣ୍ଟ ପିରିୟଡ୍, ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ କମ୍ପୁଥିବା ନୂଆପଡ଼ା ଏକରକମ ନୀରବ ହୋଇଯାଇଛି । ସାଇଲେଣ୍ଟ ପିରିୟଡରେ ପ୍ରଚାର ପ୍ରସାର ଉପରେ କଟକଣା ଲଗାଯାଇଛି। ଯିଏ ନିୟମ ଭଂଗ କରିବ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ରହିଛି। ଏହି ନୀରବ ଅବଧି ସବୁ ରାଜନୈତି ଦଳଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ । ବାହାରୁ ଯାଇଥିବା ନେତା ନିର୍ବାଚନମଣ୍ଡଳୀ ଛାଡ଼ିଥିବାରୁ ସ୍ଥାନୀୟ ନେତାଙ୍କ ଉପରେ ନିର୍ଭର କରୁଛି ପ୍ରାର୍ଥୀଙ୍କ ବିଜୟ। ଯଦି ସ୍ଥାନୀୟ ନେତା କିଛି ଗଡ଼ବଡ଼ କରିବେ ତାହେଲେ ବଦଳି ଯିବ ପୂରା ଗଣିତ । 

ମେଡିକାଲରେ ଏକ୍ସପାଏରୀ ମେଡିସିନ୍ ! ଚିଲିକା ନୂଆପଡା ସ୍ବାସ୍ଥ୍ୟକେନ୍ଦ୍ରରୁ ଆସିଲା ସାଂଘାତିକ ଖବର


ଉପନିର୍ବାଚନ ପାଇଁ ସାଇଲେଣ୍ଟ ପିରିୟଡ ଆରମ୍ଭ ହୋଇଛି । ଏସବୁ ଭିତରେ ନୂଆପଡା-ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ଗାଡ଼ି ଚେକିଂ ଜୋରଦାର କରାଯାଇଛି । ଛତିଶଗଡ଼ ପଟୁ ନୂଆପଡ଼ା ଜିଲ୍ଳାକୁ ପ୍ରବେଶ କରୁଥିବା ପ୍ରତ୍ୟେକଟି ଯାନକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି । ମାଦକ ଦ୍ରବ୍ୟ କିମ୍ବା ଟଙ୍କା କାରବାର ଉପରେ କଡ଼ା ନଜର ରଖିଛନ୍ତି ସୁରକ୍ଷାକର୍ମୀ। ଉପନିର୍ବାଚନ ସମୟରେ କୌଣସି ହିଂସାତ୍ମକ ପରିସ୍ଥିତିକୁ ଏଡ଼ାଇବାକୁ ମଧ୍ୟ ପ୍ରସ୍ତୁତ ରହିଛି ସୁରକ୍ଷାବଳ ।     

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe