କନକ ବ୍ୟୁରୋ: ନୂଆପଡା ଉପନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଧରପଗଡ ଜୋର୍ ଧରିଛି l ସ୍ଥାନୀୟ ମୋହରା ଛକରୁ ଦୁଇ ଲକ୍ଷ ଟଙ୍କା ଜବତ ହୋଇଛି । ମୋହରା ଛକ ଆନ୍ତଃଜିଲ୍ଲା ଚେକ ପୋଷ୍ଟରେ ଏକ ଗାଡି ରୁକଣ୍ଟାବାଞ୍ଜିର ଯାଭେଦ ଖାନଙ୍କ ପାଖରୁ ଦୁଇ ଲକ୍ଷ ଟଙ୍କା ନଗଦ ମିଳିଥିଲା l ଯାଞ୍ଚ କରିବା ପରେ ସେ ନେଉଥିବା ଟଙ୍କା ସମ୍ପର୍କରେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ l
ତେଣୁ ଟଙ୍କା ଜବତ କରି ଖରିଆର ପୋଲିସ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି l ସେହିପରି ଜିଲ୍ଲା ଅବକାରୀ ବିଭାଗ ଘନ ଘନ ଯାଞ୍ଚ କରି ୬୩ଲି ବିଅର୍, ୩୨ଲି ବିଦେଶୀମଦ, ୩୦୧୬ଲି ହାତ ରନ୍ଧା ମଦ,୫୧୯ ଲି ବାହାର ଭାଟି ମଦ ,୪ କେଜି ଗଞ୍ଜେଇ ଏବଂ ୬୭୫୫୦ କେଜି ମହୁଲ ପୋଚ ଜବତ କରିଛନ୍ତି l ଏସବୁର ଆନୁମାନିକ ମୂଲ୍ୟ ୪୩ ଲକ୍ଷ ୫୭ ହଜାର ଟଙ୍କା ହେବ l ଏହା ସହିତ ତିନୋଟି ବାଇକ୍ ମଧ୍ୟ ଅବକାରୀ ବିଭାଗ ଜବତ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/20/nuapada-2025-10-20-08-17-19.jpg)