କନକ ବ୍ୟୁରୋ: ନିରାପଦ ନୁହେଁ ନିରାମୟ କେନ୍ଦ୍ର । ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଗଛିତ ରହିଛି ପୁଳାପୁଳା ମେଡ଼ିସିନ ଏକ୍ସପାରି ମେଡିସିନ୍ । ୨୦୨୪ ଅଗଷ୍ଟ ମାସରୁ ମେଡ଼ିସିନର ବ୍ୟବହାର ସମୟ ସରିଗଲାଣି । ହେଲେ ସ୍ବାସ୍ଥ୍ୟକେନ୍ଦ୍ରରେ ଏହା ଜମା ରହିବାକୁ ନେଇ ଏବେ ପ୍ରଶ୍ନ ସୃଷ୍ଟି କରିଛି ।
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ଚିଲିକା ନୂଆପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଆସିଛି ଏଭଳି ଖବର। କେବଳ ବଟିକା ନୁହେଁ ଜୀବନ ରକ୍ଷାକାରୀ ସାଲାଇନ ଓ ଇଞ୍ଜେକସନର ମଧ୍ୟ ଡେଟ୍ ଗଲାଣି । ସ୍ବାସ୍ଥ୍ୟ କେନ୍ଦ୍ରକୁ ଶହଶହ ରୋଗୀ ଆସୁଛନ୍ତି ଆଉ ଜୀବନ ରକ୍ଷା ପାଇଁ ଏକ୍ସପାରି ମେଡ଼ିସିନ ନେଉଛନ୍ତି । ରୋଗୀଙ୍କ ଜୀବନ ସହ ଖେଳ ଖେଳାଯାଉଥିବା ଅଭିଯୋଗ ହୋଇଛି । ସ୍ବାସ୍ଥ୍ୟକେନ୍ଦ୍ର ଠାରୁ ନିରାମୟ କେନ୍ଦ୍ର ଯୁଆଡ଼େ ଦେଖିବ ଏକ୍ସପାରି ମେଡ଼ିସିନ୍ । ଏହାକୁ ନେଇ କୃଷ୍ଣପ୍ରସାଦ ଅଞ୍ଚଳବାସୀଙ୍କ ତୀବ୍ର ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଯେଉଁ ଡାକ୍ତର ରୋଗୀଙ୍କ ଜୀବନ ସହ ଏପରି ଖେଳ ଖେଳୁଛନ୍ତି ସେମାନଙ୍କ ପ୍ରତି ସରକାର ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/01/17/8lpENkk67iCSRgb591Wa.jpg)