Bihar election Photograph: (KanakNews)
କନକ ବ୍ୟୁରୋ: ବିହାର ବିଧାନସଭା ନିର୍ବାଚନର ଦ୍ବିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ସରିଛି । ଭୋଟ ପଡ଼ିବାକୁ ଥିବା ନିର୍ବାଚନମଣ୍ଡଳୀ ଗୁଡ଼ିକରେ ଆରମ୍ଭ ହୋଇଛି ନୀରବ ଅବଧି । ଆସନ୍ତାକାଲି ଭୋଟ୍ ପଡ଼ିବାକୁ ଥିବା ବେଳେ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ହୋଇଛି । ଦ୍ବିତୀୟ ପର୍ଯ୍ୟାୟରେ ୨୦ ଜିଲ୍ଲାର ୧୨୨ ବିଧାନସଭା ଆସନ ପାଇଁ । ୧୨୨ ଆସନ ମଧ୍ୟରୁ ୧୦୧ଟି ସାଧାରଣ ବର୍ଗ ପାଇଁ, ୧୯ଟି ଅନୁସୂଚିତ ଜାତି ପାଇଁ ଏବଂ ୨ଟି ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ।
ବିହାର ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା ବିଜେପି : ୧୨ ଜଣ ନାମ ଘୋଷଣା କଲା ଦଳ
ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ୨୦ଟି ଜିଲ୍ଲା ମଧ୍ୟରେ ପଶ୍ଚିମ ଚମ୍ପାରଣ, ପୂର୍ବ ଚମ୍ପାରଣ, ସୀତାମାଢ଼ୀ, ଶିବହାର, ମଧୁବନୀ, ସୁପୌଲ, ଆରାରିଆ, କିଶନଗଞ୍ଜ, ପୂର୍ଣ୍ଣିଆ, କଟିହାର, ଭାଗଲପୁର, ବାଙ୍କା, ଜାମୁଇ, ନୱାଡା, ଗୟା, ଔରଙ୍ଗାବାଦ, ଜେହାନାବାଦ, ଆରୱାଲ, କୈମୁର ଏବଂ ରୋହତାସ ଅନ୍ତର୍ଭୁକ୍ତ । ଏହି ପର୍ଯ୍ୟାୟରେ ମୋଟ୍ ୧,୩୦୨ ପ୍ରାର୍ଥୀ ମଇଦାନରେ ରହିଛନ୍ତି । ଏମାନଙ୍କ ମଧ୍ୟରେ ୧ହଜାର ୧୬୫ ପୁରୁଷ, ୧୩୬ ମହିଳା ଏବଂ ଜଣେ ତୃତୀୟ-ଲିଙ୍ଗୀ ପ୍ରାର୍ଥୀ ରହିଛନ୍ତି । ମୋଟ ୩୭ ଲକ୍ଷ ୧୩ ହଜାର ୫୫୬ ଭୋଟର ୧୩୦୨ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ବିଭିନ୍ନ ରାଜନୈତିକ ଦଳର ହେଭିୱେଟ ମାନଙ୍କର ଏହି ପର୍ଯ୍ୟାୟରେ ଭାଗ୍ୟ ପରୀକ୍ଷା ହେବାକୁ ଥିବା ବେଳେ ସଭିଙ୍କ ନଜର ରହିଛି ।
Follow Us