କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନରେ ଜଟିଳ ହେବ ଜାତି ଗଣିତ । ରାଜ୍ୟର ଜନସଂଖ୍ୟା ୧୩ କୋଟି ୭୦ ଲକ୍ଷ ହୋଇଥିବା ବେଳେ ଅଛନ୍ତି ମୋଟ ୨୧୫ ଜାତି । ଅର୍ଥନୈତିକ ବିକାଶ, ପଛୁଆ ବର୍ଗଙ୍କ ଉନ୍ନତି ଏହି ନିର୍ବାଚନରେ ପ୍ରମୁଖ ପ୍ରସଙ୍ଗ ହୋଇଛି । ରାଜ୍ୟରେ ହିନ୍ଦୁଙ୍କ ସଂଖ୍ୟା ୮୧.୯% ହୋଇଥିବା ବେଳେ ମୁସଲିମ ସଂଖ୍ୟା ୧୭.୭% ଓ ଅନ୍ୟାନ୍ୟ ବର୍ଗର ଲୋକଙ୍କ ସଂଖ୍ୟା ରହିଛି ୦.୪% । ଆରଜେଡି ଓ କଂଗ୍ରେସର ଭୋଟବ୍ୟାଙ୍କ କୁହାଯାଉଥିବା ମୁସଲିମ ଭୋଟ ଏଥର ପ୍ରଭାବିତ ହୋଇପାରେ । କାରଣ ଏଆଇଏମଆଇଏମ ବହୁ ଆସନରେ ପ୍ରାର୍ଥୀ ଦେଉଛି । ସାଧାରଣ ବର୍ଗରେ ୭ ଜାତି ଥିବାବେଳେ ସେମାନଙ୍କ ଅନୁପାତ ହେଉଛି ୧୫.୪% । ବ୍ରାହ୍ମଣ- ୩.୫%, ଭୂମିହାର ୨.୯%, ରାଜପୁତ -୩.୪%, କାୟସ୍ଥ-୦.୬%, ଶେଖ -୩.୮%, ପଠାନ- ୦.୭%, ସୟାଦ- ୦.୨% ରହିଛନ୍ତି । ପଛୁଆ ବର୍ଗରେ ୩୦ ଜାତି ଥିବାବେଳେ ସେମାନଙ୍କ ସଂଖ୍ୟା ରହିଛି ୨୭.୨% । ଯାଦବଙ୍କ ସଂଖ୍ୟା ୧୪.୩% ହୋଇଥିବାରୁ ଏହା ଆରଜେଡି ଲାଗି ବିଶେଷ ସହାୟକ ହେବ ।
ବଦଳିଲା ଗୁଜରାଟ ମନ୍ତ୍ରିମଣ୍ଡଳ: ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ନେତୃତ୍ବରେ ୨୬ ଜଣିଆ କ୍ୟାବିନେଟ୍ ଗଠିତ
ତେବେ ଲାଲୁ ପରିବାରରେ ମତଭେଦ ଯୋଗୁ ଏହି ଭୋଟ ସାମାନ୍ୟ ପ୍ରଭାବିତ ହୋଇପାରେ । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କୁର୍ମୀ ସମ୍ପ୍ରଦାୟର ହୋଇଥିବାବେଳେ ତାଙ୍କ ଜାତିର ଭୋଟର ସଂଖ୍ୟା ରହିଛି ୨.୯ ପ୍ରତିଶତ । ଖୁସଓ୍ବାହା ୪.୨% ଥିବାରୁ ଅଧିକାଂଶ ଦଳ ଏହି ବର୍ଗର ପ୍ରାର୍ଥୀଙ୍କୁ ଚୟନ କରିଛନ୍ତି । ଏସସି ବର୍ଗରେ ୨୨ ଜାତି ଥିବାବେଳେ ସେମାନଙ୍କ ହାର ହେଉଛି ୧୯.୭% । ପାସ୍ୱାନଙ୍କ ହାର ୫.୩% ରହିଥିବାରୁ ସେହି ଭୋଟ ଉପରେ ଆଖି ରଖିଛି ଲୋକଜନଶକ୍ତି ପାର୍ଟି ।
ବିହାର ବିଧାନସଭା ନିର୍ବାଚନ
ଜଟିଳ ହେବ ଜାତି ଗଣିତ
ରାଜ୍ୟର ଜନସଂଖ୍ୟା ୧୩ କୋଟି ୭୦ ଲକ୍ଷ
ରାଜ୍ୟରେ ହିନ୍ଦୁଙ୍କ ସଂଖ୍ୟା ୮୧.୯%
ମୁସଲିମ୍ ସଂଖ୍ୟା ୧୭.୭%
ଅନ୍ୟାନ୍ୟ ବର୍ଗର ୦.୪%
ବ୍ରାହ୍ମଣ- ୩.୫%, ଭୂମିହାର ୨.୯%, ରାଜପୁତ -୩.୪%
କାୟସ୍ଥ-୦.୬%, ଶେଖ -୩.୮%, ପଠାନ- ୦.୭%, ସୟାଦ- ୦.୨%
ଯାଦବଙ୍କ ସଂଖ୍ୟା ୧୪.୩%
ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କୁର୍ମୀ ସମ୍ପ୍ରଦାୟର
ତାଙ୍କ ଜାତିର ଭୋଟର ସଂଖ୍ୟା ରହିଛି ୨.୯ ପ୍ରତିଶତ