କନକବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ତାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ୧୨ ଜଣଙ୍କ ନାମ ଅଛି ।  ପ୍ରଥମ ନାମ ମୈଥିଲୀ ଠାକୁର ଏବଂ ଶେଷ ନାମ ଆନନ୍ଦ ମିଶ୍ର, ଯିଏ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଆଇପିଏସ୍‌ ଛାଡିଥିଲେ ।  କଣ୍ଠ ଶିଳ୍ପୀ ମୈଥିଲୀ ଠାକୁରଙ୍କ ବ୍ୟତୀତ ଆଇପିଏସ ଅଧିକାରୀ ଆନନ୍ଦ ମିଶ୍ରଙ୍କ ନାମ ମଧ୍ୟ ଏଥିରେ ସାମିଲ ଅଛି । ବିଜେପି ହାୟାଗତରୁ ରାମ ଚନ୍ଦ୍ର ପ୍ରସାଦ, ମୁଜାଫରପୁରରୁ ରଂଜନ କୁମାର, ଗୋପାଳଗଞ୍ଜର ସୁଭାଷ ସିଂ, ବାନିପୁରର କେଦାର ନାଥ ସିଂ, ଛତ୍ରରୁ ଛୋଟି କୁମାରୀ, ସୋନପୁରରୁ ବିନୟ କୁମାର ସିଂ ଏବଂ ରୋଜେର ବିରେନ୍ଦ୍ର କୁମାର ଦଳ ପ୍ରାର୍ଥୀ କରିଛି 

Advertisment