୮୨ ଶତକ, ୨୭ ହଜାରରୁ ଅଧିକ ରନ୍‌ : ବିରାଟ କୋହଲି କେବଳ ଗୋଟିଏ ନାଁ ନୁହେଁ...

ବିରାଟ କୋହଲି ନିଜ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରରେ ୫୫୦ରୁ ଅଧିକ ମ୍ୟାଚ୍ ଖେଳିଛନ୍ତି । ନିଜ କ୍ୟାରିୟରରେ ୮୨ଟି ଶତକ ହାସଲ କରିଛନ୍ତି ।

virat kohli

virat kohli Photograph: (kanak news)

କନକ ବ୍ୟୁରୋ: ଟିମ୍‌ ଇଣ୍ଡିଆର ଷ୍ଟାର୍ ଖେଳାଳି ବିରାଟ କୋହଲିଙ୍କ ଆଜି ଜନ୍ମଦିନ । ଆଜି ୩୭ତମ ଜନ୍ମଦିନ ପାଳନ କରୁଛନ୍ତି ବିରାଟ । ବିରାଟ କୋହଲି କେ ଭାରତରେ ବଳ ଗୋଟିଏ ନାମ ନୁହେଁ, ବରଂ ଏକ ଇମୋସନ । ତାଙ୍କର ଗୋଟିଏ ଝଲକ ପାଇବାକୁ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଆନ୍ତି ପ୍ରଶଂସକ । ବିଶ୍ୱ କ୍ରିକେଟର ସବୁଠାରୁ ସଫଳ ଖେଳାଳିମାନଙ୍କ ମଧ୍ୟରେ ଜଣେ ବିରାଟ କୋହଲି । ଏହି କିମ୍ବଦନ୍ତୀ କ୍ରିକେଟରଙ୍କ ନାମରେ କେତେ ଯେ ରେକର୍ଡ ତାହା କାହାକୁ ଆଉ ଲୁଚାଛପା ନାହିଁ ।  

ବିରାଟ କୋହଲି ନିଜ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରରେ ୫୫୦ରୁ ଅଧିକ ମ୍ୟାଚ୍ ଖେଳିଛନ୍ତି । ନିଜ କ୍ୟାରିୟରରେ ୮୨ଟି ଶତକ ହାସଲ କରିଛନ୍ତି । ବିରାଟ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ ହାସଲ କରିଥିବା ଦ୍ୱିତୀୟ ଖେଳାଳି । ସଚିନ ତେନ୍ଦୁଲକରଙ୍କ ପରେ ସର୍ବାଧିକ ଶତକ ହାସଲ କରିଛନ୍ତି ବିରାଟ କୋହଲି । ସଚିନ ତେନ୍ଦୁଲକର ଆନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରରେ ହାସଲ କରିଛନ୍ତି ୧୦୦ଟି ଶତକ  ।

ବିରାଟ କୋହଲିଙ୍କ ଜନ୍ମଦିନରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ଏକ ପୋଷ୍ଟ ସେୟାର କରିଛି, ଯେଉଁଥିରେ ବିରାଟଙ୍କ କ୍ରିକେଟିଂ କ୍ୟାରିୟରର ଉପଲବ୍ଧି ବିଷୟରେ ଉଲ୍ଲେଖ କରାଯାଇଛି । ବିରାଟ ତାଙ୍କ କ୍ରିକେଟିଂ କ୍ୟାରିୟରରେ ଏପର୍ଯ୍ୟନ୍ତ ୫୫୩ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ କୋହଲି ୨୭ ହଜାର ୬୭୩ ରନ୍ କରିଛନ୍ତି । ବିରାଟ କୋହଲି ଅନ୍ତର୍ଜାତୀୟ କ୍ୟାରିୟରରେ ୮୨ଟି ଶତକ ଏବଂ ୧୪୪ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ।

କୋହଲି ନିଜ ଟେଷ୍ଟ କ୍ରିକେଟ୍ କ୍ୟାରିୟରରେ ୧୨୩ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ୪୬.୮୫ ହାରରେ ୯ ହଜାର ୨୩୦ ରନ୍ କରିଛନ୍ତି । ଟେଷ୍ଟରେ ହାସଲ କରିଛନ୍ତି ୩୦ ଶତକ ଏବଂ ୩୧ ଅର୍ଦ୍ଧଶତକ । ଟେଷ୍ଟ କ୍ରିକେଟରେ କୋହଲି ଅପରାଜିତ ୨୫୪ ରନ୍‌ର ସର୍ବଶ୍ରେଷ୍ଠ ପାଳି ଖେଳିଛନ୍ତି ।

ଦିନିକିଆ ଅନ୍ତର୍ଜାତୀୟରେ କୋହଲି ୩୦୫ ମ୍ୟାଚ୍ ଖେଳିସାରିଛନ୍ତି ଏବଂ ଏବେ ମଧ୍ୟ ଖେଳିବା ଜାରି ରଖିଛନ୍ତି । ବିରାଟ ୩୦୫ ମ୍ୟାଚରେ ୧୪ ହଜାର ୨୫୫ ରନ୍ କରିଛନ୍ତି, ଯେଉଁଥିରେ ୫୧ ଶତକ ଏବଂ ୭୫ ଅର୍ଦ୍ଧଶତକ ସାମିଲ୍ ଅଛି । ଦିନିକିଆରେ କୋହଲି ୫୭.୭୧ ହାରରେ ରନ୍‌ କରିଛନ୍ତି । ଦିନିକିଆରେ କୋହଲିଙ୍କ ବ୍ୟକ୍ତିଗତ ସର୍ବାଧିକ ସ୍କୋର ୧୮୩ ରନ୍‌ର ପାଳି ରହିଛି । 

ଆହୁରି ପଢ଼ନ୍ତୁ : ଏମିତି ଏକ ଦେଶ, ଏଠି ହୁଏନି ମତଦାନ, ଭୋଟ ଦେବା କ’ଣ ଲୋକେ ଜାଣନ୍ତିନି

ବିରାଟ କୋହଲି ୧୨୫ଟି ଟି-୨୦ ଅନ୍ତର୍ଜାତୀୟରେ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ୪୮.୬୯ ହାରରେ ୪,୧୮୮ ରନ୍ କରିଛନ୍ତି । ବିରାଟ ଭାରତ ପାଇଁ ଟି-୨୦ କ୍ରିକେଟରେ ଗୋଟିଏ ଶତକ ଏବଂ ୩୮ ଅର୍ଦ୍ଧଶତକ ହାସଲ କରିଛନ୍ତି । ଅନ୍ତର୍ଜାତୀୟ ଟି-୨୦ରେ କୋହଲିଙ୍କ ସର୍ବୋଚ୍ଚ ସ୍କୋର ଅପରାଜିତ ୧୨୨ ରନ୍ ରହିଛି । ବିରାଟ କୋହଲିଙ୍କ ନାମରେ ଅନ୍ତର୍ଜାତୀୟ କ୍ୟାରିୟରରେ ତିନୋଟି ICC ଟ୍ରଫି ରହିଛି। ବିରାଟ ICC ପୁରୁଷ ଦିନିକିଆ ବିଶ୍ୱକପ୍ ୨୦୧୧, ICC ଚାମ୍ପିଅନ୍ସ ଟ୍ରଫି ୨୦୧୩, ICC ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୪ ଏବଂ ICC ଚାମ୍ପିଅନ୍ସ ଟ୍ରଫି ୨୦୨୫ର ବିଜେତା ଦଳର ଅଂଶ ରହିଥିଲେ ।

ଆହୁରି ପଢ଼ନ୍ତୁ : ଛତିଶଗଡ଼ ବିଳାସପୁର ଟ୍ରେନ୍ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ବିରାଟ ବର୍ତ୍ତମାନ ଟେଷ୍ଟ ଏବଂ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି, କିନ୍ତୁ ଦିନିକିଆରେ ଏବେ ମଧ୍ୟ କୋହଲିଙ୍କ ଜଲୱା ଜାରି ରହିଛି। ବିରାଟ ଜାନୁଆରୀ ୨୦୨୫ରେ ଅଷ୍ଟ୍ରେଲିଆରେ ଶେଷ ଟେଷ୍ଟ ସିରିଜ୍ ଖେଳିଥିଲେ ଏବଂ ଟିମ୍ ଇଣ୍ଡିଆର ଇଂଲଣ୍ଡ ଗସ୍ତ ପୂର୍ବରୁ ମେ ୧୨ ତାରିଖ, ୨୦୨୫ରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । କୋହଲି ଏହା ପୂର୍ବରୁ ଟି-୨୦ ବିଶ୍ୱକପ୍ ୨୦୨୪ ରେ ଭାରତର ବିଜେତା ଦଳର ଅଂଶ ଥିଲେ ଏବଂ ଏହା ପରେ ବିରାଟ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ କହିଥିଲେ । ବିରାଟ କୋହଲି ଏବେ ବି ଦିନିକିଆ କ୍ରିକେଟ୍ ଖେଳୁଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ଦିନିକିଆରେ କୋହଲିଙ୍କ ୭୪ ରନ୍‌ର ଅପରାଜିତ ପାଳି ଖେଳିଥିଲେ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe