କନକ ବ୍ୟୁରୋ: ଛତିଶଗଡରେ ବଡ଼ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୧ରେ ପହଞ୍ଚିଲା । ଏବେ ବି ୨୪ରୁ ଅଧିକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ବିଳାସପୁରର ଲାଲଖଦାନ ଷ୍ଟେସନ ନିକଟରେ କୋର୍ବା ଯାତ୍ରୀବାହୀ ଟ୍ରେନ୍ ଓ ଏକ ମାଲବାହୀ ଟ୍ରେନ୍ ମଧ୍ୟରେ ଧକ୍କା ହୋଇଥିଲା । ଯାତ୍ରୀବାହୀ ଟ୍ରେନ ବିଳାସପୁରରୁ କୋର୍ବା ଯାଉଥିଲା । ବିପରୀତ ଦିଗରୁ ଆସୁଥିବା ଏକ ମାଲବାହୀ ଟ୍ରେନ ସହିତ ଏହାର ଧକ୍କା ହୋଇଛି । ମାଲବାହୀ ଟ୍ରେନ ଉପରେ ଯାତ୍ରୀବାହୀ ଟ୍ରେନ ଚଢ଼ିଯାଇଥିଲା । ଫଳରେ ମାଲବାହୀ ଟ୍ରେନର ଏକାଧିକ ବଗି ଲାଇନଚ୍ୟୁତ ହୋଇଛି ।
ଆଜି ବିଶ୍ବବିଜୟୀ ଟିମ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦୀ, ଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ସନ୍ଧ୍ୟାରେ ହେବ ସାକ୍ଷାତ
ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ପ୍ରାଣ ହରାଇଛନ୍ତି ଓ ୨୪ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି । ଦୁର୍ଘଟଣା ପରେ ରେଳ ଅଧିକାରୀ ଏବଂ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ଏହି ରୁଟରେ ଯିବାକୁ ଥିବା ବହୁ ଟ୍ରେନ ବାତିଲ କରାଯାଇଛି । ବହୁ ଟ୍ରେନର ବଦଳାଯାଇଛି ଗତିପଥ । ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାର ତଦନ୍ତ କରିବେ ରେଳବାଇ ନିରାପତ୍ତା କମିସନ । ମୃତାହତଙ୍କ ପାଇଁ ରେଳବାଇ ସହାୟତା ରାଶି ଘୋଷଣା କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/05/27-2025-11-05-09-12-42.jpg)