କନକ ବ୍ୟୁରୋ: ଭାରତର ସବୁଠାରୁ ବଡ଼ ଗଣତନ୍ତ୍ର ରାଷ୍ଟ୍ର ହେଉଛି ଭାରତ । ଏଠି ମତଦାନ ଦେବା ପ୍ରତି ନାଗରିକର ମୌଳିକ ଅଧିକାର । ଭୋଟ ଦେଇ ନିଜ ସରକାର ଗଢ଼ିବା ନିଜର ହକ୍ । କିନ୍ତୁ ଆମ ବିଶ୍ବରେ ଏବେବି ଏପରି ଦେଶ ଅଛନ୍ତି ଯେଉଁଠି ଭୋଟ କ’ଣ ଲୋକେ ଜାଣନ୍ତିନି ।
ଆଜି ଆମ ଦେଶରେ ୱାନ୍ ନେସନ୍ ୱାନ୍ ଇଲେକ୍ସନ୍ ଉପରେ ଚର୍ଚ୍ଚା ହେଉଛି, ମାନେ ସବୁଠି ଗୋଟିଏ ଦିନରେ ହେବ ନିର୍ବାଚନ । ଭାରତ ଭଳି ବିଶାଳ ଗଣତାନ୍ତ୍ରୀକ ରାଷ୍ଟ୍ରରେ ଭୋଟ ସବୁଠୁ ଗୁରୁତ୍ବପୂର୍ଣ୍ଣ । ଏଠି ପ୍ରତି ନାଗରିକ ନିଜ ମୌଳିକ ଅଧିକାର ଭାବେ ନିଜ ମତ ସବ୍ୟସ୍ତ କରିଥାଏ, ସରକାରଙ୍କୁ ନିଜ ପ୍ରତିନିଧି ବାଛି ପଠାଏ । କିନ୍ତୁ ଜାଣନ୍ତି, ଏ ଦୁନିଆରେ ଏଭଳି ବି ଦେଶ ଅଛି ଯେଉଁଠି କେବିବି ନିର୍ବାଚନ ହୋଇନି କି ଭୋଟ ପଡ଼ିନି । ଏଠିକାର ଲୋକେ ଭୋଟ କ’ଣ ଜାଣନ୍ତିନି । କାରଣ କେବେ ଏହା ଉପରେ କିଛି ଆଲୋଚନା ନାହିଁ କି ଏଠି ରାଜନୀତି ଦଳ ବୋଲି କିଛି ନାହିଁ । ନା ଜନତାଙ୍କ ସ୍ବର ଅଛି । ଖାଲି ଏ ଦେଶ ନୁହେଁ ବରଂ ଆହୁରି ଅନେକ ସ୍ଥାନରେ ଭୋଟ କ’ଣ ଲୋକଙ୍କ ପାଇଁ ଅଜଣା ।
ଆଦର୍ଶଙ୍କ ପରିବାରକୁ ଭେଟିଲେ ମୁଖ୍ୟମନ୍ତ୍ରୀ, ପୁଅକୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ଦେଲେ ପ୍ରତିଶ୍ରୁତି
ଇରିଟ୍ରିଆ, ଆଫିକା ମହାଦେଶର ହର୍ଣ୍ଣ ଅଫ୍ ଆଫ୍ରିକା କ୍ଷେତ୍ରର ଏକ ଛୋଟିଆ ଦେଶ । ଏହାର ଜନସଂଖ୍ୟା ପାଖାପାଖି ୬୦ ଲକ୍ଷ । ୧୯୯୩ରେ ଇଥିଓପିୟା ସହ ଏକ ଦୀର୍ଘ ଯୁଦ୍ଧ ପରେ ସ୍ବାଧୀନ ହେଲା । କିନ୍ତୁ ପରାଧୀନତାର ଶିକୁଳିରୁ ମୁକ୍ତ ହେବା ପରେ ଗଣତନ୍ତ୍ରକୁ ନେଇ ଲୋକଙ୍କ ମନରେ ଯେଉଁ ଆଶା ଥିଲା ତାହା କିନ୍ତୁ ମଉଳି ଗଲା, କେବେ ପୂରଣ ହେଲାନି । ସ୍ବାଧୀନତାର ୩୦ ବର୍ଷ ପରେ ବି ଏ ଦେଶରେ ନିର୍ବାଚନ ହୋଇନି । ସ୍ବାଧୀନତାବେଳେ ଏଯାଏଁ ଜଣେ ରାଷ୍ଟ୍ରପତି ଅଛନ୍ତି , ଇସାଇସ୍ ଅଫବର୍କି । ୧୯୯୩ରେ ଯେବେ ଇରିଟ୍ରିଆ ସ୍ବାଧୀନ ହେଲା ସେବେଠୁ ଏଯାଏଁ ସେ ହିଁ ରାଷ୍ଟ୍ରପତି ପଦରେ ବସିଛନ୍ତି ।
ଦେଶରେ ଗୋଟିଏ ମାତ୍ର ପାର୍ଟି, ପିପୁଲ୍ସ ଫ୍ରଣ୍ଟ ଫର୍ ଡେମୋକ୍ରାଟିକ୍ ଆଣ୍ଡ ଜଷ୍ଟିସ୍, ଏହାର କମାଣ ଇସାଈସ୍ ଅଫବର୍କିଙ୍କ ହାତରେ । ମାନେ ନା ଅଛନ୍ତି କେହି ବିରୋଧୀ, ନା କାହାକୁ ନିର୍ବାଚନ ଲଢ଼ିବାକୁ ଅନୁମତି ଅଛି । ୧୯୯୭ରେ ନିର୍ବାଚନ ପ୍ରସଙ୍ଗ ଉଠିଥିଲା , ସମ୍ବିଧାନ ମଧ୍ୟ ପ୍ରସ୍ତୁତ ହେଲା କିନ୍ତୁ ନା ନିର୍ବାଚନ ହେଲା ନା ସମ୍ବିଧାନ କାର୍ଯ୍ୟକାରୀ ହେଲା।
ଇରିଟ୍ରିଆରେ ଭୟର ବାତାବରଣ । ଏଠି ନା କାହାକୁ କହିବାର ଅଧିକାର ଅଛି ନା ଗଣମାଧ୍ୟମର ସ୍ବତନ୍ତ୍ରତା । ଏଠି ସିଙ୍ଗଲ ପାର୍ଟି । ଇରିଟ୍ରିଆରେ ଚାଲୁଛି ସେନାର ଶାସନ । କେହି ସରକାର କଥା ଆଲୋଚନା କଲେ ତୁରନ୍ତ ଗିରଫ ପରୱାନା ଜାରି ହୋଇଯାଏ । ଆବଶ୍ୟକ ପଡ଼ିଲେ ବିନା ମାମଲାରେ ଜେଲରେ ଜୀବନ ଚାଲିଯିବ। ବୟସ୍କ ନାଗରିକଙ୍କୁ ଜବରଦସ୍ତି ମିଲିଟାରୀ ସେବା କରିବାକୁ ପଡ଼େ ।
ଇରିଟ୍ରିଆ ଦେଶର ଲେକାଙ୍କ ପାଇଁ ଭୋଟ ଦେବା ଏକ ଦିବା ସ୍ବପ୍ନ । ଏଠି ଶିକ୍ଷା ବ୍ୟବସ୍ଥା ବି ଏତେ ଦିଗହରା ଯେ ଲୋକଙ୍କ ପାଇଁ ଗଣତନ୍ତ୍ର, ନାଗରିକଙ୍କ ଅଧିକାର କ’ଣ ଜାଣିବା ବି କଷ୍ଟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/05/13-no-voting-country-anu-2025-11-05-10-35-10.jpg)