କୂଳ ଲଂଘୁଛି ଖରସ୍ରୋତା, ଜୀବିକା ହରାଇବା ପରେ ଜୀବନକୁ ନେଇ ଚିନ୍ତାରେ ଗ୍ରାମବାସୀ

Advertisment

 ଖରସ୍ରୋତା ନଦୀ କୂଳ ଲଂଘି ମାଡି ଆସୁଛି ଗାଁ ଆଡକୁ l ନଦୀ ଆଁରେ କଟଣା ବଣିଆ ପଞ୍ଚାୟତ ର ବାଜପୁରୁ ଗାଁ l ଆଶା ଆଶଙ୍କାରେ ଜୀବନ ବିତାଉଛନ୍ତି ଗାଁ ଲୋକେ l

 ଖରସ୍ରୋତା ନଦୀ କୂଳ ଲଂଘି ମାଡି ଆସୁଛି ଗାଁ ଆଡକୁ l ନଦୀ ଆଁରେ କଟଣା ବଣିଆ ପଞ୍ଚାୟତ ର ବାଜପୁରୁ ଗାଁ l ଆଶା ଆଶଙ୍କାରେ ଜୀବନ ବିତାଉଛନ୍ତି ଗାଁ ଲୋକେ l

punascha pruthibi

punascha pruthibi Photograph: (KanakNews)

 କନକ ବ୍ୟୁରୋ:  ଖରସ୍ରୋତା ନଦୀ କୂଳ ଲଂଘି ମାଡି ଆସୁଛି ଗାଁ ଆଡକୁ l ନଦୀ ଆଁରେ କଟଣା ବଣିଆ ପଞ୍ଚାୟତ ର ବାଜପୁରୁ ଗାଁ l ଆଶା ଆଶଙ୍କାରେ ଜୀବନ ବିତାଉଛନ୍ତି ଗାଁ ଲୋକେ l ନଦୀରେ ଲୀନ ହୋଇଯାଇଛି ପାଞ୍ଚ ଶହ ଏକର ରୁ ଉର୍ଦ୍ଧ ଜମି l ଜୀବିକା ହରାଉଛନ୍ତି ଗାଁ ଲୋକେ l କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ କାଟଣା ବଣିଆ ପଞ୍ଚାୟତର ବାଜପୁରୁ ଗାଁଠାରୁ ମାତ୍ର ୫୦ ମିଟର ଦୂରରେ ରହିଛି ଖରସ୍ରୋତା ନଦୀ । ନଈର ଏଭଳି ରୂପ ଦେଖି ପ୍ରତିମୂହୁର୍ତ୍ତରେ ବିପଦ ଆଶଙ୍କାର ରହୁଛନ୍ତି ଗାଁରେ ବସବାସ କରୁଥିବା ୧୨୦ ପରିବାର l ବର୍ଷା ଦିନେ ତ ସ୍ଥିତି ଅଣାୟତ ହୋଇପଡ଼େ। ଗାଁ ଭିତରେ ନଦୀର ପାଣି ଲହଡ଼ି ମାରେ। ବନ୍ୟା ସମୟରେ ଗାଁ ଭିତରକୁ ପଶିଆସନ୍ତି କୁମ୍ଭୀର ଓ ବିଷଧର ସାପ l

ଅଧିକ ପଢନ୍ତୁ: ଟକମକ ଫୁଟୁଥିବା ନଦୀ : ଥରେ ଭିତରକୁ ଗଲେ ବଞ୍ଚିବା ଅସମ୍ଭବ

ବାତ୍ୟା ଓ ବନ୍ୟା ଆସିଲେ ନଦୀକୂଳିଆ ଲୋକେ ଘର ଛାଡ଼ି ଅନ୍ୟତ୍ର ରୁହନ୍ତି । କାରଣ, ଗାଁ ସୁରକ୍ଷା ପାଇଁ ୮ ବର୍ଷ ତଳେ ହୋଇଥିବା ପଥର ପ୍ୟାକିଂ ଧୋଇ ଯାଇଛି । ପଥର ସବୁ ନଦୀରେ ହଜିଗଲାଣି l ବନ୍ୟା ଓ ବାତ୍ୟା ଆସିଲେ ଜଳସମ୍ପଦ ବିଭାଗର ବନ୍ଧ କଥା ମାନେ ପଡ଼େ । କେବଳ ବାଲି ବସ୍ତା ପକାଇ ଠିକାଦାର ଓ ଯନ୍ତ୍ରୀମାନେ ମାଲାମାଲ ହୋଇଥାନ୍ତି । ସଂପୂର୍ଣ୍ଣ ବନ୍ଧ ପଥର ପ୍ୟାକିଂ କରିବାକୁ ଅନେକ ଥର ଦାବି ହୋଇଥିଲେ ବି କେହି ଶୁଣୁନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ତୁରନ୍ତ ପ୍ରଶସାନ ଦୃଷ୍ଟି ଦେଇ ସୁରକ୍ଷା ଯୋଗାଇ ନଦେଲେ, ଲୋକେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ଚେତାବନୀ ଦେଇଛନ୍ତି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe