କନକ ବ୍ୟୁରୋ: କୁହାଯାଏ ଦୂର ପାହାଡ଼ ଭାରି ସୁନ୍ଦର । ଏ ଚିତ୍ର ଆପଣଙ୍କୁ ମନ୍ତ୍ରମୁଗ୍ଧ କରୁଥାଇପାରେ କିନ୍ତୁ ଏ ପାହାଡ଼ର ପାଖକୁ ଆପଣ ଯେତେ ଯିବେ ସେତେ ସମସ୍ୟା ଆଉ ବିକାଶର ଅସଲ ସତ ଜାଣିପାରିବେ ଆପଣ । ଯେଉଁ ଗାଁ ଦେଇ ଝରଣା ବହିଯାଉଛି, ଚାରିପାଖ ଘେରା ସବୁଜିମା ଯାହାର ଶୋଭା ବଢ଼ାଉଛି , ସେ ସୁନ୍ଦରତା ଭିତରେ ଲୁଚି ରହିଛି ଅନେକ ପରିବାରଙ୍କ ଅକୁହା ଯନ୍ତ୍ରଣାର କାହାଣୀ । ଯାହାକୁ କ୍ୟାମେରାର ଲେନ୍ସରେ କଏଦ କରିଛି କନକ ନ୍ୟୁଜ୍ ।
ମୌଳକ ସୁବିଧାକୁ ଆଖି ଠାର, ଏଠି ଜନ ଜୀବନ କାନ୍ଧରେ ଲଦା ହୋଇଛି ଯନ୍ତ୍ରଣାର ଭାର । ଆମେ କହୁଛୁ ଶିମିଳିପାଳ ପାଦ ଦେଶରେ ଥିବା ଜଡ଼ିଦର ଗାଁର କଥା । ଖୁଣ୍ଟା ବ୍ଲକ ଅଧୀନ ଏହି ଗାଁକୁ ଯିବାକୁ ହେଲେ ଆପଣଙ୍କୁ ବିୟର ଗିଲ୍ସ ହେବାକୁ ପଡ଼ିବ, ଝରଣାର ସ୍ରୋତ ସହ ସଂଘର୍ଷ କରି ଜୀବନକୁ ବାଜି ଲଗାଇବାକୁ ପଡ଼ିବ । ଏ କଥା ଆମେ କହୁନୁ ବରଂ ଏମିତି କିଛି ଚିତ୍ର ଦେଖିଲେ ଆପଣ ନିଜେ ବୁଝିପାରୁଥିବେ ।
ଭୟଙ୍କର ଦୁର୍ଘଟଣା ଛଡ଼ାଇନେଲା ସୁଖ : କିନ୍ତୁ ଭାଙ୍ଗିନି ମନୋବଳ
ଜଡ଼ିଦର ଗାଁରେ ୩୦ ରୁ ଅଧିକ ଆଦିବାସୀ ଏବଂ ଲୋଧା ସମ୍ପ୍ରଦାୟର ପରିବାର ବସବାସ କରନ୍ତି । ଖରସ୍ରୋତା ନଦୀ ପାଇଁ ଏଠି ମୌଳିକ ସୁବିଧା ଗାଁ ମୁଣ୍ଡରୁ ହିଁ ଫେରିଯାଉଛି । ସୋଲାର ପ୍ଲେଟ ଲଗାଇ ଚଳୁଥିଲେ ବି ଦିନେ ଆଲୁଅ ହେଲେ ୨ ଦିନ ଅନ୍ଧାରରେ କଟୁଛି ଜୀବନ । ଖାଲି ସମସ୍ୟା ଏତିକି ନୁହେଁ ଗାଁରେ ରହିଛି ଗୋଟିଏ ମାତ୍ର ନଳକୂପ । ସରକାରୀ ଯୋଜନାରେ ଘର ଏଠି ସାତ ସପନ କହିଲେ ଭୁଲ ହେବନି ।
ବିଡ଼ମ୍ବନାର ବିଷୟ ହେଲା ଗାଁରେ ଗୋଟିଏ ସ୍କୁଲ ଥିଲେ ବି ଅଧା ମାସ ବିଦ୍ୟାଳୟକୁ ଶିକ୍ଷକ ଆସୁନାହାନ୍ତି । କେବଳ ଏତିକି ନୁହେଁ ବର୍ଷା ଦିନ ଆସିଲେ ଜଡ଼ିଦର ଗାଁ ବାହ୍ୟ ଜଗତରୁ ବିଚ୍ଛିନ ହୋଇଯାଏ । ସ୍ବାଧୀନତାର ଅର୍ଦ୍ଧ ଶତାଦ୍ଦୀ ବିତିଯାଇଥିଲେ ବି ଏଠି ପ୍ରଶାସନ ପହଞ୍ଚି ପାରିନି । ତେଣୁ ଜଡ଼ିଦର ଗାଁ ଲୋକେ ଜୀବନର ମାନେ ଯନ୍ତ୍ରଣା ଭାବି ବଞ୍ଚୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/20/jadidhar-2025-11-20-17-39-14.jpg)