କନକ ବ୍ୟୁରୋ: ଖରସ୍ରୋତା ନଦୀ କୂଳ ଲଂଘି ମାଡି ଆସୁଛି ଗାଁ ଆଡକୁ l ନଦୀ ଆଁରେ କଟଣା ବଣିଆ ପଞ୍ଚାୟତ ର ବାଜପୁରୁ ଗାଁ l ଆଶା ଆଶଙ୍କାରେ ଜୀବନ ବିତାଉଛନ୍ତି ଗାଁ ଲୋକେ l ନଦୀରେ ଲୀନ ହୋଇଯାଇଛି ପାଞ୍ଚ ଶହ ଏକର ରୁ ଉର୍ଦ୍ଧ ଜମି l ଜୀବିକା ହରାଉଛନ୍ତି ଗାଁ ଲୋକେ l କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ କାଟଣା ବଣିଆ ପଞ୍ଚାୟତର ବାଜପୁରୁ ଗାଁଠାରୁ ମାତ୍ର ୫୦ ମିଟର ଦୂରରେ ରହିଛି ଖରସ୍ରୋତା ନଦୀ । ନଈର ଏଭଳି ରୂପ ଦେଖି ପ୍ରତିମୂହୁର୍ତ୍ତରେ ବିପଦ ଆଶଙ୍କାର ରହୁଛନ୍ତି ଗାଁରେ ବସବାସ କରୁଥିବା ୧୨୦ ପରିବାର l ବର୍ଷା ଦିନେ ତ ସ୍ଥିତି ଅଣାୟତ ହୋଇପଡ଼େ। ଗାଁ ଭିତରେ ନଦୀର ପାଣି ଲହଡ଼ି ମାରେ। ବନ୍ୟା ସମୟରେ ଗାଁ ଭିତରକୁ ପଶିଆସନ୍ତି କୁମ୍ଭୀର ଓ ବିଷଧର ସାପ l
ଅଧିକ ପଢନ୍ତୁ: ଟକମକ ଫୁଟୁଥିବା ନଦୀ : ଥରେ ଭିତରକୁ ଗଲେ ବଞ୍ଚିବା ଅସମ୍ଭବ
ବାତ୍ୟା ଓ ବନ୍ୟା ଆସିଲେ ନଦୀକୂଳିଆ ଲୋକେ ଘର ଛାଡ଼ି ଅନ୍ୟତ୍ର ରୁହନ୍ତି । କାରଣ, ଗାଁ ସୁରକ୍ଷା ପାଇଁ ୮ ବର୍ଷ ତଳେ ହୋଇଥିବା ପଥର ପ୍ୟାକିଂ ଧୋଇ ଯାଇଛି । ପଥର ସବୁ ନଦୀରେ ହଜିଗଲାଣି l ବନ୍ୟା ଓ ବାତ୍ୟା ଆସିଲେ ଜଳସମ୍ପଦ ବିଭାଗର ବନ୍ଧ କଥା ମାନେ ପଡ଼େ । କେବଳ ବାଲି ବସ୍ତା ପକାଇ ଠିକାଦାର ଓ ଯନ୍ତ୍ରୀମାନେ ମାଲାମାଲ ହୋଇଥାନ୍ତି । ସଂପୂର୍ଣ୍ଣ ବନ୍ଧ ପଥର ପ୍ୟାକିଂ କରିବାକୁ ଅନେକ ଥର ଦାବି ହୋଇଥିଲେ ବି କେହି ଶୁଣୁନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ତୁରନ୍ତ ପ୍ରଶସାନ ଦୃଷ୍ଟି ଦେଇ ସୁରକ୍ଷା ଯୋଗାଇ ନଦେଲେ, ଲୋକେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ଚେତାବନୀ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/19/punascha-pruthibi-2025-12-19-16-32-45.png)