କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲା ରାଖାଲଗୁଡା ଗାଁରେ ଉତ୍ତେଜନା । ଜମି ବିବାଦରୁ ମହିଳାଙ୍କ ହତ୍ୟାକୁ ନେଇ ଲଙ୍କାକାଣ୍ଡ । ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ରାସ୍ତାକୁ ଓହ୍ଲାଇଛନ୍ତି ଶତାଧିକ ଗ୍ରାମବାସୀ । ମହିଳାଙ୍କ ସମ୍ପର୍କୀୟ ଗ୍ରାମବାସୀ ବିପକ୍ଷ ଗୋଷ୍ଟିର ଘର ଦ୍ବାର ଭାଂଗିବା ସହ ପୋଡାଜଳା କରିଛନ୍ତି । ମୁଣ୍ଡ ନମିଳିବା ଯାଏଁ ଶବ ବ୍ୟବଚ୍ଛେଦ କରାଇ ଦେବେନାହିଁ କି ମୃତଦେହ ଗ୍ରହଣ ନକରିବା ଜିଦ୍ରେ ଅଡ଼ି ବସିଛନ୍ତି ଗାଁ ଲୋକ ।
ନକ୍ସଲଙ୍କ ଆଇଇଡି ବିସ୍ଫୋରଣ; ଜଣେ ମହିଳାଙ୍କ ମୃତ୍ୟୁ, ଅନ୍ୟ ୨ ଆହତ
ଗାଁରେ ଉତ୍ତେଜନା ଯୋଗୁ ପୁଲିସ ମୁତୟନ ଅଛନ୍ତି । ଏସିପି ପହଞ୍ଚିଛନ୍ତି । ଉତ୍ତ୍ୟକ୍ତ ଲୋକଙ୍କୁ ପୁଲିସ ବୁଝାଶୁଝା କରୁଛି । ମୃତ ମହିଳାଙ୍କ ପରିବାରର ଏତଲା ଆଧାରରେ ପଡ଼ୋଶୀ ଏମ୍.ଭି ୨୬ର ୨ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ । ଦୋଷୀଙ୍କୁ ଧରି ଉଚିତ ଦଣ୍ଡ ଦେବା ସହ ଗାଁରେ ଶାନ୍ତି ଫେରାଇ ଆଣିବା ଲାଗି ଏମ.ଭି ୨୬ ଗ୍ରାମବାସୀ ଦାବି କରିଛନ୍ତି ।
ଅଧିକ ପଢନ୍ତୁ: ବସଷ୍ଟାଣ୍ଡରୁ ନାବାଳିକାକୁ ଅପହରଣ : ନିଶା ଦେଇ ଗଣଦୁଷ୍କର୍ମ ଅଭିଯୋଗ
ଗାଁର ୫୧ ବର୍ଷୀୟା ମହିଳା ଲାକେ ପଡ଼ିଆମି ଗତ ୧ ତାରିଖରୁ ନିଖୋଜ ଥିଲେ । ୪ ତାରିଖରେ ଡୁଡ଼ା ମେଟଲା ଗାଁ ନିକଟ ପୋଟେରୁ ନଦୀରେ ମୁଣ୍ଡବିହୀନ ମୃତଦେହ ଦେଖି ପୁଲିସକୁ ଖବର ଦିଆଯାଇଥିଲା । ମୃତଦେହ ସିନା ମିଳିଲା, ମୁଣ୍ଡ ଖୋଜିଖୋଜି ନୟାନ୍ତ ହେଲେଣି ପୁଲିସ, ସନ୍ଧାନୀ କୁକୁର, ସାଇଣ୍ଟିଫିକ୍ ଟିମ୍, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/07/murder-2025-12-07-19-46-16.jpg)