କନକ ବ୍ୟୁରୋ   ଜମି ବିବାଦକୁ ନେଇ ଅଶାନ୍ତ ଦୁଇ ଗ୍ରାମ । ସାନଖେମୁଣ୍ଡି ତହସିଲ ଅନ୍ତର୍ଗତ ସିଂଗିପୁର ଓ ରତ୍ନାମଣିପୁର ଦୁଇଟି ଗ୍ରାମରେ ଜାଗାବାଡ଼ିକୁ ନେଇ ଲାଗି ରହିଛି ବିବାଦ। ଡେଙ୍ଗାଉସ୍ତା ହନୁମାନ ବଟିକା ପ୍ରାଙ୍ଗଣରେ ଥିବା ଜାଗାକୁ ଦୁଇ ଗ୍ରାମର ଲୋକେ ନିଜ ନିଜର ବୋଲି କହୁଛନ୍ତି । ବହୁ ବାର ଉଭୟ ଗ୍ରାମବାସୀ ଥାନା ତହସିଲର ଦ୍ୱାରସ୍ଥ ହୋଇ ମଧ୍ୟ ବିଫଳ ହୋଇଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ସମାଧାନର ବାଟ ବାହାରିପାରିନି ।

Advertisment

ବହୁ ଦିନ ଧରି ଲାଗି ରହିଥିବା ବିବାଦ ଏବେ ଉଗ୍ର ରୂପ ନେଇଛି। ଉକ୍ତ ଜାଗାରେ ଦୁଇ ଗ୍ରାମବାସୀ ରୁଣ୍ଡ ହୋଇ ଆକ୍ରମଣ ପ୍ରତିଆକ୍ରମଣ କରିଥିଲେ । ହାତରେ ଠେଙ୍ଗା ଓ ପଥର ଧରି ଉଭୟ ଗୋଷ୍ଠୀ ଭୟନକ ଗଣ୍ଡଗୋଳ କରିଥିଲେ । ଏବଂ ବ୍ରହ୍ମପୁର ରାୟଗଡା ମୁଖ୍ୟ ରାସ୍ତାକୁ ୪ଘଣ୍ଟା ଧରି ଅବରୋଧ କରିଥିଲେ । ଘଟଣା ସ୍ଥଳରେ ତିନୋଟି ଥାନା ଅଧିକାରୀ ଓ ବ୍ରହ୍ମପୁର ଉପଜିଲ୍ଲାପାଳ ପହଂଚି ଘଟଣା କୁ ଆୟତ୍ତ କରିଛନ୍ତି । ଏପରିକି ଘଟଣା ସ୍ଥଳରେ ୧୬୩ ଲାଗୁ କରାଯାଇ ସ୍ଥିତି ଉପରେ ନଜର ରଖିଛି ପୁଲିସ ।