CMMohan Photograph: (Kanaknews)
କନକ ବ୍ୟୁରୋ : ନୂଆପଡାରେ ବିଜେପିର ବିପୁଳ ବିଜୟ ହୋଇଛି । ନୂଆପଡାର ଏହି ଐତିହାସିକ ବିଜୟକୁ ବିଜେପି କାର୍ଯ୍ୟାଳୟରେ ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରାଯାଉଛି । ବିଜେପି କାର୍ଯ୍ୟାଳରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଉପସ୍ଥିତ ଅଛନ୍ତି । ନୂଆପଡାର ବିପୁଳ ବିଜୟରେ ମୁଖ୍ୟମନ୍ତ୍ରୀ ନୂଆପଡାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଉ କହିଛନ୍ତି ନୂଆପଡା ଫଳାଫଳ ଐତିହାସିକ । ନୂଆପଡା ବିକାଶର ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଏହି ବିଜୟ ନୂଆପଡାବାସୀଙ୍କ ବିଜୟ ବୋଲି କହିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ । ଏହି ବିଜୟ ବିଶ୍ବାସ ଓ ବିଶ୍ବସନୀୟତାର ବିଜୟ । ନୂଆପଡ଼ାବାସୀ ଇତିହାସ ସୃଷ୍ଟି କରିଛନ୍ତି ବୋଲି କହିଛନ୍ତି ମନମୋହନ ସାମଲ ।
ନୂଆପଡ଼ା ଉପ ନିର୍ବାଚନ: ବାଜି ମାରିଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
ବିଜେପି କାର୍ଯ୍ୟାଳୟରେ ବିଜୟ ଉତ୍ସବ ମନାଇଲା ବିଜେପି । ବାଣ ଫୁଟାଇ ବିଜୟ ଉତ୍ସବ ମନାଇଲା ରାଜ୍ୟ ବିଜେପି । ବିଜେପି କାର୍ଯ୍ୟାଳୟରେ ଉପସ୍ଥିତ ଅଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ମନମୋହନ ସାମଲ । ନେତା କର୍ମୀ ବିଜୟ ଉିତ୍ସବରେ ମଧ୍ୟ ସାମିଲ ।
ନୂଆପଡ଼ା ଉପ-ନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବାଜି ମାରିଛନ୍ତି । ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କୁ ବହୁ ପଛରେ ପକାଇବା ପରେ ଏବେ ସବୁଠି ଗୋଟିଏ ଚର୍ଚ୍ଚା ‘ଓଡ଼ିଶାରେ ସରକାର ଯାହାର, ଉପ ନିର୍ବାଚନ ତାହାର’ । ୨୦୧୯ ପରଠାରୁ ଓଡ଼ିଶାରେ ଯେତେ ବି ଉପ ନିର୍ବାଚନ ହୋଇଛି, ତାହା ଭିତରୁ କେବଳ ଧାମନଗର ଉପ ନିର୍ବାଚନକୁ ଛାଡ଼ିଦେଲେ ଆଉ ସବୁଠି ଶାସକ ଦଳ ବାଜି ମାରିଛି । ୨୦୧୯ର ବିଜେପୁର ଉପ ନିର୍ବାଚନ ହେଉ କି ୨୦୨୦ର ବାଲେଶ୍ୱର, ତିର୍ତ୍ତୋଲ ଉପ ନିର୍ବାଚନ । ସବୁଠି ବାଜି ମାରିଥିଲା ଶାସକ ଦଳ । ଖାଲି ସେତିକି ନୁହେଁ, ଏହାବ୍ୟତୀତ ପିପିଲି, ବ୍ରଜରାଜନଗର, ପଦ୍ମପୁର, ଝାରସୁଗୁଡ଼ାରେ ମଧ୍ୟ ଉପ ନିର୍ବାଚନ ହେଇଥିଲା, ଆଉ ଏହି ସବୁ ଉପ ନିର୍ବାଚନରେ ବାଜି ମାରିଥିଲା ଶାସକ ଦଳ । କେବଳ ଧାମନଗରରେ ସେତେବେଳେ ବିରୋଧୀ ଆସନରେ ଥିବା ବିଜେପି, ଶାସକ ଦଳରେ ଥିବା ବିଜେଡିକୁ ଚକମା ଦେଇ ହାର୍ ମାରିନେଇଥିଲା ।
ବିଜୟଙ୍କ ବିସ୍ଫୋରକ ବୟାନ, କହିଲେ ନବୀନ ବାବୁ ଯାଇନଥିଲେ ବିଜେଡି ଅଧିକ ଭୋଟ ପାଇଥାଆନ୍ତା
୨୦୧୯ରେ ବିଜେପୁର ଉପ ନିର୍ବାଚନ
ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ବିଧାନସଭା ଆସନରୁ ଜିତିଥିଲେ । ଗୋଟିଏ ଥିଲା ତାଙ୍କ ପାରମ୍ପରିକ ଆସନ ହିଞ୍ଜିଳି ଆଉ ଗୋଟିଏ ଥିଲା ବିଜେପୁର । ତେଣୁ ଦୁଇଟି ଯାକ ସିଟରୁ ନିର୍ବାଚନ ଜିତିବା ପରେ ନବୀନ ତାଙ୍କର ପାରମ୍ପରିକ ହିଞ୍ଜିଳି ଆସନକୁ ରଖି ବିଜେପୁର ଆସନଟି ଛାଡିଦେବାରୁ ସେଠାରେ ଉପନିର୍ବାଚନ ହେଇଥିଲା । ଆଉ ବିଜେଡି ଏହି ଉପନିର୍ବାଚନରେ ରୀତା ସାହୁଙ୍କୁ ପ୍ରାର୍ଥୀ କରିବା ସହିତ ସନତ ଗଡ଼ତିଆ ଆଉ ଦିଲ୍ଲୀପ ପଣ୍ଡାଙ୍କୁ ଚକମା ଦେଇଥିଲା । ସେହି ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରୀତା ସାହୁ ସବୁ ରେକର୍ଡ ଭାଙ୍ଗି ୧,୩୫,୯୫୭ ଭୋଟ୍ ପାଇ ବିଜୟୀ ହେଇଥିଲେ ।
ବାଲେଶ୍ୱର, ତିର୍ତ୍ତୋଲରେ ଶଙ୍ଖ ବାଜିଥିଲା
ବାଲେଶ୍ୱର ବିଜେପି ବିଧାୟକ ମଦନମୋହନ ଦତ୍ତ ଓ ତିର୍ତ୍ତୋଲର ବିଜେଡି ବିଧାୟକ ବିଷ୍ଣୁ ଦାସଙ୍କର ଦେହାନ୍ତ ହେବା ପରେ ନଭେମ୍ବର ୨୦୨୦ରେ ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଉପନିର୍ବାଚନ ହୋଇଥିଲା। ବାଲେଶ୍ୱର ଉପନିର୍ବାଚନ ପାଇଁ ବିଜେପି ସ୍ୱର୍ଗତ ବିଧାୟକଙ୍କ ପୁଅ ମାନସ ଦତ୍ତଙ୍କୁ ଟିକେଟ୍ ଦେଇଥିବା ବେଳେ ବିଜେଡି ଯୁବ ନେତା ସ୍ୱରୁପ କୁମାର ଦାସ ଏବଂ କଂଗ୍ରେସ ଯୁବ ନେତ୍ରୀ ମମତା କୁଣ୍ଡୁଙ୍କୁ ଟିକେଟ୍ ଦେଇଥିଲା। ଆଉ ଏହି ନିର୍ବାଚନରେ ବିଜେଡି, ବାଲେଶ୍ୱର ଆସନକୁ ବିଜେପି ହାତରୁ ଛଡ଼ାଇ ଆଣିଥିଲା । ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ବିଜୟୀ ହେଇଥିଲେ । ସେହିପରି ତିର୍ତ୍ତୋଲ ଉପ ନିର୍ବାଚନରେ ମଧ୍ୟ ବିଜେଡି ନିଜ ସ୍ୱର୍ଗତ ବିଧାୟକ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ଟିକେଟ୍ ଦେଇଥିଲା, ଆଉ ଆଶା ମୁତାବକ ସେ ଉପ-ନିର୍ବାଚନରେ ବିଜୟୀ ମଧ୍ୟ ହେଇଥିଲେ ।
ପିପିଲି ଗଡ଼ ବଞ୍ଚାଇଥିଲା ଶାସକ ଦଳ
ପିପିଲିର ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କର ଦେହାନ୍ତ ହେବାରୁ ୨୦୨୧ ମସିହା ମେ ମାସରେ ପିପିଲି ଆସନ ପାଇଁ ଉପନିର୍ବାଚନ ହୋଇଥିଲା। ଏହି ଆସନଟି ବିଜେଡିର ଦୁର୍ଗ ହୋଇଥିବାରୁ ବିଜେଡି ଏହାକୁ ପୁନଃଦଖଲ କରିବାରେ ବିଶେଷ ଅସୁବିଧା ନଥିଲା। ବିଜେଡି ଏହି ଉପନିର୍ବାଚନରେ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ କରିଥିଲା, ଆଉ ସେ ବି ଏହି ଉପ ନିର୍ବାଚନରେ ବାଜି ମାରିଥିଲେ ।
Follow Us