କନକ ବ୍ୟୁରୋ: ନୂଆପଡ଼ାରେ ବିଜେଡି  ବିଜେପିଠାରୁ ବଡ଼ ବ୍ୟବଧାନରେ ପଛରେ ପଡ଼ିଛି । ଏହାକୁ ନେଇ ବିଜେପି କ୍ୟାମ୍ପ୍‌ରେ ଉତ୍ସବର ମାହୋଲ ରହିଛି । ବିଜେପି ନେତା ତଥା ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ ରାଜ୍ୟରେ ବିଜେପିର କୌଣସି ବିକଳ୍ପ ନାହିଁ । ଏକ ଲକ୍ଷ ୧୨ହଜାରରୁ ଅଧିକ ଭୋଟ୍‌ରେ ଲିଡ୍‌ କରୁଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ।  ୭୩ ହଜାର ୧୯୩ ଖଣ୍ଡ ଭୋଟ୍‌ରେ ଲିଡ୍‌ କରୁଛି ବିଜେପି । ବିଜେଡିକୁ ୩୩ ହଜାର ୮୮ ଖଣ୍ଡ ଭୋଟ ପାଇଥିବା ବେଳେ  କଂଗ୍ରେସ ପାଇଁ  ୩୫ ହଜାର ୧୦୧ଟି ଭୋଟ ପାଇଛି । ତେବେ ଏହାରି ଭିତରେ ବିଜେପିକୁ ଟାର୍ଗେଟ୍‌ କରିଛନ୍ତି ବରିଷ୍ଠ ରାଜନେତା ବିଜୟ ମହାପାତ୍ର । କହିଛନ୍ତି ବେଶି ଉଲ୍ଲସିତ ହେବା ବି ଦଳ ପାଇଁ ଖରାପ । ଏ କେବଳ ଗୋଟିଏ ଉପନିର୍ବାଚନର ଫଳାଫଳ ଥିଲା ।  

Advertisment

ଏହା ବି ପଢ଼ନ୍ତୁ: Nuapada ByeElection: ଲକ୍ଷେ ଟପିଲା ବିଜେପିର ଭୋଟ, ବିଜୟ ମୁହାଁ ଜୟ

ଖବର ଲେଖାଯିବା ସୁଦ୍ଧା ୨୩ ରାଉଣ୍ଡ ଭୋଟ ଗଣତି ଶେଷ ହୋଇ ସାରିଛି । ଏହାରି ମଧ୍ୟରେ ବରିଷ୍ଠ ରାଜନେତା ବିଜୟ ମହାପାତ୍ର ନୂଆପଡ଼ା ଭୋଟ ଗଣତିକୁ ନେଇ କହିଛନ୍ତି, "କେବଳ ଗୋଟିଏ ଉପନିର୍ବାଚନ ଫଳାଫଳ ନେଇ ବିଜେପି ଅଧିକ ଉଲ୍ଲସିତ ହୋଇ ପଡ଼ିଛି । ବାହାର ନେତାଙ୍କୁ କୌଣସି ଗୋଟିଏ ଅଞ୍ଚଳରେ ପ୍ରାର୍ଥୀ କଲେ ସ୍ୱାଭାବିକ ଭାବରେ କିଛି ଗୋଟିଏ ପ୍ରତିକ୍ରିୟା ଦେଖିବାକୁ ମିଳେ । ଏହା ନୂଆପଡ଼ାରେ ବି ଦେଖିବାକୁ ମିଳିଲା । କିନ୍ତୁ କେବଳ ଏଥିପାଇଁ ହିଁ ବିଜେଡି ହାରିଗଲା ଏହା ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରିପାରିବାନି । ଶୃଙ୍ଖଳିତ ଭାବରେ ଲଢ଼ିବାରେ କେଉଁଠି ନା କେଉଁଠି ବିଜେଡିର ତ୍ରୁଟି ରହିଲା । ଉପନିର୍ବାଚନ ବେଳେ ସରକାରରେ ଥିବା ପାର୍ଟିକୁ ଟିକିଏ ସୁବିଧା ମିଳିଥାଏ । ଏହା ବିଜେପିକୁ ବି ସୁହାଇଲା । ଦଳ ଯାହା ଆଶା କରୁନଥିଲା ତାଠାରୁ ଅଧିକ ପାଇଛି । ବିଜେଡି ତୃଣମୂଳସ୍ତରେ ଯେପରି ନିର୍ବାଚନ ପରିଚାଳନା କରିବା କଥା  ତାହା କରିବାରେ ବିଫଳ ହୋଇଥିଲା ।"

ବିଜୟ ମହାପାତ୍ର ଆହୁରି କହିଛନ୍ତି ଯେ, "ନବୀନ ନୂଆପଡ଼ା ନଯାଇଥିଲେ  ତାଙ୍କ କ୍ରେଜ୍‌ ଆହୁରି ବଢ଼ିଥାଆନ୍ତା ଓ ବିଜେଡି ଅଧିକ ଭୋଟ ପାଇଥାଆନ୍ତା । ନିର୍ବାଚନ ରଣନୀତି ଦୃଷ୍ଟିରୁ ସେ ନୂଆପଡ଼ା ଯିବାର ନଥିଲା । ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ପାଇଁ ଏକ ସୁଯୋଗ ଥିଲା । କଂଗ୍ରେସର ରଣନୀତି ଠିକ୍‌ ଥିବା ଭଳି ମୋର ଅନୁମାନ ହେଉନି । ଏଭଳି ଏକ ଉପନିର୍ବାଚନକୁ ଯେଭଳି ସାମ୍ନା କରିବା କଥା ସେଭଳି ସାମ୍ନା କରିନାହିଁ । କଂଗ୍ରେସ ଦଳ ଚାହିଥିଲେ ଆହୁରି ଭଲ ପ୍ରସ୍ତୁତି କରିପାରିଥାଆନ୍ତା ।"