କନକ ବ୍ୟୁରୋ:ନୂଆପଡ଼ା ଉପ ନିର୍ବାଚନରେ ବାଜି ମାରିଛି ବିଜେପି । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଏହି ଆସନରୁ ୮୩ ହଜାର ୭୪୮ରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ବିଜୟ ପରେ ବିଜେପି ପ୍ରାର୍ଥୀଙ୍କ ସେଲିବ୍ରେସନ ଦେଖିବାକୁ ମିଳିଛି । ଜୋୟ ଢୋଲକିଆ ଏକ ବଡ଼ ଭୋଟ ବ୍ୟବଧାନରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କୁ ପଛରେ ପକାଇଦେଇଥିଲେ । ଏକତରଫା ଭାବେ ବିଜେପି ନୂଆପଡ଼ାରେ ବିଜୟ ହାସଲ କରିଛି ।
#ଜୟଙ୍କ_ବଡ଼_ବିଜୟ
— Kanak News (@kanak_news) November 14, 2025
ନୂଆପଡ଼ା ଉପନିର୍ବାଚନ , ୮୩ ହଜାର ୭୪୮ ଭୋଟ୍ରେ ଜିତିଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ।#NuapadaElection2025#NuapadaResultWithKanakNews#NuapadaByElection#Odisha#KanakNews#Nuapadapic.twitter.com/s94ftMhZOc
ଜୟ ଢୋଲକିଆ ମୋଟ ୧ ଲକ୍ଷ ୨୩ ହଜାର ୮୬୯ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ୪୦ ହଜାର ୧୨୧ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୩୮ ହଜାର ୪୦୮ ଖଣ୍ଡ ଭୋଟ ପାଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଏହି ଉପ ନିର୍ବାଚନରେ ବିଜେଡି ପ୍ରଥମଥର ପାଇଁ ତୃତୀୟ ସ୍ଥାନରେ ରହିଛି । ବିଜେଡିକୁ ଟପି କଂଗ୍ରେସ ଦ୍ବିତୀୟ ସ୍ଥାନ ହାସଲ କରିଛି ।
ଆହୁରି ପଢ଼ନ୍ତୁ... Election Result With Kanak News : ବିହାରରେ କାହାର ସରକାର ? ନୂଆପଡ଼ାରେ କିଏ ମାରୁଛି ବାଜି ?
ଏହି ଆସନରେ ବିଜେପି ୨ଥର ବିଜୟୀ ହୋଇଛି । ୨୦୦୦ ଓ ୨୦୧୪ ମସିହାରେ ବିଜେପିର ବସନ୍ତ କୁମାର ପଣ୍ଡା ବିଜୟୀ ହୋଇଥିଲେ । ତେବେ ପୁଣି ଥରେ ଏହି ଆସନ ଏବେ ବିଜେପି ହାତକୁ ଫେରିବାକୁ ଯାଉଛି । ବିଜେଡି ବି ଏହି ଆସନରୁ ୨ଥର ବିଜୟୀ ହୋଇଛି । ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ନୂଆପଡ଼ାରେ ଉପ ନିର୍ବାଚନ ହୋଇଥିଲା । ଜୟ ଢୋଲକିଆ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ । ହେଲେ ସେ ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ଆଉ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/14/bjp-won-2025-11-14-16-26-01.jpg)