କନକ ବ୍ୟୁରୋ :ଭିବି-ଜି ରାମ-ଜି ବିଲ୍ ଆଇନରେ ପରିଣତ , ଏହି ବିଲକୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରି । ମନରେଗା ବଦଳରେ ଏବେ ଭିବି-ଜି ରାମ-ଜି , ‘ବିକଶିତ ଭାରତ-ଗ୍ୟାରେଣ୍ଚି ଫର୍ ଆଣ୍ଡ୍ ଆଜୀବିକା ମିଶନ-ଗ୍ରାମୀଣ’ । ଲୋକସଭାରେ ‘ଭିବି-ଜି ରାମ ଜି’ ବିଲ୍ ଉପସ୍ଥାପନ କରିଥିଲେ କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ । ଏହି ବିଲ୍କୁ କଂଗ୍ରେସ ଏବଂ ଟିଏମ୍ସିର ଜୋରଦାର ବିରୋଧ ମଧ୍ୟ କରିଥିଲେ । କିନ୍ତୁ ଶେଷରେ ଏହି ବିଲକୁ ରାଷ୍ଟ୍ରପତି ମଞ୍ଜୁରି ମିଳିଛି ।
ଗ୍ରାମାଞ୍ଚଳର ଲୋକାମାନଙ୍କୁ ସରକାରଙ୍କ ତରଫରୁ ବାର୍ଷିକ ୧୦୦ ଦିନର କାମ ଯୋଗାଇବାକୁ ୟୁପିଏ ସରକାର ମହାତ୍ମା ଗାନ୍ଧୀ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା ବା ମନରେଗା ଲାଗୁ କରିଥିଲେ । ଏବେ ଏନଡିଏ ସରକାର ଏହି ଯୋଜନାର ନାମ ସହ କିଛି ନିୟମ ମଧ୍ୟ ପରିବର୍ତ୍ତନ କରିବାକୁ ଯୋଜନା କରିଛନ୍ତି ସରକାର । ମନରେଗାର ନୂଆ ରୂପ "ବିକଶିତ ଭାରତ ଗ୍ୟାରେଣ୍ଟି ଫର ରୋଜଗାର ଆଣ୍ଡ ଆଜୀବିକା ମିଶନ' ବିଲ୍ ୨୦୨୫ ବା "ଭିବି-ଜୀ-ରାମ ଜୀ' ପ୍ରସ୍ତୁତ ହୋଇଛି । ଏହି ବିଲକୁ ଆଜି ଶୀତକାଳନୀ ଅଧିବେଶନରେ ଲୋକସଭାରେ ଉପସ୍ଥାପନ କରାଗଲା । ଏନେଇ କୁହାଯାଇଛି କି, ଏହାର ଉଦ୍ଦେଶ୍ୟ "ବିକଶିତ ଭାରତ ୨୦୪୭' ପାଇଁ ରାଷ୍ଟ୍ରୀୟ ଭିଜନର ଅନୁରୂପ ଗ୍ରାମୀଣ ବିକାଶର ନୂଆ ଢ଼ାଞ୍ଚା ପ୍ରସ୍ତୁତ କରିବା । ମନରେଗାର ପରିବର୍ତ୍ତନ କେବଳ ନାମକୁ ନେଇ ନୁହେଁ ବରଂ ନିୟମରେ ମଧ୍ୟ ହେବାକୁ ଯାଉଛି । ଏଥିରେ ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ୧୦୦ ଦିନରୁ ଅଧିକ ଦିନ କାମ ମିଳିବ । ଏହା ସହ ପୂର୍ବ ଅପେକ୍ଷା ଖୁବଶୀଘ୍ର ଶ୍ରମିକଙ୍କ ଖାତାକୁ ପାରିଶ୍ରାମିକ ଯିବ । ଏହାସହ ରାଜ୍ୟ ସରକାରଙ୍କ ଉପରେ ଅଧିକ ଆର୍ଥିକ ବୋଝ ପଡ଼ିବ । କାରଣ ଆର୍ଥିକ ଅନୁଦାନର ତରିକା ବି ବଦଳିବାକୁ ଯାଉଛି । ପୂର୍ବରୁ ଏହି ଯୋଜନାର ସମ୍ପୂର୍ଣ୍ଣ ଅର୍ଥ କେନ୍ଦ୍ର ସରକାର ଦେଉଥିବା ବେଳେ ନୂଆ ନିୟମ ମୁତାବକ କିଛି ଅନୁଦାନ ରାଜ୍ୟ ସରକାରଙ୍କୁ ବି ଦେବାକୁ ପଡ଼ିବ ।
ଅଧିକ ପଢ଼ନ୍ତୁ---ଲୋକସଭାରେ ‘ଭିବି-ଜି ରାମ୍ ଜି’ ବିଲ୍ ଆଗତ ;କଂଗ୍ରେସର ପ୍ରବଳ ବିରୋଧ
ମନରେଗା ୨୦୦୬ ମସିହାରେ ଲାଗୁ ହୋଇଥିଲା । ସେବେଠାରୁ ଏପର୍ଯ୍ୟନ୍ତ ଏହି ଯୋଜନାରେ ୧୧.୭୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହା ମଧ୍ୟରୁ ୨୦୧୪ ରୁ ଏପର୍ଯ୍ୟନ୍ତ ୭.୮ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସରକାର ଏହି ଯୋଜନାକୁ ବଦଳାଇବାକୁ ଦୁଇଟି ଯୁକ୍ତି ଉପସ୍ଥାପନ କରିଛନ୍ତି । ସରକାର କହିଛନ୍ତି କି, ଏହି ଯୋଜନା ଲାଗୁ ହେବା ବେଳେ ଗ୍ରାମାଞ୍ଚଳରେ ବେରୋଜଗାରୀ ଦର ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା । ୨୦୧୧-୧୨ ରେ ଗ୍ରାମୀଣ ବେରୋଜଗାରୀ ଦର ୨୫.୭ ପ୍ରତିଶତ ଥିଲା । ୨୦୨୩-୨୪ ରେ ଏହା ହ୍ରାସ ପାଇ ୪.୮୬ ପ୍ରତିଶତ ହୋଇଛି । ଏହାସହ ସବୁ ପ୍ରଚେଷ୍ଠା ପରେ ବି ଏହି ଯୋଜନାରେ ଦୁର୍ନୀତି କମିବାର ନାଁ ନେଉନି । ୨୦୨୪-୨୫ ରେ ଏହି ଯୋଜନାରେ ୧୯୪ କୋଟି ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/21/vb-g-ram-g-2025-12-21-18-01-31.jpg)