କନକ ବ୍ୟୁରୋ: ଥମୁନି ନାଁ ପରିବର୍ତ୍ତନ ରାଜନୀତି । ସରକାର ମନରେଗା ନାଁ ବଦଳାଇବା ଓ ଏହି ସ୍ଥାନରେ ନୂଆ ଯୋଜନା ଭିବି-ଜି ରାମ-ଜି ନାମ ଆଣିବାକୁ କଂଗ୍ରେସ ତୀବ୍ର ବିରୋଧ । ଏହାକୁ ନେଇ ରାତି ଅଧ ପର୍ଯ୍ୟନ୍ତ ଚାଲିଲା ଲୋକସଭା । ସଂସଦରେ ଏନେଇ ସରକାର ଓ ବିରୋଧୀ ହୋଇଛନ୍ତି ମୁହାଁମୁହିଁ । ଲୋକସଭାର ଶୀତ ଅଧିବେସନର ୧୪ତମ ଦିନରେ ଗତକାଲି ଭିବି-ଜି ରାମ-ଜି ବିଲ୍ ଉପରେ ୧୪ ଘଣ୍ଟା ଧରି ବିତର୍କ ହୋଇଛି । ଏଥିରେ ୯୮ ସଦସ୍ୟ ଭାଗ ନେଇଥିଲେ । ରାତି ଗୋଟାଏ ୩୫ ପର୍ଯ୍ୟନ୍ତ ଚାଲିଲା ବିତର୍କ । ବିରୋଧୀ ମନରେଗା ନାମ ପରିବର୍ତ୍ତନକୁ ଆଦୌ ଗ୍ରହଣ କରୁ ନାହାନ୍ତି । ଆଜି ଏହି ପ୍ରସଙ୍ଗରେ ସଂସଦରେ ଉତ୍ତର ରଖିବେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ।

Advertisment

ବର୍ଷା ନୁହେଁ କୁହୁଡି ସାଜିଲା ବାଧକ: ପ୍ରଥମ ଥର ପାଇଁ ପ୍ରଦୂଷଣଜନିତ ଘନ କୁହୁଡି ପାଇଁ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ବାତିଲ

'ଭିବି-ଜି ରାମ-ଜି' ବିଲ୍
ରାତିଅଧ ଯାଏଁ ବିତର୍କ 
୨୦ ବର୍ଷ ପୁରୁଣା ମନରେଗା ଯୋଜନାର ନାମ ପରିବର୍ତ୍ତନ
ମନରେଗା ପରିବର୍ତ୍ତେ 'ଭିବି-ଜି ରାମ-ଜି' ବିଲ ଆଣୁଛନ୍ତି କେନ୍ଦ୍ର ସରକାର    
ବୁଧବାର ଲୋକସଭାରେ ୧୪ ଘଣ୍ଟା ଧରି ଚାଲିଲା ବିତର୍କ
ରାତି ୧.୩୫ ପର୍ଯ୍ୟନ୍ତ ଆଲୋଚନା
ବିରୋଧୀ ମନରେଗା ନାମ ପରିବର୍ତ୍ତନକୁ ବିରୋଧ କରୁଛନ୍ତି


'ଭିବି-ଜି ରାମ-ଜି' ବିଲ୍‌ରେ କିଛି ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର
ଏଥିରେ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟୀ ୧୦୦ ଦିନରୁ ୧୨୫ ଦିନ କରାଯାଇଛି
ଆଗରୁ କେନ୍ଦ୍ର ସରକାର ମନରେଗା ଅଧିନରେ ଖର୍ଚ୍ଚ ବହନ କରୁଥିଲେ
ଏବେ ରାଜ୍ୟଗୁଡ଼ିକୁ ବି ୧୦ରୁ ୪୦ ପ୍ରତିଶତ ଖର୍ଚ୍ଚ ଦେବାକୁ ପଡ଼ିବ
ଫସଲ ରୋଇବା ଓ ଅମଳ ସମୟରେ ୬୦ ଦିନ ଦିଆଯିବନି ରୋଜଗାର