କନକ ବ୍ୟୁରୋ:ଦୁଇଟି ବାଇକକୁ ଧକ୍କା ଦେଲା ଅଜଣା ଗାଡ଼ି। ୪ ଜଣଙ୍କ ମୃତ୍ୟୁ, ୨ ଗୁରୁତର। ବରଗଡ଼ ଜିଲ୍ଲା ଭେଡେନ୍ ବ୍ଲକ ମେହେନା ଛକରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ସୂଚନା ଅନୁସାରେ, ଗୋଡ଼ଭଗା ପଟରୁ ଦୁଇଟି ବାଇକ୍ ସୋନପୁର ଜିଲ୍ଲା ରାମପୁରକୁ ଯାଉଥିଲା। ଯିବା ସମୟରେ ରୁଷୁଡା ନିକଟ ମେହେନା ଛକରେ ବିପରୀତ ଦିଗରୁ ଆସୁଥିବା ଏକ ଚାରିଚକିଆ ଯାନ ବାଇକ ଦୁଇଟିକୁ ଧକ୍କା ଦେଇଥିଲା। ଗାଡ଼ିଟି ଏତେ ଜୋରରେ ଧକ୍କା ଦେଇଥିଲା ଯେ, ବାଇକରେ ଥିବା ସମସ୍ତେ ଛିଟିକି ପଡ଼ିଥିଲେ ।
ଦୁର୍ଘଟଣାରେ ଜଣେ ୧୦ ବର୍ଷର ଶିଶୁ ସମେତ ଜଣେ ମହିଳା ଓ ଦୁଇ ଜଣ ପୁରୁଷଙ୍କ ମୃତ୍ୟୁ ହୋଇଥିବା ଫାଣ୍ଡି ଅଧିକାରୀଙ୍କ ସୂତ୍ରରୁ ସୂଚନା ମିଳିଛି । ୨ ଜଣ ପୁରୁଷ ଗୁରୁତର ଆହତ ଥିବାରୁ ସେମାନଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଛି। ମୃତକମାନେ ସମସ୍ତେ ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ଘାଟିଜାମପାଲିର ଗାଁର ବୋଲି ସୂଚନା ମିଳିଛି ।
ଆହୁରି ପଢ଼ନ୍ତୁ:ବ୍ରହ୍ମପୁରରେ ଆଇନଜୀବୀଙ୍କୁ ଟାର୍ଗେଟ କରି ବୋମାମାଡ଼ ଉଦ୍ୟମ, ବୋମା ଫିଙ୍ଗି ଫେରାର ଦୁବୃର୍ତ୍ତ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/09/12-2026-03-09-08-50-23.jpg)