କନକ ବ୍ୟୁରୋ: ପୁଣି ଅଶାନ୍ତ ବ୍ରହ୍ମପୁର। ଆଇନଜୀବୀଙ୍କୁ ଟାର୍ଗେଟ କରି ବୋମାମାଡ଼। ବଡ଼ ବଜାର ଥାନା ଶାନ୍ତି ମାର୍ଗ ତୃତୀୟ ଲାଇନରେ ଜଣେ ଆଇନଜୀବୀ ଓ ତାଙ୍କ ପରିବାର ଲୋକଙ୍କୁ ଟାର୍ଗେଟ କରି ବୋମାମାଡ଼ କରାଯାଇଥିବା ସନ୍ଦେହ। ଏକକାଳୀନ ତିନୋଟି ବୋମାମାଡ଼ କରି ଆକ୍ରମଣ କରିବାକୁ ଉଦ୍ୟମ। ଆକ୍ରମଣ କରିବାକୁ ଆସି ଖଣ୍ଡା ଛାଡ଼ି ଫେରାର ହୋଇଛନ୍ତି ଦୁବୃର୍ତ୍ତ।
ପୂର୍ବ ଶତ୍ରୁତାରୁ ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି। ତେବେ ବୋମାମାଡ଼ରେ କେହି ଆହତ ହୋଇନଥିବା ବେଳେ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଗତ କିଛି ଦିନ ହେଲା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଛନ୍ତି ଏକ ଗୋଷ୍ଠୀ। ବଟି ଆଦାୟ ସହ ଅରାଜକତା ଚଳାଇଛନ୍ତି ଏକ ଗୋଷ୍ଠୀ। ରବିବାର ରାତି ୧୧ଟା ବେଳେ ଆଇନଜୀବୀ ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଏଭଳି ଆକ୍ରମଣ କରିବାକୁ ଉଦ୍ୟମ ହୋଇଛି।
ଆହୁରି ପଢ଼ନ୍ତୁ:ଟି-୨୦ ବିଶ୍ୱକପ ଚାମ୍ପିଆନ୍ ହେଲା ଟିମ ଇଣ୍ଡିଆ : ସୋସିଆଲ ମିଡ଼ିଆରେ ବିଶ୍ୱ ବିଜୟୀ ଦଳକୁ ଶୁଭେଚ୍ଛା ଜଣାଇଲେ ମୋଦୀ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/09/bomb-2026-03-09-08-08-19.jpg)