କନକ ବ୍ୟୁରୋ:  ଜାତୀୟ ତଦନ୍ତ ଏଜେନ୍ସି-ଏନଆଇଏ ପକ୍ଷରୁ ଆୟୋଜିତ ଦୁଇଦିନିଆ ଆତଙ୍କବାଦ ବିରୋଧୀ ସମ୍ମିଳନୀକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ଆତଙ୍କବାଦ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୂନ୍ୟ ସହନଶୀଳତା ନୀତି ଅନୁସାରେ ଏହି ସମ୍ମିଳନୀରେ ଆତଙ୍କବାଦ ବିରୋଧରେ ନୂଆ ରଣନୀତି ଓ ଜାତୀୟ ସୁରକ୍ଷା ଉପରେ  ଗୁରୁତ୍ବ ଦିଆଯାଉଛି ।

Advertisment

ଅଧିକ ପଢନ୍ତୁ:  ବିହାରରେ ଡେରା ପକାଇବେ ଅମିତ ଶାହା; ଗୋଟିଏ ବୟାନ ବଢାଇଲା ବିହାର ରାଜନୀତିର ପାରା

ବିଭିନ୍ନ ରାଜ୍ୟର ପୁଲିସ ଅଧିକାରୀ, କେନ୍ଦ୍ରୀୟ ଏଜେନ୍ସି ଓ ବିଶେଷଜ୍ଞମାନେ ଅଂଶଗ୍ରହଣ କରି ଆତଙ୍କବାଦୀଙ୍କ ଅର୍ଥବ୍ୟବସ୍ଥା ଭାଙ୍ଗିବା, ଡିଜିଟାଲ ଫରେନସିକ୍ସ ଓ ରାଡିକାଲାଇଜେସନ ଭଳି ବିଷୟରେ ଆଲୋଚନା  କରୁଛନ୍ତି । ଏହା ଦେଶର ସୁରକ୍ଷାକୁ ମଜଭୁତ କରିବ ବୋଲି ଆଶା କରାଯାଉଛି ।