ଅଧୁରା ରହିଗଲା ପ୍ରେମ କାହାଣୀ : ଆଖିଭିଜା ସୁଲକ୍ଷଣା- ସଞ୍ଜୀବଙ୍କ ପ୍ରେମ କାହାଣୀ

ଏମିତି ପ୍ରେମ ଯାହାର ଅନ୍ତ ନାହିଁ ଦେହରୁ ପ୍ରାଣ ଗଲା ପରେ ଯେମିତି ସେଇ ପ୍ରେମିକର ବାଟ ଖୋଜି ଚାଲିଯାଏ , ଏ ଦୁନିଆରେ ଛାଡ଼ିଯାଏ ନିଜର ଅଧୁରା ପ୍ରେମର ପୂରା କାହାଣୀ । 

SANJIB LOVE STORY

Photograph: (KANAKNEWS)

କନକ ବ୍ୟୁରୋ   : ଏମିତି ପ୍ରେମ ଯାହାର ଅନ୍ତ ନାହିଁ ଦେହରୁ ପ୍ରାଣ ଗଲା ପରେ ଯେମିତି ସେଇ ପ୍ରେମିକର ବାଟ ଖୋଜି ଚାଲିଯାଏ , ଏ ଦୁନିଆରେ ଛାଡ଼ିଯାଏ ନିଜର ଅଧୁରା ପ୍ରେମର ପୂରା କାହାଣୀ ।  ଏ କାହାଣୀ ଅଭିନେତ୍ରୀ ସୁଲକ୍ଷଣା ପଣ୍ଡିତଙ୍କର ।   କଳାପ୍ରେମୀ ଓ ସିନେମା ପ୍ରେମୀ ଆଜି ବି ସୁଲକ୍ଷଣାଙ୍କ ଅଭିନୟକୁ ଯେତିକି ଝଛୁରୁଛନ୍ତି ତାଙ୍କ ସୁମଧୂର ସ୍ବରକୁ ସେତିକି ମନେପକାଉଛନ୍ତି ।

ସୁଲକ୍ଷଣା ପଣ୍ଡିତଙ୍କ ପ୍ରେମ କାହାଣୀ ଏକ ଶାଶ୍ବତ ପ୍ରେମ କାହାଣୀ, ଯାହା ଫିଲ୍ମ କ୍ୟାରିଅର ସହ ଆରମ୍ଭ ହୋଇଥିଲା , ହେଲେ ପୂର୍ଣ୍ଣତା ପାଇପାରିନଥିଲା। ଅଧୁରା ରହିଗଲା । ଆଉ ଯାହା ବାଟ ଚାହିଁ ଚାହିଁ ବୟସର ସାୟାହ୍ନରେ ପହଞ୍ଚିଲେ ଶେଷରେ ସେଇ ପ୍ରେମର ପୂଣ୍ୟତିଥିରେ ଏ ପାର୍ଥୀବ ଶରୀରକୁ ଛାଡ଼ି ଆରପାରିକୁ ଚାଲିଗଲେ ।

ଅଧିକ ପଢନ୍ତୁ .... ପ୍ରଖ୍ୟାତ ବଲିଉଡ୍ ଅଭିନେତ୍ରୀ ଓ କଣ୍ଠଶିଳ୍ପୀ ସୁଲକ୍ଷଣା ପଣ୍ଡିତଙ୍କ ପରଲୋକ: ୭୧ ବର୍ଷ ବୟସରେ ହୃଦ୍‌ଘାତରେ ମୃତ୍ୟୁ

ବଲିଉଡର ଜଣାଶୁଣା ସିଙ୍ଗର ତଥା ଅଭିନେତ୍ରୀ ସୁଲକ୍ଷଣା ପଣ୍ଡିତଙ୍କ ପରଲୋକ ହୋଇଛି । ୬ ତାରିଖ ରାତି ପାଖାପାଖି ୮ଟା ସମୟରେ  ହୃଦଘାତରେ ୭୧ ବର୍ଷ ବୟସରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ଏ ଖବର ତାଙ୍କୁ ଭଲପାଉଥିବା କୋଟି କୋଟି ପ୍ରଶଂସକଙ୍କ ମନଭାଙ୍ଗିଯାଇଛି । ଏକ ମଧୁର ସ୍ବର ନୀରବି ଯାଇଛି । 

ଫିଲ୍ମ କ୍ୟାରିଅର ସହ ଆରମ୍ଭ ହୋଇଥିଲା ସୁଲକ୍ଷଣାଙ୍କ ପ୍ରେମ କାହାଣୀ , ଯାହା କେବେ ପୂରଣ ହୋଇପାରିଲାନି ।  ବଲିଉଡର ଅନେକ ଅଧୁରା ପ୍ରେମ କାହାଣୀ ଭିତରେ ସୁଲକ୍ଷଣାଙ୍କ ପ୍ରେମ କାହାଣୀ ସୁବଠୁ ଭିନ୍ନ  ମନେହୁଏ । ଏକତରଫା ପ୍ରେମରୁ ଆରମ୍ଭ ହୋଇଥିା ଏ କାହାଣୀର ପାୟକ ଥିଲେ ସେ ସମୟରେ ସୁପରଷ୍ଟାର ସଞ୍ଜୀବ କୁମାର ।

ସୁଲକ୍ଷଣା ଓ ସଞ୍ଜୀବ କୁମାର ଏ ପ୍ରେମ କାହାଣୀ ଦୁହିଁଙ୍କ ଜୀବନ ବି ବଦଳାଇଦେଇଥିଲା । କିନ୍ତୁ କୁହନ୍ତି ନା ପରିସ୍ଥିତି ବଦଳିଗଲେ ବି ପ୍ରକୃତ ପ୍ରେମରେ ପଡ଼ିଥିବା ଦୁଇ ହୃଦୟର ସମ୍ପର୍କ କିନ୍ତୁ କେବେ ତୁଟେନା । ସେଥିପାଇଁ ତ ସୁଲକ୍ଷଣାଙ୍କ ନିଧନର ଦିନ ବି ଖାସ୍ ।

ଅଧିକ ପଢନ୍ତୁ...  ୩୨ ବର୍ଷ ବୟସରେ ୪୦ ଦେଶ ଭ୍ରମଣ : ଜୀବନରେ ଭରପୁର ରୋମାଞ୍ଚ

 ବଲିଉଡର ଲିଜେଣ୍ଡାରୀ ଆକ୍ଟର ସଞ୍ଜୀବ କୁମାର ୧୯୮୫ ନଭେମ୍ବର ୬ ତାରିଖରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।  ସେତେବେଳେ କେହି ଭାବିନଥିଲେ ଯେ, ୪୦ ବର୍ଷ ପରେ ଠିକ୍ ଏଇ ଦି ସୁଲକ୍ଷଣାଙ୍କ ଦେହାନ୍ତ  ହୋଇଯିବ । ପ୍ରେମ ଆରପାରିକୁ ଚାଲିଗଲା ଦିନଠାରୁ ସୁଲକ୍ଷଣା ମୁହଁରୁ ହସ ଲିଭିଯାଇଥିଲା । ସେଦିନଠୁ ବୋଧେ ସେ କେବେ ହସିନଥିଲେ । ଯେବେ ସୁଲକ୍ଷଣାଙ୍କ ପ୍ରେମ ପ୍ରସ୍ତାବକୁ ସଞ୍ଜୀବ ପ୍ରତ୍ୟାକ୍ଷାନ କରିଥିଲେ ସେଦିନଠୁ ସୁଲକ୍ଷଣା ଏମିତି ଭାବେ ଭାଙ୍ଗିପଡ଼ିଲେ ଯେ ନା ତାଙ୍କୁ କ୍ୟାରିଅରର ହୋସ୍ ଥିଲା ନା ଜୀବନ ଅଛି ବୋଲି ସଂଜ୍ଞାନ  । ଡିପ୍ରେସନକୁ ସାମ୍ନା କରି ସେ ଗୁମନାମ ହୋଇଗଲେ ।

 ୭୦- ୮୦ ଦଶକର ସିଙ୍ଗର ଏବଂ ଅଭିନେତ୍ରୀ ଥିବା ସୁଲକ୍ଷଣା ପଣ୍ଡିତଙ୍କ ସୁନ୍ଦରତା ଉପରେ ଅନେକ ହୃଦୟ ଦେଉଥିଲେ । ଟଣା ଟଣା ଆଖି, ହାଲକା ହସକୁ ଯିଏ ଦେଖୁଥିଲା ସେ ଦିୱାନା ହୋଇଯାଉଥିଲା । 

ଅଧିକ ପଢନ୍ତୁ .. ଏମିତି ଏକ ଦେଶ, ଏଠି ହୁଏନି ମତଦାନ, ଭୋଟ ଦେବା କ’ଣ ଲୋକେ ଜାଣନ୍ତିନି

କିନ୍ତୁ କିଏ ଜାଣିଥିଲା ପ୍ରେମ ପାଇଁ ଏଭଳି ଅଭିନେତ୍ରୀଙ୍କ କ୍ୟାରିଅର ଓ ଜୀବନ ସବୁ ବର୍ବାଦ ହୋଇଯିବ ବୋଲି  । ୧୯୭୫ରୁ ଫିଲ୍ମ ’ଉଲଝନ’ରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ସୁଲକ୍ଷଣା । ଏଥିରେ ହିରୋ ଥିଲେ  ସଞ୍ଜୀବ କୁମାର । ଗମ୍ଭୀର ସ୍ବଭାବର ସଞ୍ଜୀବଙ୍କୁ ଦେଖୁ ଦେଖୁ ମନ ହୃଦୟ ଦେଇଥିଲେ ସୁଲକ୍ଷଣା । କିନ୍ତୁ ସେ ସମୟରେ ସଞ୍ଜୀବ କିନ୍ତୁ ହେମାମାଳିନୀଙ୍କ ବାଟ ଚାହିଁବସିଥିଲେ । ଏକଥା ଜାଣି ବି ସଞ୍ଜୀବ ଙ୍କ ପ୍ରତି ସୁଲକ୍ଷଣାଙ୍କ ପ୍ରେମ ଊଣା ହୋଇନଥିଲା ।

କିନ୍ତୁ ସଂଞ୍ଜୀବଙ୍କ ପ୍ରେମକୁ  ବି ନା କହିଥିଲେ ହେମା ।ଏଭଳି ସ୍ଥତିରେ ଯେତେବେଳେ ସଞ୍ଜୀବ ଭାଙ୍ଗିପଡ଼ିଥିଲେ , ତାଙ୍କୁ ସାହାରା ଦେଇଥିଲେ ସୁଲକ୍ଷଣା। ସଞ୍ଜୀବଙ୍କ ସହ ସବୁକଥା ସେୟାର କରୁଥିଲେ ସଞ୍ଜୀବ । କିନ୍ତୁ ଭାଗ୍ୟରେ ଆଉ କିଛି ଲେଖାଥିଲା । କିଛି ଦିନ ପରେ ସଞ୍ଜୀବ ପୁଣି ସୁଲକ୍ଷଣାଙ୍କ ପ୍ରେମକୁ ପ୍ରତ୍ୟାକ୍ଷାନ କରିଦେଇଥିଲେ । ଏହାପରେ ଯେମିତି ସୁଲକ୍ଷଣାଙ୍କ ଜୀବନ ଉଜୁଡ଼ିଯାଇଥିଲା । ଫିଲ୍ମ ଛାଡ଼ିଦୋବ ସହ ବାହାର ଦୁନିଆଁରୁ ସମ୍ପର୍କ ତୁଟାଇଦେଲେ ସୁଲକ୍ଷଣା ।

୧୯୮୫୬ରେ ସଞ୍ଜୀବଙ୍କ ଅକାଳ ବିୟୋଗରେ ପରେ ସୁଲକ୍ଷଣାଙ୍କ ଅବସ୍ଥା ଆହୁରି ଖରାପ ହୋଇଯାଇଥିଲା । ସେ ପାଗେଳି ପରି ହୋଇଗଲେ  କାହାକୁ ଚିହ୍ନିବା ବି ତାଙ୍କ ପାଇଁ ମୁସ୍କିଲ ଥିଲା । ଜୀବନ ଶେଷ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ  । କିନ୍ତୁ ଭଗବାନଙ୍କ କୃପାରୁ ବଞ୍ଚିଗଲେ । ଆଉ ଯେତିକି ଦିନ ବଞ୍ଚିଲେ ଭଲ ଫିଲ୍ମ ଦେଖିବା ସହ ଭଲ ଗୀତ ଶୁଣୁଥିଲେ । ଶେଷରେ ସଞ୍ଜୀବଙ୍କ ପୂଣ୍ୟତିଥିରେ ନିଜେ ଆରପାରିକୁ ଚାଲିଗଲେ। ଏଇ ବୋଧେ ତାଙ୍କ ପବିତ୍ର ପ୍ରେମର ପ୍ରମାଣ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe