କନକ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ଓ ଗାୟିକା ସୁଲକ୍ଷଣା ପଣ୍ଡିତଙ୍କର ପରଲୋକ । ୭୧ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ସୁଲକ୍ଷଣା କେବଳ ଜଣେ ଅଭିନେତ୍ରୀ ନ ଥିଲେ, ତାଙ୍କର କଣ୍ଠର ଯାଦୁ ମଧ୍ୟ ଅନେକ ସିନେମାରେ ଦେଖିବାକୁ ମିଳିଛି । ୭୦- ୮୦ ଦଶକରେ ଚଳଚ୍ଚିତ୍ର ଉଲଝନ, ସଂକୋଚ, ଅପନାପନ , ହେରାଫେରି ସିନେମାରେ ଅଭିନୟ କରିଥିଲି । ଗତକାଲି ରାତିରେ ତାଙ୍କର ହୃଦଘାତରେ ପରଲୋକ ଘଟିଛି । ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯିବ । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ଗୋଟେ ଲମ୍ବା ସମୟ ଧରି ବଲିଉଡରେ କାମ କରିଥିଲେ । ଗୋଟେ ସଂଗୀତ ପରିବାରରେ ତାଙ୍କର ଜନ୍ମ ହୋଇଥିଲା । ବଲିଉଡ ଜଗତର ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ଯତୀନ ଲଳିତଙ୍କର ସେ ଭଉଣୀ । ଛତିଶଗଡ ସୁଲକ୍ଷଣା ପଣ୍ଡିତଙ୍କର ଜନ୍ମ ହୋଇଥିଲା ।
ପ୍ରଖ୍ୟାତ ବଲିଉଡ୍ ଅଭିନେତ୍ରୀ ଓ କଣ୍ଠଶିଳ୍ପୀ ସୁଲକ୍ଷଣା ପଣ୍ଡିତଙ୍କ ପରଲୋକ: ୭୧ ବର୍ଷ ବୟସରେ ହୃଦ୍ଘାତରେ ମୃତ୍ୟୁ
୭୧ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ସୁଲକ୍ଷଣା କେବଳ ଜଣେ ଅଭିନେତ୍ରୀ ନ ଥିଲେ, ତାଙ୍କର କଣ୍ଠର ଯାଦୁ ମଧ୍ୟ ଅନେକ ସିନେମାରେ ଦେଖିବାକୁ ମିଳିଛି ।
/kanak/media/media_files/2025/11/07/8-2025-11-07-10-15-08.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)