ମହାନଦୀ ଟ୍ରିବ୍ୟୁନାଲକୁ ନେଇ ଆଶଙ୍କା; ଏପ୍ରିଲରେ ସରୁଛି କାର୍ଯ୍ୟକାଳ, ଆଗକୁ ବଢ଼ାଇବାକୁ କେନ୍ଦ୍ରକୁ ଲିଖିତ ଭାବେ ଜଣାଇନାହାନ୍ତି ରାଜ୍ୟ ସରକାର

Advertisment

ମହାନଦୀ ଟ୍ରିବ୍ୟୁନାଲକୁ ନେଇ ଆଶଙ୍କା। ଟ୍ରିବ୍ୟୁନାଲ୍‌ କାର୍ଯ୍ୟକାଳ ବଢ଼ାଇବାକୁ ଲିଖିତ ଦେଉନାହାନ୍ତି ସରକାର। ଆପୋସ ସମାଧାନ ବାଟ ବି ଆଗେଇନି। ମହାନଦୀ ଟ୍ରିବ୍ୟୁନାଲର କାର୍ଯ୍ୟକାଳ ଆସନ୍ତା ଏପ୍ରିଲ୍‌ ମାସ‌ରେ ଶେଷ ହେବ।

ମହାନଦୀ ଟ୍ରିବ୍ୟୁନାଲକୁ ନେଇ ଆଶଙ୍କା। ଟ୍ରିବ୍ୟୁନାଲ୍‌ କାର୍ଯ୍ୟକାଳ ବଢ଼ାଇବାକୁ ଲିଖିତ ଦେଉନାହାନ୍ତି ସରକାର। ଆପୋସ ସମାଧାନ ବାଟ ବି ଆଗେଇନି। ମହାନଦୀ ଟ୍ରିବ୍ୟୁନାଲର କାର୍ଯ୍ୟକାଳ ଆସନ୍ତା ଏପ୍ରିଲ୍‌ ମାସ‌ରେ ଶେଷ ହେବ।

mahanadi

mahanadi Photograph: (kanak news)

କନକ ବ୍ୟୁରୋ: ମହାନଦୀ ଟ୍ରିବ୍ୟୁନାଲକୁ ନେଇ ଆଶଙ୍କା। ଟ୍ରିବ୍ୟୁନାଲ୍‌ କାର୍ଯ୍ୟକାଳ ବଢ଼ାଇବାକୁ ଲିଖିତ ଦେଉନାହାନ୍ତି ସରକାର। ଆପୋସ ସମାଧାନ ବାଟ ବି ଆଗେଇନି। ମହାନଦୀ ଟ୍ରିବ୍ୟୁନାଲର କାର୍ଯ୍ୟକାଳ ଆସନ୍ତା ଏପ୍ରିଲ୍‌ ମାସ‌ରେ ଶେଷ ହେବ। ହେଲେ ଟ୍ରିବ୍ୟୁନାଲ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍କର୍ସରେ ପହଞ୍ଚିନାହାନ୍ତି। କିନ୍ତୁ ଟ୍ରିବ୍ୟୁନାଲର କାର୍ଯ୍ୟକାଳ ବଢ଼ାଇବାକୁ ଓଡ଼ିଶା ସରକାର ଲିଖିତ ଭାବେ କେନ୍ଦ୍ରକୁ ଜଣାଇନାହାନ୍ତି। ଛତିଶଗଡ଼ ସରକାର ବି ନିରବ ଅଛନ୍ତି। ଫଳରେ ଟ୍ରିବ୍ୟୁନାଲର ଭବିଷ୍ୟତ ନେଇ ଆଶଙ୍କା ଦେଖାଦେଇଛି। ଏପଟେ ଦୁଇ ରାଜ୍ୟ ମଧ୍ୟରେ ଆପୋସ ସମାଧାନର ବାଟ ମଧ୍ୟ ଆଗେଇ ପାରିନାହିଁ।

ଗତ ୧୮ ତାରିଖରେ ହୋଇଥିବା ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକରେ କୁହାଯାଇଥିଲା ଯେ, ଟ୍ରିବ୍ୟୁନାଲ୍‌ କାର୍ଯ୍ୟକାଳ ଅବଧି ବଢ଼ାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବେଦନ କରାଯାଇଛି। ୯ ମାସ ଧରି ଟ୍ରିବ୍ୟୁନାଲର ଅଧ୍ୟକ୍ଷ ପଦ ଖାଲି ପଡ଼ିଥିବାରୁ ଟ୍ରିବ୍ୟୁନାଲର କାର୍ଯ୍ୟରେ ଅଗ୍ରଗତି ହୋଇ ନଥିଲା। ତେଣୁ ଆଉ ଏକ ବର୍ଷ ଦରକାର ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା। କିନ୍ତୁ ଟ୍ରିବ୍ୟୁନାଲର ରେଜିଷ୍ଟ୍ରାର ଓଡ଼ିଶା ସରକାରଙ୍କ ଓକିଲଙ୍କ ପାଖକୁ ଲେଖିଥିବା ପତ୍ର ଭିନ୍ନ ତଥ୍ୟ ଦର୍ଶାଉଛି। ଏଥିରେ କୁହାଯାଇଛି, ମହାନଦୀ ଟ୍ରିବ୍ୟୁନାଲର କାର୍ଯ୍ୟକାଳ ବଢ଼ାଇବା ଲାଗି ଉଭୟ ରାଜ୍ୟ ଚଳିତମାସର ପ୍ରଥମ ସପ୍ତାହରେ ଲିଖିତ ଭାବେ ଏ ସଂପର୍କରେ ଜଣାଇବା ପାଇଁ ଧାର୍ଯ୍ୟ ହୋଇଥିଲା। ମାତ୍ର ଦୁଇ ରାଜ୍ୟ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇ ନାହାନ୍ତି। ଏହାକୁ ନେଇ ଟ୍ରିବ୍ୟୁନାଲ ଉଭୟ ରାଜ୍ୟ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ : ନେତାଜୀଙ୍କ ୧୨୯ ତମ ଜନ୍ମ ଜୟନ୍ତୀ; କଟକରେ ବଡ଼ କାର୍ଯ୍ୟକ୍ରମ, ଆସୁଛନ୍ତି ଉପରାଷ୍ଟ୍ରପତି

ଆସନ୍ତା ଫେବ୍ରୁଆରି ମାସ ୭ତାରିଖରେ ଟ୍ରିବ୍ୟୁନାଲରେ ଶୁଣାଣି ହେବ। ଏହି ଶୁଣାଣିରେ ଓଡ଼ିଶାର ଆଡ୍‌ଭୋକେଟ୍‌ ଜେନେରାଲ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିପାରିବେ ନାହିଁ ବୋଲି ଜଣାଇଛନ୍ତି। ଏହି ଶୁଣାଣି ତାରିଖକୁ ସ୍ଥଗିତ ରଖିବା ପାଇଁ ଅନୁରୋଧ କରାଯାଇଥିଲା। ମାତ୍ର ଟ୍ରିବ୍ୟୁନାଲ ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବା ସହ ଏହି ଶୁଣାଣିରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ନଥିବାରୁ ଏଜିଙ୍କ ଅନୁପସ୍ଥିତିରେ ବି ଏହା ଚାଲିପାରିବ ବୋଲି କହିଛନ୍ତି। ତେବେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe