କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ତାଘାଟିରୁ ଆସିଛି ଘାଟି ମଣିଷଙ୍କ ଆବାସ ଦୁର୍ନୀତିର ସତ । ଏଠି ଆବାସ ନିର୍ମାଣ ପାଇଁ ପ୍ରଶାସନ ଠିକା କାମ ଭଳି ଠିକାଦାରଙ୍କ ହାତ ଟେକିଦେଲା । ଘାଟିରେ ଠିକାଦାର ଆବାସ ଗୃହ ନିର୍ମାଣ କରିବାର ପରିଣାମ । ଗୋଟେ ଦୁଇଟି ଛାଡ଼ି ଦେଲେ ସବୁ ଘର ଅଧପନ୍ତରିଆ। କେଉଁଠି ମୂଳଦୁଆରୁ ବିଲ୍ ନେଇଛି ତ ଆଉ କେଉଁଠି ପିଣ୍ଡି କରି ଅର୍ଥ ହଡ଼ପ କରିଥିବା ଅଭିଯୋଗ ହୋଇଛି ।
ଅଧିକ ପଢ଼ନ୍ତୁ : ସରକାରୀ ଆବାସକୁ ମାଲକାନଗିରି ବଣ୍ଡାଙ୍କ ନା, କୋଠା ଘର କରିବାକୁ ଉଚିତ୍ ମଣୁନାହାନ୍ତି ଜନଜାତି ହିତାଧିକାରୀ
୩ ବର୍ଷ ହେବ ତାଙ୍କ ଠାରୁ ୪ କିସ୍ତିରେ ୧ ଲକ୍ଷ ୩୦ ହଜାର ଟଙ୍କା ନେଇ ଆଉ ଦେଖାଦେଉନି ଠିକାଦାର। ମାଟି ଖପର କୁଡିଆରୁ ବର୍ତ୍ତିବେ, ସ୍ଲାବ ଘରେ ଆଶ୍ରୟ ନେବେ। ଏହି ଭରସା ଦେଇ ଠିକାଦାରଙ୍କୁ ଟେକିଦେଇଥିଲେ ସବୁ ଅର୍ଥ । ୨ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ବି ଅଧପନ୍ତରିଆ ଅବସ୍ଥାରେ ଆବାସ ଗୃହ। ଆଜି ମଧ୍ୟ ଆବାସ ପାଇଁ ସ୍ବପ୍ନ ପରି ତାଙ୍କୁ ଲାଗୁଛି ।
ଅଧିକ ପଢ଼ନ୍ତୁ : ସୁନ୍ଦରଗଡ଼ରୁ ଗଞ୍ଜାମ, କଟକରୁ ମାଲକାନଗିରି ସବୁଠି ମାତିଛନ୍ତି ବାଲି ଚୋର, ପ୍ରତିବାଦ କଲେ କରୁଛନ୍ତି ଆକ୍ରମଣ
ଏପଟେ ହିତାଧିକାରୀ ଘର କରିବାକୁ ଆସିଥିବା ଅର୍ଥ ଖର୍ଚ୍ଚ କରିଦେଉଥିବାରୁ ବିକଳ୍ପ ଭାବେ ଠିକାଦାରଙ୍କୁ ବାଛିଥିଲା ପ୍ରଶାସନ। ରାତି ଉଜାଗର ରହି ଲୋକଙ୍କୁ ସଚେତନା କଲା ପ୍ରଶାସନ। ହେଲେ ଠିକାଦାର ଠକି ଦେବାରୁ ଫଳ ଓଲଟା। ଖଇରପୁଟ ବ୍ଲକରେ ୧୦ଟି ପଞ୍ଚାୟତରେ ପିଏମ୍ ଧନମନ ଯୋଜନାରେ ୨୦୯୯ ଘରରୁ ନିର୍ମାଣ ସରିଛି ମାତ୍ର ୪୩୮ଟି । ମୁଦୁଲିପଡ଼ାରେ ୫୯ ଏବଂ ଅଣ୍ଡ୍ରାହଲରେ ୮୦ଟି ଘର କାମ ଶେଷ ହୋଇଛି । ବ୍ଲକର ୧୬୬୧ ଘର ନିର୍ମାଣ ସରିନାହିଁ, ଅଧିକାଂଶ ଅଧପନ୍ତରିଆ ଅବସ୍ଥାରେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/22/mkg-2026-01-22-23-10-42.jpg)