କନକ ବ୍ୟୁରୋ: ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଭାରତୀୟ ସ୍ୱାଧିନତା ସଂଗ୍ରାମର ମହାନାୟକ। ଆଜି ନେତାଜୀଙ୍କ ୧୨୯ ତମ ଜନ୍ମ ଜୟନ୍ତୀ। ଏଥିପାଇଁ ସଜେଇ ହୋଇଛି ଓଡ଼ିଆ ବଜାରସ୍ଥିତ ନେତାଙ୍କ ଜନ୍ମପୀଠ ଏବଂ ସଂଗ୍ରହାଳୟ। ଜୟନ୍ତୀ ଅବସରରେ କଟକ ସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନରେ ବିଭିନ୍ନ କାର୍ୟ୍ୟକ୍ରମ ଆୟୋଜନ କରାଯାଉଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ପରାକ୍ରମ ଦିବସ ପାଳନ କରାଯିବ। ୧୮୯୭ ମସିହାରେ କଟକ ଓଡ଼ିଆ ବଜାରରେ ଜନ୍ମଗ୍ରହଣ କରିଥିଲେ ନେତାଜୀ। ରେଭେନ୍ସାରେ ସ୍କୁଲ ଶିକ୍ଷା ଶେଷ କରିଥିଲ ସୁଭାଷ ବୋଷ। ଏହାପରେ କୋଲକାତାର ପ୍ରେସିଡେନସି କଲେଜରେ ଉଚ୍ଚଶିକ୍ଷା ଲାଭ କରିଥିଲେ। ସ୍ୱାଧିନତା ସଂଗ୍ରାମର ଏହି ମହାନ ବୀର ୧୯୪୩ ଅକ୍ଟୋବର ୨୧ରେ ଆଜାଦ ହିନ୍ଦ ଫୌଜ ଗଠନ କରିଥିଲେ। ତାଙ୍କର ବୀରତ୍ବ ଓ ଦେଶପ୍ରେମ ଅନବଦ୍ୟ, ଅବିସ୍ମରଣୀୟ।
ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି
ସେପଟେ ଆଜି ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍। ସକାଳ ୯ଟା ପାଖାପାଖି ସେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ଏହାପରେ ସେଠାରୁ ଉପରାଷ୍ଟ୍ରପତି ସିଧାସଳଖ କଟକ ଯିବାର କାର୍ୟ୍ୟକ୍ରମ ରହିଛି। କଟକରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନରେ ପାଳିତ ହେବାକୁ ଥିବା ପରାକ୍ରମ ଦିବସରେ ଉପରାଷ୍ଟ୍ରପତି ଯୋଗଦେବେ। ସେଠାରୁ କାର୍ୟ୍ୟକ୍ରମ ସାରି ଉପରାଷ୍ଟ୍ରପତି ବିମାନବନ୍ଦର ଫେରିବେ। ସେଠାରୁ କୋଲକାତା ଅଭିମୁଖେ ଯିବେ।
ଆଜି ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମଦିନ
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଆଜି ୨୧୭ ତମ ଜନ୍ମ ଜୟନ୍ତୀ। ପ୍ରତିଟି ଓଡ଼ିଆଙ୍କ ଗର୍ବ, ଗୌରବ ଓ ସମ୍ମାନ ବୀର ସୁରେନ୍ଦ୍ର ସାଏ । ତାଙ୍କ ଜନ୍ମଜୟନ୍ତୀ ଅବସରରେ ସମ୍ୱଲପୁରରେ ଆଜି ବିଭିନ୍ନ କାର୍ୟ୍ୟକ୍ରମର ଆୟୋଜନ କରାଯାଉଛି। ସମ୍ୱଲପୁର ଜେଲ ଛକରେ ଥିବା ପ୍ରତିମୂର୍ତ୍ତିରେ ପ୍ରଶାସନ ଓ ବିଭିନ୍ନ ସଂଗଠନ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରିବା କାର୍ୟ୍ୟକ୍ରମ ରହିଛି। ୧୮୦୯ ଜାନୁଆରି ୨୩ରେ ଜନ୍ମ ଗ୍ରହଣ କରିଥିଲେ ବୀର ସୁରେନ୍ଦ୍ର ସାଏ। ସମ୍ୱଲପୁର ନିକଟ ଖିଣ୍ଡା ଗାଁ ସୁରେନ୍ଦ୍ର ସାଏଙ୍କ ପୈତୃକ ଗାଁ। ପିଲାଟି ଦିନରୁ ବ୍ରିଟିଶ ବିରୋଧରେ ସଂଗ୍ରାମରେ ଝାସ ଦେଇଥିଲେ। ୧୮୨୭ ମସିହାରୁ ଇଂରେଜ ବିରୋଧରେ ସଂଗ୍ରାମ କରିଥିଲେ ସୁରେନ୍ଦ୍ର ସାଏ। ଦୁର୍ଗମ ଜଙ୍ଗଲ ଓ ପାହାଡରେ ଗରିଲା ଯୁଦ୍ଧ କରି ଇଂରେଜଙ୍କୁ ନାକେଦମ କରିଥିଲେ। ଇଂରେଜ ବିରୋଧରେ ସଶସ୍ତ୍ର ଲଢେଇ କରିଥିଲେ। ୧୮୬୪ରେ ଜଣେ ଗୁଇନ୍ଦାର ବିଶ୍ୱାସଘାତକତା ଯୋଗୁଁ ସେ ଧରାପଡିଥିଲେ। ଗିରଫ ପରେ ମଧ୍ୟପ୍ରଦେଶର ଅସିରଗଡକିଲା ଜେଲକୁ ପଠାଯାଇଥିଲା। ସେଠାରେ ମୃତ୍ୟୁ ପର୍ୟ୍ୟନ୍ତ ୨୦ ବର୍ଷ ଜେଲରେ ରହିଥିଲେ ବୀର ସୁରେନ୍ଦ୍ର ସାଏ। ୧୮୮୪ ଫେବୃଆରି ୨୮ରେ ଜେଲରେ ହିଁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଦେଶ ମାତୃକାର ଏହି ବୀର ସନ୍ତାନ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/23/subhas-chandra-bose-2026-01-23-07-26-26.jpg)