କନକ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଯୁବା- ଖାଲିପଦର ରାସ୍ତାରେ ନବଜାତ ଶିଶୁର ମୃତଦେହ ଉଦ୍ଧାର । ମହିଳା ଦିବସରେ ଏପରି ଏକ ଅଭାବନୀୟ ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି । ଅବେଧ ସମ୍ପର୍କକୁ ନେଇ ଏହି ଘଟଣା ଘଟିଛି ନା ଅନ୍ୟ କୌଣସି କାରଣ ପାଇଁ ଘଟିଛି, ତାହା ସ୍ପଷ୍ଟ ହୋଇପାରିନାହିଁ ।
କିନ୍ତୁ ଯୁବା ଗାଁର ରାସ୍ତାରେ ପୋଖରୀ ପାଖରେ ଥିବା ପମ୍ପ ହାଉସ ପାଖରେ ଏକ ନବଜାତ ଶିଶୁକୁ କେହି ଜଣେ ପୋତି ଦେଇଥିବା ବେଳେ ଶିଶୁଟିର ଗୋଡ଼ ମାଟି ଉପରେ ଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ପୁଲିସ ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।
ଆହୁରି ପଢ଼ନ୍ତୁ:ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ: ଇରାନ-ଇସ୍ରାଏଲ ମଧ୍ୟରେ ବଢୁଛି ଉତ୍ତେଜନା; ପ୍ରତି ମୁହୂର୍ତ୍ତର ଅପଡେଟ୍ ଖବର ପାଆନ୍ତୁ ଏଠାରେ...
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/09/new-born-baby-2026-03-09-08-06-28.jpg)