କନକ ବ୍ୟୁରୋ: ଅଲୋଡ଼ା ହେଲା ଶିଶୁ ପୁତ୍ର । ବ୍ରିଜ ତଳୁ ଏକ ବ୍ୟାଗରୁ ନବଜାତ ଶିଶୁଙ୍କ ମୃତ ଦେହ ଉଦ୍ଧାର । ନବରଙ୍ଗପୁର ଥାନା ଅନ୍ତର୍ଗତ ଚିକିଲି ବ୍ରିଜ ତଳରୁ ଏକ ଛୋଟ ବ୍ୟାଗରେ ନବଜାତ ଶିଶୁଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ନବଜାତକକୁ ଫୋପାଡ଼ି ଦେଇଥିବା ନେଇ ଜନ୍ମ ଦେଇଥିବା ମା ନବରଙ୍ଗପୁର ମେଡ଼ିକାଲ ପରିସରରେ ଥିବା ୱାନ ଷ୍ଟପ ସେଣ୍ଟରରେ କହିବା ପରେ ନବରଙ୍ଗପୁର ଟାଉନ ଥାନା ପୁଲିସ ଓ ୱାନ ଷ୍ଟପ ସେଣ୍ଟର କର୍ମଚାରୀ ପହଞ୍ଚି ମୃତ ନବଜାତକକୁ ଉଦ୍ଧାର କରିଛି । ପାପଡାହାଣ୍ଡି ଥାନା ଅନ୍ତର୍ଗତ ମୃତ ନବ ଜାତକଙ୍କ ମାଙ୍କ କହିବାନୁସାରେ ଗତକାଲି ରାତିରେ ତାଙ୍କର ଗର୍ଭ ଜନିତ ଯନ୍ତ୍ରଣା ହୋଇ ଏକ ମୃତ ଶିଶୁ ଜନ୍ମ ନେଇଥିଲା ।
ସ୍ଥଗିତ ରହିଲା ଶିକ୍ଷକ ଆନ୍ଦୋଳନ, ୨ ବିଧାୟକଙ୍କ ବୁଝାସୁଝା ପରେ ଓହରିଲା ଶିକ୍ଷକ ସଂଘ
ତେବେ ଶିଶୁଟିର ଜନ୍ମ ନାଡୀ ଦେହରେ ରହି ଯାଇଥିବାରୁ ତାକୁ ବାହାର କରିବା ପାଇଁ ନବରଙ୍ଗପୁର ସ୍ଥିତ ଜିଲ୍ଲା ମେଡ଼ିକାଲ ଯିବା ବେଳେ ମୃତ ଶିଶୁଟିକୁ ରାସ୍ତାରେ ଥିବା ଚିକିଲି ନଦୀରେ ଫୋପାଡ଼ି ଦେଇଥିବା ୱାନ ଷ୍ଟପ ସେଣ୍ଟରରେ କହିବା ପରେ ନବରଙ୍ଗପୁର ଟାଉନ ଥାନା ପୁଲିସ ଓ ୱାନ ଷ୍ଟପ ସେଣ୍ଟର କର୍ମଚାରୀ ପହଞ୍ଚି ଶିଶୁଟିର ମୃତ୍ୟୁ ହୋଇଛି କି ନାହିଁ ଯାଞ୍ଚ କରିଥିଲେ ଏବଂ ମୃତ ନବଜାତକର ଶରୀରକୁ ଉଦ୍ଧାର କରିଛନ୍ତି । କେଉଁ ପରିସ୍ଥିତିରେ ଶିଶୁଟିର ମୃତ୍ୟୁ ହୋଇଛି ଏବଂ ତା ମା ତାକୁ ଏଭଳି ଅବସ୍ଥାରେ ଫିଙ୍ଗି ଦେବାକୁ ବାଧ୍ୟ ହୋଇଛି ସେନେଇ ପୁଲିସ ତଦନ୍ତ ଆରମ୍ଭ କରିଛି । ତେବେ ସମସ୍ତ ଘଟଣା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ୱଷ୍ଟ ହୋଇପାରିବ ବୋଲି ସୂଚନା ଦେଇଛନ୍ତି ତଦନ୍ତ କାରୀ ଅଧିକାରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/13/4-2025-12-13-08-33-38.jpg)