କନକ ବ୍ୟୁରୋ : ଆଜିକାଲି ଗଳି ଗଳିରେ ଖୋଲୁଛି ପ୍ଲେ-ସ୍କୁଲ । ରାତି ପାହିଲା ବେଳକୁ ଲାଗୁଛି ପ୍ଲେ-ସ୍କୁଲର ପୋଷ୍ଟର, ହୋର୍ଡିଂ । ଶିଶୁଙ୍କ ଶୈଶବ ଶିକ୍ଷାକୁ ବ୍ୟବସାୟୀକରଣ କରି ମୁନାଫା କମାଉଛନ୍ତି ଅନେକ ସ୍କୁଲ ମାଲିକ । କିନ୍ତୁ ଏହି ସବୁ ସ୍କୁଲକୁ ଅନୁମତି ମିଳିଛି କି ନାହିଁ ତାକୁ କେହି ଦେଖୁ ନାହାନ୍ତି । ବାରମ୍ବାର ଅଭିଯୋଗ ପରେ ଏବେ ଗଣଶିକ୍ଷା ବିଭାଗର ଚେତା ପଶିଛି ।
ଏଠି ନା ଅଛି ଭିତ୍ତିଭୂମି ନା ଅଛି ଅନୁମତି । ଯାହାକୁ ନେଇ ଉଦବେଗ ପ୍ରକାଶ ପାଇବା ପରେ ଗଣଶିକ୍ଷା ବିଭାଗର ଚେତା ପଶିଛି । ଓଏଚଆରସିରେ ପ୍ଲେ ସ୍କୁଲର ଅନୁମତି ଓ ଗାଇଡଲାଇନକୁ ନେଇ ମାମଲା ପରେ ଏବେ ଗଣ ଶିକ୍ଷା ବିଭାଗ ପକ୍ଷରୁ ସବୁ ଜିଲ୍ଲା ଶିକ୍ଷାଧିକାରୀ ଓ ବ୍ଲକ ଶିକ୍ଷାଧିକାରୀଙ୍କୁ ଚିଠି ଲେଖାଯାଇଛି । ପାଂଚ ଦିନ ଭିତରେ ପ୍ଲେ ସ୍କୁଲ ଗୁଡିକର ବିସ୍ତୃତ ତଥ୍ୟ ଦେବାକୁ କୁହାଯାଇଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ଏନେଇ ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପଚାରିଲେ ସେ କହୁଛନ୍ତି ପ୍ଲେ ସ୍କୁଲ ଗୁଡ଼ିକ ଆମ ଅଧୀନରେ ଆସୁନି ।
କୁହୁଡ଼ିର କଜଳ ପିନ୍ଧି ଅଳସ ଭାଙ୍ଗିଲା କୋରାପୁଟ...
ଶିକ୍ଷାନୀତି ୨୦୨୦ ପ୍ରଣୟନ ପରେ ଶୈଶବ ଶିକ୍ଷା ଉପରେ ଗୁରୁତ୍ବ ପ୍ରଦାନ କରିବାକୁ ନିୟମାବଳୀ ପ୍ରସ୍ତୁତ କରାଯାଇଛି । ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା ଆଇନ ୨୦୧୩ରେ ମଧ୍ୟ ପ୍ରତ୍ୟେକ ରାଜ୍ୟ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ନିୟମ ପ୍ରସ୍ତୁତ କରାଯାଇଛି । ଏହାକୁ ଭିତ୍ତି କରି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ପକ୍ଷରୁ, ୨୦୨୨ରେ ବେସରକାରୀ ପ୍ଲେ-ସ୍କୁଲଗୁଡ଼ିକୁ ପଞ୍ଜୀକରଣ କରି ସ୍ବୀକୃତି ପ୍ରଦାନ କରିବା ପାଇଁ ନିର୍ଦ୍ଦିଷ୍ଟ ନିୟମାବଳୀ ପ୍ରସ୍ତୁତ କରାଯାଇଛି। କିନ୍ତୁ ଓଡ଼ିଶା ସରକାର ଏପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକାରୀ କରିନାହାନ୍ତି । ଏନେଇ ଓଏଚଆରସିର ଦ୍ବାରସ୍ଥ ହୋଇଥିଲା ରାଷ୍ଟ୍ରୀୟ ଅଭିଭାବକ ସଂଗଠନ ।
ରାଜ୍ୟରେ ହଜାର ହଜାର ପ୍ଲେ ସ୍କୁଲ ବିନା ଅନୁମତିରେ ଚାଲିଛି । ବିଭିନ୍ନ ଟ୍ରଷ୍ଟ ବୋର୍ଡ ଆଳରେ ସ୍କୁଲ ଚଳାଇଛନ୍ତି ମାଲିକ । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ ଓ ଶିକ୍ଷାବିତ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/07/ply-school-2025-11-07-20-26-49.jpg)