କନକ ବ୍ୟୁରୋ : ପୁଣିଥରେ ନୂଆପଡ଼ାରେ ନବୀନଙ୍କ ବେଇମାନ ଉପାଖ୍ୟାନ । ଦ୍ବିତୀୟ ଥର ପାଇଁ ନୂଆପଡାକୁ ପ୍ରଚାରରେ ଆସି ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରାର୍ଥୀ ଚୋରି, ମିଛ ପ୍ରତିଶ୍ରୁତି ଓ ବେଇମାନି ଭଳି ଶବ୍ଦ ନବୀନଙ୍କ ମୁହଁରୁ ଶୁଣିବାକୁ ମିଳିଛି । ନୂଆପଡାରେ ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରି ନବୀନ କହିଛନ୍ତି, ବିଜେଡି ସରକାର ସମୟରେ ନୂଆପଡାର ବିକାଶ ହୋଇଥିଲା । ହେଲେ ଏବେ ବିକାଶ ପୂରା ବନ୍ଦ । ମିଛ ପ୍ରଚାରରେ ବିକାଶ ହୁଏ ନାହିଁ । ରଙ୍ଗ ମାରିଲେ ବିକାଶ ହୁଏ ନାହିଁ । ମିଛ ପ୍ରତିଶ୍ରୁତିରେ ସରକାର ଚାଲେ ନାହିଁ । ଗତ ୫୦୦ ଦିନ ଭିତରେ ବିଜେପି ସରକାର ଓଡ଼ିଶା ପାଇଁ କରିଛି କଣ? ଯାହା ପ୍ରତିଶ୍ରୁତି ଦେଇଥିଲା ତାହା ପୂରା କରିପାରିନି । ବରଂ ପ୍ରତିବଦଳରେ ଦେଇଛି ଡବଲ ଧୋକା । କୋମନା ସଭାକୁ ଭଣ୍ଡୁର କରିବାକୁ ଉଦ୍ୟମ ହୋଇଥିଲା । ହେଲେ କୋମନାରେ ହଜାର ହଜାର ଲୋକ ଆସିଥିଲେ । ଏମାନେ ମିଛ କହି ସରକାର କରିପାରନ୍ତି, ପ୍ରାର୍ଥୀ ଚୋରି କରିପାରନ୍ତି ହେଲେ ଲୋକଙ୍କ ହୃଦୟ ଜିତିପାରିବେନି । ମୋ ସହ, ବିଜେଡି ସହ ଓ ଆପଣଙ୍କ ସହ କିଭଳି ବେଇମାନି କରାଗଲା ତାହା ସମସ୍ତେ ଜାଣନ୍ତି । ତେଣୁ ଏହାର ଜବାବ ଭୋଟରେ ଦେବାକୁ ଅପିଲ କରିଛନ୍ତି ନବୀନ । ଜନସଭାରେ ଯୋଗଦେବା ପୂର୍ବରୁ ବିଶାଳ ରୋଡ ସୋ କରି ବିଜେଡି ପ୍ରାର୍ଥୀ ସେହ୍ନାଙ୍ଗିନୀ ଛୁରିଆଙ୍କ ପାଇଁ ଭୋଟ ମାଗିଥିଲେ ନବୀନ ପଟ୍ଟନାୟକ । ଖରିଆର ରୋଡରୁ ନୂଆପଡା ଏନଏସି ପର୍ଯ୍ୟନ୍ତ ବିଶାଳ ରାଲି କରି ଆସିଥିଲେ ବିଜେଡି ସୁପ୍ରିମୋ । ଛକ ଛକରେ ରହି ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ ନବୀନ ।
ପୁଣି ନବୀନଙ୍କ ‘ବେଇମାନ’ ଉପାଖ୍ୟାନ
- ନୂଆପଡ଼ା ଜନସଭାରେ ‘ବେଇମାନ’ ଉପାଖ୍ୟାନ ଉଠାଇଲେ ନବୀନ
- ବିଜେଡି, ନୂଆପଡ଼ା ଓ ମୋ ସହ ହୋଇଛି ବେଇମାନି : ନବୀନ
- ବେଇମାନିର ଜବାବ ଭୋଟ୍ରେ ଦେବେ ନୂଆପଡ଼ାବାସୀ : ନବୀନ
- ‘ବିଜେଡି କଥାରେ ନୁହେଁ, କାମରେ ବିଶ୍ବାସ କରେ’
- ‘ବିଜେଡି ସମୟରେ ନୂଆପଡ଼ାର ବିକାଶ ହୋଇଥିଲା’
- ୫୦୦ ଦିନରେ କ’ଣ କରିଛ କହି ବିଜେପିକୁ ପ୍ରଶ୍ନବାଣ ମାରିଛନ୍ତି ନବୀନ
- ୩୦୦ ୟୁନିଟ୍ ମାଗଣା ବିଜୁଳି, ୩୫୦୦ ଟଙ୍କା ଭତ୍ତା ମିଳିଛି କି ନାହିଁ ପଚାରିଥିଲେ ନବୀନ
- ଚାଷୀଙ୍କୁ ୟୁରିଆ ସାର, ମିସନ୍ ଶକ୍ତି ମା’ଙ୍କୁ କାହିଁକି ମିଳୁନି ଋଣ : ନବୀନ
- ଯୁବକଙ୍କୁ ଚାକିରି ମିଳିଛି କି କହି ବିଜେପିକୁ ଟାର୍ଗେଟ୍ କରିଛନ୍ତି ନବୀନ
- କୋମନା ସଭାରେ ମଧ୍ୟ ସମାନ ଢଙ୍ଗରେ ବର୍ଷିଥିଲେ ନବୀନ
- ନବୀନଙ୍କ ‘ବେଇମାନ’ ଉପାଖ୍ୟାନକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/07/naveen-2025-11-07-19-58-43.jpg)