କନକ ବ୍ୟୁରୋ: ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କୁ ଆମେରିକା ଗିରଫ କରି ଜେଲ୍ ପଠାଇବା ଘଟଣାରେ ଚିନ୍ତା ପ୍ରକଟ କରିଛି ଜାତିସଂଘ । ଆଜି ଏହି ପ୍ରସଙ୍ଗରେ ଜାତିସଂଘ ସୁରକ୍ଷା ପରିଷଦରେ ଜରୁରୀ ବୈଠକ ଡକାଯାଇଛି । ଏଭଳି ଘଟଣାକୁ ବିପଦପୂର୍ଣ୍ଣ ବୋଲି କହିଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ । ଆମେରିକାର ଅପ୍ରତ୍ୟାଶିତ ସାମରିକ ଅଭିଯାନରେ ଗିରଫ ହୋଇଥିବା ନିକୋଲାସ୍ ମାଦୁରୋ ଓ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସ୍ଙ୍କୁ ନ୍ୟୁୟର୍କର ଏକ ଜେଲ୍କୁ ପଠାଯାଇଛି । ଡ୍ରଗ୍ ଟ୍ରାଫିକିଂ ଓ ନାର୍କୋ-ଆତଙ୍କବାଦ ଷଡ୍ଯନ୍ତ୍ରରେ ମାଦୁରୋ ଓ ଫ୍ଲୋରେସ୍ଙ୍କ ବିରୋଧରେ ନ୍ୟୁୟର୍କରେ ମାମଲା ଚାଲିବ । ଉଭୟଙ୍କୁ ଆଜି କୋର୍ଟରେ ହାଜର କରାଯିବ । ଏହା ଭିତରେ ଭେନେଜୁଏଲା ସୁପ୍ରିମ୍କୋର୍ଟ ଉପରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍ଙ୍କୁ ଅନ୍ତରୀଣ ରାଷ୍ଟ୍ରପତି ନିଯୁକ୍ତ କରିଛନ୍ତି। ସେପଟେ ଟ୍ରମ୍ପ କହିଛନ୍ତି, ଭେନେଜୁଏଲାରେ ସ୍ବାଭାବିକ ସ୍ଥିତି ବଜାୟ ରଖିବା ପାଇଁ ଆମେରିକା ଏହାକୁ ସଂପୂର୍ଣ୍ଣ ନିୟନ୍ତ୍ରଣରେ ରଖିବ ଏବଂ କୌଣସି ମାନବୀୟ ସଙ୍କଟ ଏଡ଼ାଇବା ପାଇଁ ତ୍ବରିତ ପଦକ୍ଷେପ ନେବ ।
ଅଧିକ ପଢନ୍ତୁ: ଡ୍ରଗ୍ସ ବାହାନାରେ ଭେନେଜୁଏଲାର ତେଲ ଉପରେ ଟ୍ରମ୍ପଙ୍କ ଆଖି ; ଭାରତ ଉପରେ ପ୍ରଭାବ ପଡ଼ିବ କି ?
ଭେନେଜୁଏଲା ଉପରେ ଆମେରିକାର ଆକ୍ସନ ପରେ ଏବେ ସାରା ବିଶ୍ୱ ସ୍ତବ୍ଧ । ରାଜଧାନୀ କାରକାସରେ ଆକ୍ରମଣ କରି ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗିରଫ କରିଥିଲା ଆମେରିକା । ତାଙ୍କୁ ନ୍ୟୁୟର୍କ ନିଆଯାଇଥିଲା । ଏହି ଅପରେସନର ନାଁ ଦିଆଯାଇଥିଲା ଆବସଲ୍ୟୁଟ୍ ରିଜର୍ଭ୍ । ଏହା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭେନେଜୁଏଲାର ଶାସନ ଭାର ଏବେ ଆମେରିକା ହାତରେ ବୋଲି କହିଇଥିଲେ । ସେପଟେ ଆମେରିକାର ଏୟାରଷ୍ଟ୍ରାଇକରେ ୪୦ରୁ ଅଧିକ ପ୍ରାଣ ହରାଇଥିବା ଦାବି ହୋଇଛି ।
ଭେନେଜୁଏଲାରେ ମୃତ୍ୟୁର ତାଣ୍ଡବ
ଆମେରିକାର ଏୟାରଷ୍ଟ୍ରାଇକରେ ଭେନେଜୁଏଲାରେ ଭୟଙ୍କର କ୍ଷତି
ଭେନେଜୁଏଲାରେ ୪୦ ଜଣ ପ୍ରାଣ ହରାଇଛନ୍ତି
ଭେନେଜୁଏଲାର ସୁପରମାର୍କେଟ୍ ଏବଂ ପେଟ୍ରୋଲ୍ ଷ୍ଟେସନ୍ ବାହାରେ ପ୍ରବଳ ଭିଡ଼
ଲୋକମାନେ ଜରୁରି ସାମଗ୍ରୀ ମହଜୁଦ କରୁଥିବାରୁ ଲମ୍ବାଧାଡ଼ି
କାରାକାସର କିଛି ସ୍ଥାନରେ ଛୋଟଛୋଟ ରାଲି
ଯେଉଁଥିରେ କିଛି ଲୋକ ଆମେରିକୀୟ ପତାକା ଜାଳିଛନ୍ତି
କହିବାକୁ ଗଲେ ଭେନେଜୁଏଲାରେ ଶେଷ ହୋଇଛି ମାଦୁରୋ ଯୁଗ ଏବେ ଭେନେଜୁଏଲରେ ରାଜନୈତିକ ଅଚଳାବସ୍ଥା । ନିକୋଲାସ ମାଦୁରୋଙ୍କ ଜାଗା କିଏ ନେବ, ତାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏହି ସମୟରେ ସେଠାରେ ଅନ୍ତରୀଣ ସରକାରର ନେତୃତ୍ୱ ଉପରାଷ୍ଟ୍ରପତି ଡେଲସି ରୋଡ୍ରିଗୁଏଜ୍ ନେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/01/05/venezuela-2026-01-05-07-59-18.jpg)