କନକ ବ୍ୟୁରୋ : ସଂଘର୍ଷ ଓ ବିରୋଧାଭାଷରେ ଭରା ଭେନେଜୁଏଲା ରାଷ୍ଟ୍ରପତି ନିକୋଲସ୍ ମାଦୁରୋଙ୍କ କାହାଣୀ । କରାକସ୍ ରାସ୍ତାରେ ବସ୍ ଚଳାଉଥିବା ଜଣେ ସାଧାରଣ ଡ୍ରାଇଭର ଗୋଟେ ଦେଶର ସତ୍ତାର ଶିଖରରେ ପହଞ୍ଚିବ , ଜଣେ ସାଧାରଣ ଜୀବନରୁ ବାହାରି ରାଷ୍ଟ୍ରପତି ଭବନରେ ପହଞ୍ଚିବ ଏ ଯାତ୍ରା ସାଧାରଣ ନୁହେଁ ନିଜେ ନିଜ ଭିତରେ ଏକ ବିରଳ ଯାତ୍ରା, ପ୍ରେରଣାଦାୟୀ କାହାଣୀ । ଶନିବାର ସକାଳ ସମୟ ଭେନେଜୁଏଲାର ଭାରାକସ୍ ବାୟୁମଣ୍ଡଳରେ ବାରୁଦର ବାସ୍ନା ଲୋକଙ୍କୁ ଚମକାଇଦେଇଥିଲା । ଚାରିଆଡ଼େ ଧୂଆଁ ଧୂଆଁ । ଦେଶବାସୀ ଜାଣିନେଲେ କିଛି ବଡ଼ ଘଟିଛି । ଖବର ବ୍ୟାପିଗଲା, ଆମେରିକାର ସେନା ରାଷ୍ଟ୍ରପତି ନିକୋଲସ୍ ମାଦୁରୋଙ୍କୁ ବନ୍ଦୀ କରିନେଇଛି । ତା ସହ ତାଙ୍କ ପତ୍ନୀଙ୍କୁ ବି ବନ୍ଦୀ କରି ନେଇଛି ।
ଭାରତର ସତ୍ୟ ସାଇ ବାବାଙ୍କ ଏକନିଷ୍ଠ ଭକ୍ତ , ନିକୋଲସ୍ ମାଦୁରୋଙ୍କ ଜୀବନ କୌଣସି ଚଳଚ୍ଚିତ୍ର କାହାଣୀଠାରୁ କମ୍ ନୁହେଁ । ୧୯୬୨ ନଭେମ୍ବର ୨୩ ତାରିଖରେ କାରାକସ୍ର ଏଲକ ସାଧାରଣ ପରିବାରରେ ଜନ୍ମିତ ନିକୋଲସ୍ । କଲେଜ ଯାଇନାହାନ୍ତି । ସ୍କୁଲ ପଢ଼ା ଶେଷ କରିବା ପରେ ଘରକୁ ସହଯୋଗ କରିବାକୁ ପେଟପାଟଣା ପାଇଁ ବସ୍ ଚଳାଇବା ଆରମ୍ଭ କଲେ । ଘର ପାଇଁ ହାତରେ ବସ୍ ଷ୍ଟିୟରିଙ୍ଗ ଧରିଲେ । କିନ୍ତୁ ଏହି ସମୟରେ ସେ ଟ୍ରାଞ୍ଜିଟ୍ ୱାର୍କର୍ସ ୟୁନିଅନର ମୂଳଦୁଆ ବି ପକାଇଲେ । ଷ୍ଟିୟରିଙ୍ଗ କଣ୍ଟ୍ରୋଲ କରୁ କରୁ ଧୀରେ ଧୀରେ ରାଜନୀତିର ମୋଡ଼କୁ ବି ବୁଝିବାକୁ ଲାଗିଲେ । କ୍ୟୁବାରେ ଦିଆଯାଉଥିବା ରାଜନୈତିକ ତାଲିମରେ ସାମିଲ ହେଉ ହେଉ ଦିବଙ୍ଗତ ନେତା ହୁଗୋ ଚାଭେଜଙ୍କ ସହ ନିକଟତର ହୋଇଥିଲେ ଆଉ ଚାଭେଜଙ୍କ ବିଶ୍ବସ୍ତ ସିପାହୀ ହୋଇଯାଇଥିଲେ । ଚାଭେଜଙ୍କ ଛତ୍ରଛାୟାରେ ରହି ରାଜନୀତିର ପୂରା ଖେଳକୁ ବୁଝିସାରିଥିଲେ । ଆଉ ସମୟ କ୍ରମେ ବନିଲେ ଭେନେଜୁଏଲାର ବିଦେଶମନ୍ତ୍ରୀ , ଉପରାଷ୍ଟ୍ରପତି ଏବଂ ଶେଷରେ ୨୦୧୩ରେ ଭେନେଜୁଏଲାର ଶୀର୍ଷ ସତ୍ତା ରାଷ୍ଟ୍ରପତି ।
ଅଧିକ ପଢ଼ନ୍ତୁ---ଭେନେଜୁଏଲା ରାଷ୍ଟ୍ରପତିଙ୍କୁ ଉଠାଇନେଲା ଆମେରିକା : ଆମେରିକା କବଜାରେ ଥିବା ଫଟୋ ସେୟାର କଲେ ଟ୍ରମ୍ପ..
ଭାରତୀୟ ସଂସ୍କୃତି ପ୍ରତି ନିକେଲସ୍ ମାଦୁରୋଙ୍କର ରହିଛି ଅହେତୁକ ଶ୍ରଦ୍ଧା । ସେ ଓ ତାଙ୍କ ପତ୍ନୀ ସିଲିୟା ଫ୍ଲୋରେସ୍ ଭାରତୀୟ ଆଧ୍ୟାତ୍ମିକ ଗୁରୁ ସତ୍ୟ ସାଇ ବାବାଙ୍କୁ ଅନୁଗତ୍ୟ । ୨୦୦୫ରେ ଦୁହେଁ ଆନ୍ଧ୍ରପ୍ରଦେଶ ପୁଟପର୍ତ୍ତି ସ୍ଥିତ ପ୍ରଶାନ୍ତି ନିଳୟମ ଆସିଥିଲେ । ତଳେ ବସି ସତ୍ୟସାଈଙ୍କ ପ୍ରବଚନ ଶୁଣିଥିଲେ । ସେ ଦିନର ସେ ଫଟୋ ଆଜି ବି ସୋସିଆଲ ମିଡିଆରେ ରହିଛି , ଯାହା ତାଙ୍କ ଆସ୍ଥା ଓ ବିଶ୍ବାସର ଏକ ସ୍ମାରକୀ । ଭେନେଜୁଲାର ରାଷ୍ଟ୍ରପତି ଭବନରେ ଆଜି ବି ସତ୍ୟ ସାଈବାବାଙ୍କୁ ବିଶାଳ ଫଟୋ ରହିଛଇ । କେବଳ ସତ୍ୟ ସାଈବାବା ନୁହନ୍ତି ବରଂ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ସାନ୍ନିର୍ଧ୍ୟ ବି ଲାଭ କରିଥିଲେ ନିକୋଲସ୍ । ନିଜକୁ ପୂରା ଶାକାହାରୀ କରିଥିଲେ ନିକୋସ୍। ବିଦେଶ ମାଟିରେ ଶ୍ରୀ ସତ୍ୟସାଈବାବାଙ୍କ ସଂଗଠନକୁ ପୂରା ସ୍ବାଧୀନତା. ଦେଇଥିଲେ । ୨୦୧୧ରେ ବାବାଙ୍କ ଇହଧାମ ତ୍ୟାଗ ଦିନକୁ ପୂରା ଭେନେଜୁଏଲାରେ ରାଷ୍ଟ୍ରୀୟ ଶୋକ ଦିବସ ଭାବେ ଘୋଷଣା କରିଥିଲେ ।
ଶନିବାର ନିକୋଲସ ଓ ତାଙ୍କ ପତ୍ନୀଙ୍କୁ ଆମେରିକା ସେନା ଗିରଫ କରି ନ୍ୟୁୟର୍କ ନେଇଯିବା ପରେ ପୂରା ବିଶ୍ବରେ ହଇଚଇ ସୃଷ୍ଟି ହୋଇଛି । ବିଶତବ ରାଜନୀତିରେ ଝଡ଼ ଦେଖାଦେଇଛି । ଦୁନିଆର ବଡ଼ ଶକ୍ତିମାନେ ଦୁଇଭାଗରେ ଛିଡ଼ା ହେଲେଣି । ଋଷ ଓ ଚୀନ ସରକାର ନିକୋଲସଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବୀ କରିଥିବାବେଳେ ଅନ୍ୟ କିଛି ରାଷ୍ଟ୍ର ଏହାକୁ ଏକପ୍ରକାର ସମର୍ଥନ କରିଛନ୍ତି। କୁହାଯାଉଛି ଠଡ୍ରଗ୍ସ ଖାଲି ଗୋଟେ ବାହାନା। ଭେନେଜୁଏଲାର ତେଲ ଉପରେ ଆଖି ରଖି ଟ୍ରମ୍ପ ସରକାର ଏଭଳି ଘଟଣା ଘଟାଇଛନ୍ତି , ଯାହା ନିନ୍ଦନୀୟ ବୋଲି କୁହାଯାଉଛି । ୟା ଭିତରେ ଡେଲ୍ସି ରୋଡ୍ରିଗ୍ଜଙ୍କୁ ଭେନେଜେଏଲାର ଅନ୍ତରୀଣ ରାଷ୍ଟ୍ରପତି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/04/nicolas-maduro-2026-01-04-10-00-53.jpg)