କନକ ବ୍ୟୁରୋ : ହାତୀ ଆକ୍ରମଣରେ ଗୋଟିଏ ଗାଁର ୨ ଜଣଙ୍କ ମୃତ୍ୟୁ । ଗଞ୍ଜାମ ଦିଗପହଣ୍ଡି ଭୀଷ୍ମଗିରି ବିଟ୍ ଅଧୀନ ଜକମେରିପଲ୍ଲୀ ଗାଁରୁ ଆସିଛି ଏ ଦୁଃଖଦ ଘଟଣା । ହାତୀ ଆକ୍ରମଣରେ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ।
ଅଧିକ ପଢନ୍ତୁ : ହାତୀ ମୁହଁରୁ କେମିତି ବଞ୍ଚିଲି.. ମହିଳା ବଖାଣିଲେ ହାତୀ ଆକ୍ରମଣ ସମୟର ଲୋମଟାଙ୍କୁରା ଅନୁଭୂତି
ଉଭୟ ପରିବା ତୋଳିବାକୁ ବିଲକୁ ଯାଇଥିଲେ । ହଠାତ ସେମାନଙ୍କୁ ହାତୀ ଆକ୍ରମଣ କରିଥିଲା । ମହିଳା ଜଣଙ୍କ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଅନ୍ୟଜଣଙ୍କୁ ଦିଗପହଣ୍ଡି ଡାକ୍ତରଖାନା ଅଣାଯାଇଥିଲା । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି । ମୃତକମାନେ ହେଲେ ଗାଁର ଗୋପୀନାଥ ପ୍ରଧାନ ଓ ଉର୍ମିଳା ରାଉତ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/22/elephant-attack-2026-02-22-09-14-23.jpg)