କନକ ବ୍ୟୁରୋ : ହାତୀ ପାଇଁ ରାସ୍ତା ବନ୍ଦ । ଦନ୍ତା ହାତୀ ପାଇଁ ପୁରୀ କଣାସ-ବିଜୁ ପୁର ଯଂଘାର ମୁଖ୍ୟ ରାସ୍ତା ବନ୍ଦ କଲା ବନ ବିଭାଗ । ଲୁଣା ନଦି ବନ୍ଧ ବକୁଳି ସାହି ନିକଟରେ ଉଭୟ ପାର୍ଶ୍ଵ ଯାତାୟାତ ପାଇଁ ବନ୍ଦ କଲା ବନ ବିଭାଗ । ହାତୀ ଚଳାଚଳ ଯୋଗୁଁ ରାତି ହେଲେ ବଢୁଛି ଭୟ । ଲୋକେ ବି ଯିବାଆସିବା କରିବାକୁ ଭୟ କରୁଛନ୍ତି । ଗହିର ବିଲରୁ ଗାଁ ମୁହାଁ ହୋଇଛି ଜଙ୍ଗଲୀ ଦନ୍ତା ହାତୀ ।
ଗତକାଲି ଦିନ ସାରା ହାତୀକୁ ଜଗି ରହିଥିଲେ ବ୍ରହ୍ମଗିରି, ଡେଲାଙ୍ଗ ରେଞ୍ଜର ବନ କର୍ମଚାରୀ । ଗୋଟିକିଆ ହାତୀଟି ବୁଧବାର ରାତିରୁ ଗ୍ରାମାଞ୍ଚଳ ଭିତରକୁ ପଶିଆସିଛି । ପ୍ରଥମେ ହାତୀଟି ଫସଲ ନଷ୍ଟ କରିଥିବା ବେଳେ ବନ ବିଭାଗ ଘଉଡ଼ାଇବାକୁ ଚେଷ୍ଟା କରି ସଫଳ ହୋଇପାରି ନଥିଲା । ସେପଟେ ପୁଣି ଗଲା ଏକ ହାତୀର ଜୀବନ । ହାତୀ ଶାବକର ମୃତଦେହ ଉଦ୍ଧାର ।
ଅଧିକ ପଢନ୍ତୁ : ପୁଣି ଏକ ଦନ୍ତା ହାତୀ ମୃତ୍ୟୁ । ବିସ୍ଫୋଟକ ଖାଇ ମୃତ୍ୟୁ ଘଟିଥିବା ସନ୍ଦେହ ।
ମୟୂରଭଞ୍ଜ ଜିଲ୍ଲା ରସଗୋବିନ୍ଦପୁର ରେଞ୍ଜ ଅଧୀନ ପଳାଶମୁଣ୍ଡୁଳୀ ଜଙ୍ଗଲରୁ ହାତୀଶାବକର ମୃତଦେହ ଉଦ୍ଧାର ହୋଇଛି । ହାତୀ ଛୁଆର କିପରି ମୃତ୍ୟୁ ହୋଇଛି, ସ୍ପଷ୍ଟ ହୋଇ ପାରିନାହିଁ । ଘଟଣାସ୍ଥଳରେ ସ୍ଥାନୀୟ ବନବିଭାଗର ଅଧିକାରୀ ଓ କର୍ମଚାରୀ ପହଞ୍ଚି ହାତୀର ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି । ପୋଷ୍ଟମର୍ଟମ୍ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/20/elephant-2026-02-20-07-48-07.jpeg)