କନକ ବ୍ୟୁରୋ: କଳାହାଣ୍ଡି ୨୬ ନମ୍ବର ଜାତୀୟ ରାଜପଥ ଶଗଡା ନଦୀ ପୋଲ ନିକଟରେ ଦୁର୍ଘଟଣା । ୨୫ ଫୁଟ ତଳକୁ ଖସିଲା କାର । ସୋମବାର ସକାଳେ ବରଗଡ଼ ବୋରିଗୁମ୍ମା ଜାତୀୟ ରାଜପଥ ୨୬ର ଭବାନୀପାଟଣା ଜୁନାଗଡ଼ ମଧ୍ୟରେ ଥିବା ଶଗଡା ନଦୀ ପୋଲ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ।

Advertisment

ତୀର୍ଥଯାତ୍ରା ହେଲା ଶେଷ ଯାତ୍ରା; ବୈଷ୍ଣୋଦେବୀ ଦର୍ଶନ ପାଇଁ ଯାଇଥିବା ବେଳେ ଦୁର୍ଘଟଣାରେ ହରାଇଲେ ପ୍ରାଣ

ଏକ ମାରୁତି ଓ୍ବାଗନର କାର ନବରଙ୍ଗପୁର ଭବାନୀପାଟଣା ଯାଉଥିବା ଗଡା ନଦୀ ନିକଟରେ କୌଣସି କାରଣରୁ ଚାଳକ କାରରୁ ନିୟନ୍ତ୍ରଣ ହରାଇଥିଲା । ଫଳରେ କାରଟି ରାସ୍ତା କଡର ପ୍ରାୟ ୨୫ ଫୁଟ ତଳକୁ ଖସି ପଡି ଓଲଟି ପଡିଛି । ଚାଳକ ଜଣକ ଗୁରୁତର ହେଇଥିବା ବେଳେ ସାଥିରେ ଥିବା ଅନ୍ୟ ଜଣେ ସାମାନ୍ୟ ଆହତ ହେଇଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ପହଞ୍ଚି ନଥିବାରୁ ଗୁରୁତରଙ୍କୁ ସ୍ବାସ୍ଥ୍ୟ କେନ୍ଦ୍ର ସ୍ଥାନାନ୍ତରିତ କରାଯାଇ ନାହିଁ ।

ନବରଙ୍ଗପୁରରେ ସଡ଼କ ସୁରକ୍ଷା ଫେଲ୍‌; ଘଟୁଛି ଦୁର୍ଘଟଣା, ଗଡ଼ୁଛି ମୁଣ୍ଡ, ମୁହଁ ଖୋଲିବାକୁ ନାରାଜ ପ୍ରଶାସନ
ଦୁଇ ଟ୍ରକ୍ ମୁହାଁମୁହିଁ । ଘଟଣାସ୍ଥଳରେ ଜଣେ ମୃତ । ଜାତୀୟ ରାଜପଥ ୨୬ ବଲାଙ୍ଗିର-ଦେଓଗାଁ ରାସ୍ତାର ରତନପୁର ଛକ ନିକଟରେ ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଘଟଣା ସ୍ଥଳରେ ହେଲପର ମୃତ ହୋଇଥିବାବେଳେ ଡ୍ରାଇଭର ଗୁରୁତର ହୋଇ ଥିବା ଜଣାପଡିଛି । ଖବର ପାଇ ଦେଓଗାଁ ଅଗ୍ନିଶମବାହିନୀ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଛି । ଜାତୀୟ ରାଜପଥ ଉପରେ ଦୁର୍ଘଟଣା ଘଟି ଥିବାରୁ ଦୁଇ ୧୨କିଲୋମିଟର ପର୍ଯ୍ୟନ୍ତ ଗାଡ଼ି ଜାମ ହୋଇ ରହିଛି। ଫଳରେ ଯାତାୟତ ପ୍ରଭାବିତ ହୋଇଛି ।