କନକ ବ୍ୟୁରୋ : ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାଙ୍କ ସ୍ୱାର୍ଥକୁ ଦେଖି ଯୋଗାଇଦିଆଯାଇଥିଲା ଏଲଇଡି ଟିଭି। ହେଲେ ଅଧିକାଂଶ ଅଙ୍ଗନବାଡ଼ି କେନ୍ଦ୍ରରେ ବିଦ୍ୟୁତ ସଂଯୋଗ ହୋଇନଥିବାରୁ ଏହା ପିଲାଙ୍କ କାମରେ ଆସୁନି। ଷ୍ଟୋର ରୁମରେ ଜାଗା ମାଡ଼ି ବସିଛି। ରାୟଗଡ଼ାରେ ସାମନାକୁ ଆସିଛି ଏଭଳି ଦୃଶ୍ୟ।
ଅଧିକ ପଢ଼ନ୍ତୁ : ଦୁର୍ନୀତିର ଗନ୍ତାଘର ରାୟଗଡ଼ା, ଇଣ୍ଡଷ୍ଟ୍ରିଆଲ ପାର୍କ ପରେ ଅମୃତ ସରୋବରରେ ବି ଦୁର୍ନୀତି
କାନ୍ଥରେ ଟିଭି ଝୁଲିଛି। ଦିନେ ବି ଚାଲିନି, କି ପିଲା ଦେଖିନାହାନ୍ତି। ଚାଲିବ ବା କେମିତି, ଏଠି ତ ବିଦ୍ୟୁତ୍ ସଂଯୋଗ ହିଁ ନାହିଁ। ରାୟଗଡ଼ା ସଦର ବ୍ଳକ ଜାଙ୍ଗିଲି ଓ ବଡ଼କୋଷାପାଡ଼ୁ ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ର। ଏଠି ଷ୍ଟୋର ରୁମରେ ପଡ଼ିଛି ବିରାଟ ବିରାଟ ଏଲଇଡି ଟିଭି । କେଉଁଠି ତଳେ ପଡ଼ିଛି ତ ଆଉ କେଉଁଠି ଆଲମିରା ଉପରେ । ପଡ଼ି ପଡ଼ି କିଛି ଟିଭିରେ ଅଳନ୍ଧୁ ଲାଗିଗଲାଣି। ଏସବୁ ଟିଭିଗୁଡ଼ିକ ନୂଆ । ଷ୍ଟିକର ବି ଖୋଲା ହୋଇନି । କିନ୍ତୁ ଅଙ୍ଗନବାଡ଼ି କେନ୍ଦ୍ରକୁ ବିଦ୍ୟୁତ୍ ସଂଯୋଗୀକରଣ ନଥିବାରୁ ଟିଭି କିଣା ହେଲା ଦିନୁ ସେମିତି କାନ୍ଥରେ ଝୁଲିଛନ୍ତି । ଅଙ୍ଗନବାଡ଼ି କେନ୍ଦ୍ରକୁ ପିଲାଙ୍କ ସ୍ୱାର୍ଥ ପାଇଁ ୯ ମାସ ତଳୁ ଯୋଗାଇ ଦିଆଯାଇଛି ଏସବୁ ଦାମୀ ଟିଭି । ଆସନ୍ତା ଏପ୍ରିଲରେ ସବୁ ଟିଭିର ୱାରେଣ୍ଟି ପିରିଅଡ୍ ସରିଯିବ । ତା' ଭିତରେ ଟିଭି ଗୁଡ଼ିକ ଚାଲିବ କି ନାହିଁ ତାହା ସନ୍ଦେହ ଘେରରେ ।
ଅଧିକ ପଢ଼ନ୍ତୁ : ରାୟଗଡ଼ା ଜିଲ୍ଲାରେ ଏସଡିସି ଅନୁଦାନ ଅତ୍ମସାତ ଅଭିଯୋଗ, ବିନା ଟେଣ୍ଡରରେ କିଣାଯାଇଛି କ୍ରୀଡ଼ା ସାମଗ୍ରୀ
ରାୟଗଡ଼ା ଜିଲ୍ଲାରେ ସମୁଦାୟ ୧୦୮୭ଟି ଅଙ୍ଗନବାଡ଼ି କେନ୍ଦ୍ର ରହିଛି। କେନ୍ଦ୍ର ସରକାରଙ୍କ ତରଫରୁ ଜିଲ୍ଲାର ୫୦୪ଟି ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ରକୁ ଏଲ୍ଇଡି ଟିଭି ଚଳିତ ମାର୍ଚ୍ଚ ମାସରେ ଯୋଗାଇ ଦିଆଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୧୨୯ଟି ଓ ଦ୍ୱିତୀୟ ପର୍ଯ୍ୟାୟରେ ୩୭୫ଟି ଏଲଇଡି ଟିଭି ଦିଆଯାଇଥିଲା। ପ୍ରତି ଟିଭି ପିଛା ୨୯ ହଜାର ଟଙ୍କା ହିସାବରେ, ଏଲଇଡି ଟିଭି ପାଇଁ ମୋଟ ୧ କୋଟି ୧୦ ଲକ୍ଷ ୬୨ ହଜାର ୫ ଶହ ଟଙ୍କା ବ୍ୟୟ କରାଯାଇଛି। ଅନ୍ୟପକ୍ଷରେ ବିଦ୍ୟୁତ୍ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି, ଯଥାଶୀଘ୍ର ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ବିଦ୍ୟୁତ ସଂଯୋଗ କରାଯାଇ ଟିଭି ଚାଲୁ କରାଯିବ ବୋଲି କହିଛନ୍ତି ରାୟଗଡା ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ। ଅଙ୍ଗନୱାଡି। ଭଲ ଛାତ୍ରଟିଏ ଗଢ଼ିବାର ପ୍ରଥମ ସୋପାନ। କିନ୍ତୁ ଯଦି ସେଠାରେ ବିଦ୍ୟୁତ୍ ସଂଯୋଗ ହୋଇପାରିବନାହିଁ । ତେବେ ଏତେ ଆୟୋଜନ କାହା ପାଇଁ?
ଅଧିକ ପଢ଼ନ୍ତୁ : ବଜାର ଖୋଜୁଛି ରାୟଗଡ଼ା ଆତ, ସ୍ଥାନୀୟ ଅଞ୍ଚଳରେ ବଜାର ବ୍ୟବସ୍ଥା ନଥିବାରୁ ରାଜପଥ କଡ଼ରେ ଚାଲିଛି ବେପାର
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/11/rayagada-2025-12-11-10-17-17.jpg)