କନକ ବ୍ୟୁରୋ : ପୁଣି ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି । ଦେବଗଡ଼ ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ଗରିଆମାଲ ଗାଁରୁ ଉଦ୍ଧାର ହୋଇଛି ହାତୀର ମୃତଦେହ । ହାତୀଟିର ବୟସ ୨୫ରୁ ୩୦ ହେବାର ଅନୁମାନ କରାଯାଉଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ହାତୀଟିକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଖାଦ୍ୟ ନାଁରେ ବିସ୍ଫୋଟକ ଖାଇ ମୃତ୍ୟୁ ଘଟିଥିବା ସନ୍ଦେହ ମଧ୍ୟ କରାଯାଉଛି ।
ସେପଟେ ହାତୀର ପାଟି ତଳେ କ୍ଷତ ଦେଖାଯାଉଥିବାରୁ ସଂକ୍ରମଣ ଜନିତ ରୋଗ ହୋଇପାରେ ବୋଲି ଅନୁମାନ କରାଯାଉଛି । ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।