କନକବ୍ୟୁରୋ : ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ରାଜିନାମାକୁ ନେଇ ଜୋରଦାର ଆଲୋଚନା ହେଉଛି। ଚଳିତ ମାସରେ ହେବାକୁ ଥିବା ଆସିଆନ ଶିଖର ସମ୍ମିଳନୀ ପୂର୍ବରୁ ଏହାକୁ ଚୂଡ଼ାନ୍ତ ରୂପ ଦେବାକୁ ଉଦ୍ୟମ କରାଯାଉଛି । ସେହି ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଭାବେ ବାଣିଜ୍ୟ ରାଜିନାମା ସମ୍ପର୍କରେ ଘୋଷଣା କରିପାରନ୍ତି । କିନ୍ତୁ ଉଭୟ ନେତା ସେଥିରେ ଅଂଶଗ୍ରହଣ କରିବେ ନା ନାହିଁ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଭାରତ ଉପରେ ଆମେରିକା ଲଗାଇଥିବା ୫୦ ପ୍ରତିଶତ ଶୁଳ୍କ ୧୫-୧୬ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି ।
ସୂଚନା ଅନୁଯାୟୀ, ରୁଷ୍ରୁ ତେଲ କିଣା କମ୍ କରିବାକୁ ଭାରତ ରାଜି ହୋଇଥିବା ଜଣାପଡ଼ିଛି । ତେବେ ଭାରତ ଆମେରିକାକୁ ରୁଷ୍ ଭଳି ରିହାତି ମାଗିଛି ଯାହାକୁ ଆମେରିକା ଗ୍ରହଣ କିମ୍ବା ଅଗ୍ରାହ୍ୟ କରିନାହିଁ । ତେଲ କିଣା କମ୍ କରିବା ନେଇ ନିଜ ଆଭିମୁଖ୍ୟ ବିଷୟରେ ଭାରତ ରୁଷ୍କୁ ଅବଗତ କରିସାରିଛି । ଭାରତ ଏବେ ୩୪ ପ୍ରତିଶତ ତେଲ ରୁଷ୍ରୁ ମଗାଉଥିବା ବେଳେ ୧୦ ପ୍ରତିଶତ ଆମେରିକାରୁ କିଣୁଛି ।
ଅଧିକ ପଢନ୍ତୁ :
କଲେଜ ପିଲାଙ୍କୁ ଗୁଗୁଲର ବଡ଼ ଉପହାର : କମ୍ପାନି ମାଗଣାରେ ଦେଉଛି ସବ୍ସ୍କ୍ରିପ୍ସନ୍ , ଜାଣନ୍ତୁ କ’ଣ ମିଳିବ ସୁବିଧା ?
ତେବେ ଆମେରିକାର ଜିଏମ୍ ସୋୟାବିନ ଓ ମକା ବିକ୍ରି ପାଇଁ ଭାରତ ନିଜ ବଜାର ଖୋଲିବାକୁ ରାଜି ହୋଇଛି । ଚୀନ୍କୁ ରପ୍ତାନି କମିବା ପରେ ଆମେରିକା ଏବେ ନିଜର ଏହି ଦୁଇ ଉତ୍ପାଦ ପାଇଁ ନୂଆ ବଜାର ସନ୍ଧାନ କରୁଛି। ଇଥାନଲ୍ କ୍ରୟକୁ ମଧ୍ୟ ଭାରତ ଅନୁମତି ଦେବ ।
ପୂର୍ବରୁ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ବରନ ଆଶା ପ୍ରକଟ କରିଥିଲେ ଯେ ଆମେରିକା ଲଗାଇଥିବା ଚଢ଼ା ଶୁଳ୍କ ସମସ୍ୟାର ସମାଧାନ ଦୁଇ ମାସ ଭିତରେ ହୋଇଯିବ । ମୂଳ ପାଲଟା ଟିକସ ପରିମାଣ ୨୫ ପ୍ରତିଶତରୁ ହ୍ରାସ ପାଇ ୧୫ ପ୍ରତିଶତ ପାଖାପାଖି ଖସିଆସିବ । ଏଥି ସହିତ ରୁଷ୍ ତେଲ କିଣୁଥିବାରୁ ଲଗାଯାଇଥିବା ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ ମଧ୍ୟ ପ୍ରତ୍ୟାହୃତ ହୋଇଯିବ ବୋଲି ସେ କହିଥିଲେ ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ଏପ୍ରିଲ୍ରେ ଭାରତ ଉପରେ ୨୫ ପ୍ରତିଶତ ପାଲଟା ଶୁଳ୍କ ଲଗାଇଥିଲେ । ରୁଷ୍ରୁ ତେଲ କିଣିଥିବାରୁ ଆଉ ୨୫ ପ୍ରତିଶତର ଅତିରିକ୍ତ ଶୁଳ୍କ ଲଗାଇ ଭାରତକୁ ଚାପରେ ରଖିବାକୁ ଉଦ୍ୟମ କରିଥିଲେ । ମିଳିତ ଭାବେ ଏହି ୫୦ ପ୍ରତିଶତ ଶୁଳ୍କ ଚଳିତ ବର୍ଷ ଅଗଷ୍ଟ ୨୭ରୁ ଲାଗୁ ହୋଇଥିଲା । ଏଥି ସହିତ ବାଣିଜ୍ୟ ରାଜିନାମା ନେଇ ଦୁଇ ଦେଶ ଭିତରେ ଚାଲିଥିବା ଆଲୋଚନା ହଠାତ୍ ବନ୍ଦ ହୋଇଯାଇଥିଲା ।
ଅଧିକ ପଢନ୍ତୁ :
ଋଷରୁ ଆସିବ ଏସ୍-୪୦୦, ଛାନିଆ ପାକିସ୍ତାନ
କିଛିଦିନ ପରେ ଟ୍ରମ୍ପ ନିଜ ଆଡ଼ୁ ପୁଣି ସମ୍ପର୍କ ସ୍ବାଭାବିକ କରିବାକୁ ଉଦ୍ୟମ କରି ମୋଦୀଙ୍କୁ ସୋସିଆଲ ମିଡିଆରେ ପ୍ରଶଂସା କରିଥିଲେ । ଫଳରେ ପୁଣି ଥରେ ଦୁଇ ଦେଶ ଭିତରେ ଆଲୋଚନା ଆରମ୍ଭ ହୋଇଛି । ଭାରତ ତରଫରୁ ବାଣିଜ୍ୟ ମନ୍ତ୍ରଣାଳୟ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଓ ଜାତୀୟ ସୁରକ୍ଷା ଉପେଦଷ୍ଟାଙ୍କ କାର୍ଯ୍ୟାଳୟ ତରଫରୁ ଆମେରିକା ସହ ମୁଲଚାଲ କରାଯାଉଛି ।
‘ବର୍ଷ ଶେଷ ସୁଦ୍ଧା ତେଲକିଣା ବନ୍ଦ’
ଟ୍ରମ୍ପଙ୍କ ନୂଆ ଦାବି
ଭାରତ-ରୁଷ ସମ୍ପର୍କକୁ ନେଇ ଟ୍ରମ୍ପଙ୍କ ନୂଆ ଦାବି
ଦୁଇ ଦେଶ ମଧ୍ୟରେ ବନ୍ଦ ହୋଇଯିବ ତେଲ କ୍ରୟ-ବିକ୍ରୟ
ବର୍ଷ ଶେଷ ସୁଦ୍ଧା ତେଲକିଣା ବନ୍ଦ କରିବ ଭାରତ
ହ୍ବାଇଟ୍ ହାଉସରେ ପ୍ରେସମିଟ୍ରେ ସୂଚନା ଦେଲେ ଟ୍ରମ୍ପ
ମୋଦୀଙ୍କ ଜଣେ ଅସାଧାରଣ ବ୍ୟକ୍ତି କହି କଲେ ପ୍ରଶଂସା
ଏଥିସହ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ବ୍ୟାରେଲ୍ ପିଛା ଦର ୬୦ ଡଲାରକୁ ହ୍ରାସ ପାଇଛି । ବଜାରରେ ଚାହିଦା ତୁଳନାରେ ଅଧିକ ତେଲ ରହିଥିବାରୁ ଦାମ୍ କମ୍ ହୋଇଛି। ମଙ୍ଗଳବାର ବ୍ରେଣ୍ଟ୍ କ୍ରୁଡ୍ର ବ୍ୟାରେଲ ପିଛା ଦାମ୍ ୬୦.୮୭ ଡଲାରକୁ ଖସିଆସିଛି। ସେହି ସମୟରେ ୟୁଏସ୍ ୱେଷ୍ଟ୍ ଟେକ୍ସାସ୍ ଇଣ୍ଟରମେଡିଏଟ୍ କ୍ରୁଡ୍ ଦାମ୍ ୫୭.୪୫ ଡଲାରକୁ ହ୍ରାସ ପାଇଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଅଶୋଧିତ ତୈଳର ବ୍ୟାରେଲ୍ ପିଛା ଦାମ୍ ୨୭ ଟଙ୍କା ହ୍ରାସ ପାଇ ୫୦୨୬ ଟଙ୍କା ହୋଇଛି।
ତେବେ, ତୈଳ ଦରରେ ହ୍ରାସର ଏହି ଧାରା ଅଧିକ ଦିନ ବଜାୟ ରହିବ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। କାରଣ ଅନ୍ତର୍ଜାତୀୟ ସ୍ତରରେ ଏଭଳି ଅନେକ ଘଟଣା ଘଟୁଛି ଯାହା ଭୂରାଜନୈତିକ ଅସ୍ଥିରତା ସୃଷ୍ଟି କରିବାକୁ ଯଥେଷ୍ଟ । କୌଣସି ପ୍ରକାର ଅନିଶ୍ଚିତତା ଦେଖାଦେଲେ ତେଲ ଦରକୁ ତାହା ପ୍ରଭାବିତ କରିବ। ଭାରତ ଏହାର ୮୫ ପ୍ରତିଶତ ତେଲ ଆମଦାନୀ କରୁଛି। ତେଣୁ ଦରରେ ଯେକୌଣସି ପ୍ରକାର ହ୍ରାସ ନିଶ୍ଚିତ ରୂପେ ଆମ ଦେଶ ପାଇଁ ଲାଭଦାୟକ ।
ଏହି ଲାଭ କିନ୍ତୁ କମ୍ପାନିଗୁଡ଼ିକ ଭିତରେ ସୀମିତ ରହିଯାଉଛି । ଦିନ ଥିଲା ଅଶୋଧିତ ତୈଳ ଦରରେ ହେଉଥିବା ପରିବର୍ତ୍ତନ ଦେଶରେ ବିକ୍ରି ହେଉଥିବା ପେଟ୍ରୋଲ୍, ଡିଜେଲ ଦାମ୍କୁ ପ୍ରଭାବିତ କରୁଥିଲା। କିନ୍ତୁ ବହୁଦିନ ଧରି ଏହି ଦୁଇ ପ୍ରକାର ତେଲ ଦରକୁ ଅପରିବର୍ତ୍ତିତ ରଖାଯାଇଛି । ତୈଳ ଦରରେ ହେଉଥିବା ହ୍ରାସର କୌଣସି ପ୍ରଭାବ ପେଟ୍ରୋଲ ଓ ଡିଜେଲ ଦର ଉପରେ ପଡ଼ୁନାହିଁ । କେବଳ ଗୁରୁତ୍ବପୂର୍ଣ୍ଣ ନିର୍ବାଚନ ସମୟରେ ଦରରେ ଯାହା କିଛିଟା ହ୍ରାସ କରାଯାଉଛି । ତେଣୁ ଏଥର ମଧ୍ୟ ତେଲ ଦରରେ ହୋଇଥିବା ହ୍ରାସର ଲାଭ ଗ୍ରାହକଙ୍କ ନିକଟରେ ପହଞ୍ଚିବାର ସମ୍ଭାବନା କମ୍ ରହିଛି ।
--
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/23/donald-trump-2025-10-23-15-39-25.png)