କନକ ବ୍ୟୁରୋ : ଅପରେସନ ସିନ୍ଦୁରରେ ସଫଳତା ପରେ କ୍ଷେପଣାସ୍ତ୍ର ପ୍ରତିରୋଧୀ ଏସ୍-୪୦୦ର ଲୋକପ୍ରିୟତା ବଢ଼ିଛି । ଭାରତୀୟ ସେନାର ଏହା ଉପରେ ଭରସା ବଢ଼ିଛି । ତେଣୁ ଆହୁରି ମଜବୁତ କରିବାକୁ ଏହି ସିଷ୍ଟମ ପାଇଁ ଅଧିକ କ୍ଷେପଣାସ୍ତ୍ର କିଣିବାକୁ ଯାଉଛି ଭାରତ । ଋଷ୍ ଠାରୁ ଏହି ସବୁ କ୍ଷେପଣାସ୍ତ୍ର କିଣାଯିବ ।
ଥରିବ ଚୀନ୍, ଡରିବ ପାକିସ୍ତାନ
ଋଷ୍ଠୁ କିଣାଯିବ ଏସ୍-୪୦୦ ପାଇଁ କ୍ଷେପଣାସ୍ତ୍ର
ଋଷ୍ ଠାରୁ ବହୁ ସଂଖ୍ୟାରେ କ୍ଷେପଣାସ୍ତ୍ର କିଣିବ ଭାରତ
ଏସ୍-୪୦୦ ପାଇଁ ଏହି କ୍ଷେପଣାସ୍ତ୍ର କିଣାଯିବ
ଏଥିପାଇଁ ଭାରତୀୟ ବାୟୁସେନା ପକ୍ଷରୁ ନିଷ୍ପତ୍ତି ହୋଇଛି
କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ସହ ଚାଲିଛି ଆଲୋଚନା
ପ୍ରତିରକ୍ଷା ମନ୍ତ୍ରାଳୟର ଅନୁମୋଦନ ପରେ ଆସିବ କ୍ଷେପଣାସ୍ତ୍ର
ଏସିଆ କପ ଟ୍ରଫିକୁ ନେଇ ଥମୁନି ବିବାଦ : ଆଇସିସି ବୈଠକରେ ପ୍ରସଙ୍ଗ ଉଠାଇବାକୁ ଭାରତର ଚେତାବନୀ
ଏଥିପାଇଁ ପ୍ରାୟ ୧୦ ହଜାର କୋଟିର ବ୍ୟୟବରାଦ ରହିଛି
ଅପରେସନ ସିନ୍ଦୂର ବେଳେ ଚମତ୍କାର ପ୍ରଦର୍ଶନ କରିଥିଲା ଏସ୍-୪୦୦
ପାକିସ୍ତାନୀ କ୍ଷେପଣାସ୍ତ୍ରକୁ ପ୍ରତିହତ କରିଥିଲା ଏହି ସିଷ୍ଟମ
ଏପରିକି ୩ ଶହ କିଲୋମିଟର ଦୂରରୁ ପାକିସ୍ତାନୀ ବିମାନକୁ ତଳକୁ ଖସାଇଥିଲା
ଅପରେସନ ସିନ୍ଦୂରରେ ଯେଉଁ ସବୁ କ୍ଷେପଣାସ୍ତ୍ର ବ୍ୟବହାର ହୋଇଛି, ତାର ଭରଣା ପାଇଁ ପ୍ରୟାସ
ନୂଆ କ୍ଷେପଣାସ୍ତ୍ର କିଣି ଏସ୍-୪୦୦କୁ ଆହୁରି ଶକ୍ତିଶାଳୀ କରାଯିବ
ଭାରତ ଋଷ୍ ଠାରୁ ୫ଟି ସ୍କ୍ବାର୍ଡନ୍ ଏସ୍-୪୦୦ କିଣିବାକୁ ଚୁକ୍ତି କରିଥିଲା
ଏଥିରୁ ଭାରତକୁ ୩ଟି ସ୍କ୍ବାର୍ଡନ୍ ମିଳିସାରିଛି
ୟୁକ୍ରେନ୍ ସହ ଋଷ୍ର ଚାଲିଥିବା ଯୁଦ୍ଧ ଯୋଗୁଁ ଏହି ବିଳମ୍ବ ଘଟୁଛି
ଋଷ୍ ଏସ୍-୪୦୦ ଠାରୁ ଆହୁରି ଉନ୍ନତ ଏସ୍-୫୦୦ ତିଆରି କରୁଛି
ଏହାକୁ କିଣିବାକୁ ଋଷ୍ ସହ ଆଲୋଚନା ହେଉଥିବା ଚର୍ଚ୍ଚା