ଇରାନ ସହ ବାଣିଜ୍ୟ କରୁଥିବା ଦେଶ ଉପରେ ୨୫% ଶୁଳ୍କ ଲଗାଇବେ ଟ୍ରମ୍ପ

Advertisment

ଗତବର୍ଷ ଅଗଷ୍ଟରୁ ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇଛି । ଏଥିରୁ ୨୫ ପ୍ରତିଶତ ଭାରତର ଚଢ଼ା ଶୁଳ୍କ ବାବଦରେ ଲଗାଯାଇଥିବାବେଳେ ଆଉ ୨୫ ପ୍ରତିଶତ ଶୁଳ୍କ ରୁଷ୍‌ଠାରୁ ତେଲ କିଣୁଥିବା କାରଣରୁ ଲଗାଯାଇଛି ।

ଗତବର୍ଷ ଅଗଷ୍ଟରୁ ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇଛି । ଏଥିରୁ ୨୫ ପ୍ରତିଶତ ଭାରତର ଚଢ଼ା ଶୁଳ୍କ ବାବଦରେ ଲଗାଯାଇଥିବାବେଳେ ଆଉ ୨୫ ପ୍ରତିଶତ ଶୁଳ୍କ ରୁଷ୍‌ଠାରୁ ତେଲ କିଣୁଥିବା କାରଣରୁ ଲଗାଯାଇଛି ।

Tarif

Tarif Photograph: (kanak news)

କନକ ବ୍ୟୁରୋ : ଇରାନ ସହ ବାଣିଜ୍ୟିକ କାରବାର କରୁଥିବା ଦେଶଗୁଡ଼ିକ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇବେ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି । ଟ୍ରମ୍ପଙ୍କ ଏହି ନୂଆ ଶୁଳ୍କ ଲାଗୁହେଲେ ଭାରତ ପୁନର୍ବାର ପ୍ରଭାବିତ ହେବ । ଗତବର୍ଷ ଅଗଷ୍ଟରୁ ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇଛି । ଏଥିରୁ ୨୫ ପ୍ରତିଶତ ଭାରତର ଚଢ଼ା ଶୁଳ୍କ ବାବଦରେ ଲଗାଯାଇଥିବାବେଳେ ଆଉ ୨୫ ପ୍ରତିଶତ ଶୁଳ୍କ ରୁଷ୍‌ଠାରୁ ତେଲ କିଣୁଥିବା କାରଣରୁ ଲଗାଯାଇଛି । ତେଣୁ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ ହେଲେ ଭାରତକୁ ଏବେ ଆମେରିକାକୁ କରାଯାଉଥିବା ରପ୍ତାନି ଉପରେ ୭୫ ପ୍ରତିଶତ ଶୁଳ୍କ ଗଣିବାକୁ ପଡ଼ିବ । ତେହେରାନସ୍ଥିତ ଭାରତୀୟ ଦୂତାବାସ କାର୍ଯ୍ୟାଳୟରୁ ଜଣାଯାଇଛି ଯେ, ଇରାନର ୫ଟି ବଡ଼ ବାଣିଜ୍ୟିକ ସହଯୋଗୀ ରାଷ୍ଟ୍ର ମଧ୍ୟରେ ଭାରତ ରହିଛି । 

ଭାରତ ଇରାନକୁ ମୁଖ୍ୟତଃ ଚାଉଳ, ଚା, ଚିନି, ଔଷଧ, ବୈଦ୍ୟୁତିକ ଯନ୍ତ୍ରାଂଶ, କୃତ୍ରିମ ଗହଣା ଆଦି ରପ୍ତାନି କରିଥାଏ । ଅନ୍ୟପକ୍ଷରେ ଇରାନରୁ ଡ୍ରାଏ ଫ୍ରୁଟ୍‌ସ, ଜୈବିକ ଓ ଅଜୈବିକ ରାସାୟନିକ ସାମଗ୍ରୀ ଆଦି ଭାରତ ଆମଦାନି କରିଥାଏ । ୨୦୨୪-୨୫ ଆର୍ଥିକବର୍ଷରେ ଭାରତ ଇରାନକୁ ୧.୨୪ ବିଲିଅନ ଡଲାରର ସାମଗ୍ରୀ ରପ୍ତାନି କରିଥିବାବେଳେ ୦.୪୪ ବିଲିଅନ ଡଲାରର ସାମଗ୍ରୀ ଆମଦାନି କରିଛି । ଫଳରେ ଦ୍ବିପାକ୍ଷିକ ବାଣିଜ୍ୟ ୧.୬୮ ବିଲିଅନ ଡଲାର ସ୍ତରରେ ପହଞ୍ଚିଛି । ପୂର୍ବରୁ ତୈଳ ଆମଦାନି କ୍ଷେତ୍ରରେ ଇରାନ ଭାରତର ଏକ ପ୍ରମୁଖ ସହଯୋଗୀ ରାଷ୍ଟ୍ର ଥିଲା । ୨୦୧୨-୧୩ରେ ଭାରତ ଆମଦାନି କରିଥିବା ମୋଟ ଅଶୋଧିତ ତୈଳର ୭ ପ୍ରତିଶତ ଇରାନରୁ ଆମଦାନି ହୋଇଥିଲା । କିନ୍ତୁ ସୂଚନା ଅନୁଯାୟୀ, ୨୦୧୯-୨୦ରୁ ଭାରତ ଇରାନଠାରୁ ଅଶୋଧିତ ତେଲ ଆମଦାନି କରିନାହିଁ ।

ଅଧିକ ପଢ଼ନ୍ତୁ---ଟେନିସ୍‌ ପ୍ରଶଂସକଙ୍କ ପାଇଁ ବଡ଼ ଖବର: ଖେଳ ଦେଖି ହେବେ ମାଲେମାଲ୍‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe