କନକ ବ୍ୟୁରୋ : ଏଣିକି ରୁଷ୍ ସହ କାରବାର କଲେ ମହଙ୍ଗା ପଡ଼ିବ ବୋଲି କହିଛି ଆମେରିକା । ଯେକୌଣସି ରାଷ୍ଟ୍ର ରୁଷ୍ ସହ କାରବାର କଲେ ୫୦୦ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ ଲଗାଇବ ଆମେରିକା । ଭାରତ ରୁଷ୍ ସହ କାରବାର ଜାରି ରଖିଥିବାରୁ ୫୦ ପ୍ରତିଶତ ଟାରିଫ ଲଗାଇଛନ୍ତି ଡୋନାଲ୍ଡ ଟ୍ରମ୍ପ୍ । ଏବେ ରୁଷ୍ ସହ କାରବାର କରୁଥିବା ଅନ୍ୟ ଦେଶଗୁଡ଼ିକ ଉପରେ କଡ଼ା ପ୍ରତିବନ୍ଧକ ଲଗାଇବାକୁ ଚେତାବନୀ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏବେ ଆମେରିକା ଏଭଳି ଆଇନ କାର୍ଯ୍ୟକାରୀ କରିବାକୁ ଯାଉଛି ଯାହା ରୁଷ୍ ଉପରେ ଅଧିକ ଚାପ ପକାଇବ । ଖାଲି ରୁଷ୍ ନୁହେଁ ଏଥର ଟ୍ରମ୍ପ୍ଙ୍କ ଟାରିଫ୍ ଲିଷ୍ଟ୍ରେ ଇରାନ୍ ବି ସାମିଲ ରହିଛି । ରୁଷ ପରେ ଇରାନ୍ ସହ ବି କାରବାର କଲେ ଟାରିଫ୍ ଲଗାଇବାକୁ ଚେତେବନୀ ଦେଇଛି ହ୍ୱାଇଟ୍ ହାଉସ୍ ।
ଏହାପୂର୍ବରୁ ଟ୍ରମ୍ପ ପ୍ରଶାସନ ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲାଗୁ କରିଛି । ଏହା ବିଶ୍ୱର ସବୁଠାରୁ ଉଚ୍ଚ ଟାରିଫ୍ ବୋଲି କୁହାଯାଉଛି । ଭାରତ ରୁଷ ଠାରୁ ଅଶୋଧିତ ତୈଳ ଓ ଗ୍ୟାସ୍ କିଣୁଥିବାରୁ ଟାରିଫ ବୃଦ୍ଧି କରିଛନ୍ତି ଟ୍ରମ୍ପ୍ । ଆମେରିକାରେ ଆଗତ ହୋଇଥିବା ନୂଆ ବିଲ୍ ମୁତାବକ ରୁଷ୍ଠାରୁ ତେଲ କିଣୁଥିବା ଦେଶ ଉପରେ ପ୍ରତିବନ୍ଧକ ଲାଗିବ । ତେଲ କିଣିବା ସହ ଏହାକୁ ବିଶୋଧନ କରି ଅନ୍ୟ ରାଷ୍ଟ୍ରକୁ ବିକ୍ରି କରୁଥିବା ଦେଶ ଗୁଡ଼ିକ ଉପରେ ୫୦୦ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ ଲାଗିବା ଉଚିତ୍ ବୋଲି ବିଲ୍ରେ ଉଲ୍ଲେଖ ରହିଛି । ସାଙ୍କ୍ସନିଂ ରୁଷିଆ ଆକ୍ଟ-୨୦୨୫ ନାମରେ ଏହି ବିଲ୍ ଉପସ୍ଥାପନ କରାଯାଇଛି ।
ଅଧିକ ପଢ଼ନ୍ତୁ--ଆସନ୍ତା ୨୧ରେ ଶ୍ରୀମନ୍ଦିର ପରିଚାଳନା କମିଟିର ଦ୍ବିତୀୟ ଗୁରୁତ୍ବପୂର୍ଣ୍ଣ ବୈଠକ
ଆମେରିକା ମୁତାବକ କେତେକ ଦେଶ ରୁଷ୍ ସହ କାରବାର କରି ୟୁକ୍ରେନ ଯୁଦ୍ଧରେ ଏହାକୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ଆମେରିକାରେ ଏହି ବିଲ୍କୁ ୧୦୦ରୁ ୮୫ ସିନେଟର ସମର୍ଥନ ଦେଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବର୍ତ୍ତମାନ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ରୁଷ୍ ଗସ୍ତରେ ଥିବା ବେଳେ ଆମେରିକାର ଏଭଳି ଚେତାବନୀ ଆସିଛି । ଜୟଶଙ୍କର କହିଥିଲେ ଯେ ଭାରତ-ରୁଷ୍ ସମ୍ପର୍କ ଦୀର୍ଘ ସମୟ ଧରି ଅନ୍ତର୍ଜାତୀୟ ସ୍ତରରେ ଏକ ଉଦାହରଣ ରହିଆସିଛି । ବିଶ୍ୱର ହି ପାଇଁ ଭାରତ-ରୁଷ ସମ୍ପର୍କ ଉଦ୍ଦିଷ୍ଟ । ଉଭୟ ଦେଶ ମଧ୍ୟରେ ଆଗାମୀ ଦିନରେ ଅନେକ ଦ୍ୱିପାକ୍ଷିକ ଚୁକ୍ତି ଓ ନୂଆ ଯୋଜନା ଆରମ୍ଭ ହେବାକୁ ଯାଉଛି । ଉଭୟ ଦେଶର ସ୍ୱତନ୍ତ୍ର ରଣନୀତିକ ସହଭାଗିତା ଆହୁରି ମଜଭୁତ ହେବ ବୋଲି କହିଥିଲେ ଜୟଶଙ୍କର । ବୈଦେଶିକ ମନ୍ତ୍ରୀଙ୍କ ବୟାନକୁ ଆମେରିକା ରାଷ୍ଟ୍ରପତିଙ୍କୁ ଭାରତର ଜବାବ ଭାବରେ ଦେଖାଯାଉଛି।
ସେପଟେ ଟ୍ରମ୍ପଙ୍କ ସ୍ୱର ଭାରତ ପ୍ରତି ନରମ ପଡ଼ିଛି । ଡିସେମ୍ବର ମାସ ପାଇଁ ଭାରତ ରୁଷ୍ଠାରୁ ତେଲକିଣା ଅର୍ଡର କମାଇବା ଟ୍ରମ୍ପଙ୍କ ଏଭଳି ସ୍ୱଭାବ ରହିଛି । ଏହାଛଡ଼ା ଆମେରିକାଠାରୁ ୨.୨ ନିୟୁତ ଟନ୍ର ଗ୍ୟାସ୍ କିଣିବାକୁ ବାଣିଜ୍ୟିକ ଚୁକ୍ତି କରିଛି ଭାରତ । ଏସବୁ ମଧ୍ୟର ଭାରତ ଉପେ ଆମେରି କେବେ ଶୁଳ୍କ ହ୍ରାସ କରୁଛି ତାହାରି ଅପେକ୍ଷାରେ ରହିଛନ୍ତି କେନ୍ଦ୍ର ସରକାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/19/trump-tarriff-2025-11-19-15-55-42.jpg)