Greenland Photograph: (kanak news)
କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଯେକୌଣସି ମୂଲ୍ୟରେ ଗ୍ରିନ୍ଲାଣ୍ଡକୁ ହାତେଇବାକୁ ସ୍ଥିର କରିଛନ୍ତି । ଏହି ପଦକ୍ଷେପ ଦ୍ୱାରା ସେ ନିଜ ସହଯୋଗୀମାନଙ୍କୁ ମଧ୍ୟ ଅସନ୍ତୁଷ୍ଟ କରିଛନ୍ତି । ଗ୍ରିନ୍ଲାଣ୍ଡକୁ ନେଇ ଟ୍ରମ୍ପ ଓ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି । ଟ୍ରମ୍ପ ଗ୍ରିନ୍ଲାଣ୍ଡରେ ଗୋଲ୍ଡେନ ଡୋମ୍ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ସ୍ଥାପନ କରିବାକୁ ଯୋଜନା କରିଛନ୍ତି । କିନ୍ତୁ ଅନ୍ୟ ୟୁରୋପୀୟ ଦେଶଗୁଡ଼ିକ ସହିତ କାନାଡା ଏହାକୁ ବିରୋଧ କରୁଛି । ଟ୍ରମ୍ପ କାନାଡାକୁ ଚେତାବନୀ ଦେଇ କହିଛନ୍ତି ଯେ, ଯଦି କାନାଡା ଆମେରିକା ପ୍ରଣାଳୀ ବଦଳରେ ଚୀନ୍ ସହିତ ନିଜର ଆର୍ଥିକ ସମ୍ପର୍କ ବିସ୍ତାର କରେ, ତେବେ ନୀନ୍ ଗୋଟିଏ ବର୍ଷ ମଧ୍ୟରେ କାନାଡାକୁ ଗିଳି ଦେଇପାରେ ।
ଚୀନ୍ ସହିତ ଚୁକ୍ତି
ସ୍ୱିଜରଲାଣ୍ଡର ଡାଭୋସରେ ଚୀନ୍ ସହିତ କାନାଡା ଏକ ପ୍ରମୁଖ ବାଣିଜ୍ୟ ଚୁକ୍ତି ଘୋଷଣା କରିଥିଲା । ଏହା ସହିତ ଟ୍ରମ୍ପଙ୍କ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇଥିଲା । ଏହି ଚୁକ୍ତିନାମା କାନାଡାର ବ୍ୟବସାୟ ଓ ଶ୍ରମିକଙ୍କ ପାଇଁ ୭ ବିଲିୟନ ଡଲାରରୁ ଅଧିକ ରପ୍ତାନି ବଜାର ଖୋଲିବ କାର୍ନି ସୋସିଆଲ ମିଡିଆ ଏକ୍ସର ଏକ ପୋଷ୍ଟରେ ଲେଖିଛନ୍ତି । କାନାଡା ଓ ଚୀନ୍ ମଧ୍ୟରେ ବଢୁଥିବା ଘନିଷ୍ଠତା ଦେଖି ଟ୍ରମ୍ପ୍ କ୍ରୋଧିତ ହୋଇ ଗ୍ରିନଲାଣ୍ଡରେ ସ୍ଥାପିତ ହେବାକୁ ଥିବା ଗୋଲ୍ଡେନ ଡମ୍ ବିଷୟରେ କହିଛନ୍ତି ଯେ, ଏହା କେବଳ ଆମେରିକାକୁ ନୁହେଁ ବରଂ କାନାଡାକୁ ମଧ୍ୟ ସୁରକ୍ଷା ଦେବ ।
ଅଧିକ ପଢ଼ନ୍ତୁ---ବଦଳିଲା ବଜେଟ୍ ପରମ୍ପରା : ରେଳ ଓ ସାଧାରଣ ବଜେଟ୍ର ଏକତ୍ର ଯାତ୍ରା
Follow Us